ଆଇପିଏଲ୍‌-୧୮: ଆଜି ପଞ୍ଜାବ-ବେଙ୍ଗାଲୁରୁ ଲଢେ଼ଇ

The Sakala Picture
Published On

ମୁଲାନପୁର: ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬ ୱିକେଟରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉକ୍ରଣ୍ଠାପୂର୍ଣ୍ଣ ବିଜୟ ହାସଲ କରିବା ସହ ଆଇପିଏଲ୍‌-୧୮’ର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହୋଇଛି। ଏହା ମଧ୍ୟରୁ ପଏଣ୍ଟ ଟେବଲରେ ଥିବା ପ୍ରଥମ ୪ଟି ଦଳ ଯଥା ପଞ୍ଜାବ କିଙ୍ଗ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଅନ୍ୟ ୬ଟି ଦଳ ଟାଇଟଲ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଟୁର୍ଣ୍ଣାମେଣ୍ଟର […]

ମୁଲାନପୁର: ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬ ୱିକେଟରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉକ୍ରଣ୍ଠାପୂର୍ଣ୍ଣ ବିଜୟ ହାସଲ କରିବା ସହ ଆଇପିଏଲ୍‌-୧୮’ର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହୋଇଛି। ଏହା ମଧ୍ୟରୁ ପଏଣ୍ଟ ଟେବଲରେ ଥିବା ପ୍ରଥମ ୪ଟି ଦଳ ଯଥା ପଞ୍ଜାବ କିଙ୍ଗ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍‌ରେ ପ୍ରବେଶ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଅନ୍ୟ ୬ଟି ଦଳ ଟାଇଟଲ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ ଆସନ୍ତାକାଲି ବା ମେ ୨୯ ତାରିଖ ଗୁରୁବାର ନଂ-୧ ଟିମ୍‌ ପଞ୍ଜାମ ସହ ନଂ-୨ ଟିମ୍‌ ବେଙ୍ଗାଲୁରୁ ସହ କ୍ୱାଲିଫାୟର-୧ ମୁକାବିଲା ହେବ। ଏହି ମୁକାବିଲାରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିଧାସଳଖ ଫାଇନାଲ ଖେଳିବ। ସେହିପରି ମେ ୩୦ରେ ଗୁଜରାଟ ଟାଇଟନ୍ସ ଓ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ କ୍ୱାଲିଫାୟର-୨କୁ ଯୋଗ୍ୟତା ଅର୍ଜନ କରିବ। ଏହି ମ୍ୟାଚ୍‌ର ବିଜେତା ଦଳ ଓ କ୍ୱାଲିଫାୟର-୧’ରେ ପରାଜିତ ଦଳ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ଜୁନ୍‌-୧ରେ ଖେଳାଯିବ। ଦୁଇ କ୍ୱାଲିଫାୟରର ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଜୁନ୍‌-୩ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଇଂଲଣ୍ଡ, କଲୋମ୍ବିଆ ଏବଂ ଘାନା ବିଜୟୀ; ପର୍ତ୍ତୁଗାଲର ଚମକହୀନ ପ୍ରଦର୍ଶନ

ନଂ-୧ ଓ ୨ ମଧ୍ୟରେ ପ୍ରଥମ ଲଢେ଼ଇ
ପଏଣ୍ଟ ଟେବଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ଆସନ୍ତାକାଲି କ୍ୱାଲିଫାୟର-୧ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ସ୍ଥିର ଖେଳ ପ୍ରଦର୍ଶନ କରି ୧୯ ପଏଣ୍ଟ ଲେଖାଏଁ ସଂଗ୍ରହ କରିଛନ୍ତି। ଏହା ମଧ୍ୟରୁ ବେଙ୍ଗାଲୁରୁ ୧୦ମ ଓ ପଞ୍ଜାବ ଚତୁର୍ଥଥର ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ମଧ୍ୟରୁ ବେଙ୍ଗାଲୁରୁ ୩ଥର ଓ ପଞ୍ଜାବ ଥରେ ଫାଇନାଲ ଖେଳିଛି। କିନ୍ତୁ ଉଭୟ ଦଳ ଏଯାଏ ଟାଇଟଲ ଜିତିବାରେ ସମର୍ଥ ହୋଇପାରି ନାହାନ୍ତି। ୨୦୧୪ରେ ପଞ୍ଜାବ ଶେଷଥର ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା ଓ ଏହି ବର୍ଷ ମଧ୍ୟ ଦଳ ଫାଇନାଲ ଖେଳି କୋଲକାତା ନାଇଟ୍‌ ରାଇଡର୍ସ ନିକଟରୁ ପରାଜିତ ହୋଇଥିଲା। ୨୦୨୪ରେ ବେଙ୍ଗାଲୁରୁ ପ୍ଲେ ଅଫ୍‌ ଖେଳିଥିଲେ ମଧ୍ୟ ଫାଇନାଲକୁ ଯାଇ ପାରି ନ ଥିଲା। ଏହି ମୁକାବିଲାରେ ବେଙ୍ଗାଲୁରୁ ଦଳରେ ଅଧିକ ଅଭିଜ୍ଞ ଓ ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ ଖେଳାଳି ରହିଛନ୍ତି। ଅନ୍ୟ ପକ୍ଷରେ ପଞ୍ଜାବ ଅନ୍‌କ୍ୟାପ୍‌ଡ ବା ଅନ୍ତର୍ଜାତୀୟ ଅଭିଜ୍ଞତା ନ ଥିବା ଖେଳାଳିଙ୍କ ଉପରେ ନିର୍ଭର କରିଛି। ଆସନ୍ତାକାଲି ମୁକାବିଲାରେ ଉଭୟ ଦଳ ସେମାନଙ୍କ ଶ୍ରେଷ୍ଠ ବୋଲର ପଞ୍ଜାର ଯୁଜବେନ୍ଦ୍ର ଚହଲ ଓ ବେଙ୍ଗାଲୁରୁ ଜୋଶ ହାଜ୍‌ଲେଉଡ୍‌ଙ୍କୁ ଦଳରେ ସାମିଲ କରିବ ବୋଲି ଆଶା କରାଯାଉଛି। ଉଭୟ ଆଘାତ ଜନିତ କାରଣରୁ ଶେଷ ଦୁଇଟି ମ୍ୟାଚ୍‌ ନିଜ ଟିମ୍‌ ପକ୍ଷରୁ ଖେଳି ପାରି ନ ଥିଲେ। ଦୁଇ ବିଦେଶୀ ଖେଳାଳି ପଞ୍ଜାବର ମାର୍କୋ ଜାନ୍‌ସେନ ଓ ବେଙ୍ଗାଲୁରୁର ଟିମ୍‌ ଡେଭିଡ୍‌ ଭିନ୍ନ କାରଣରୁ ଏହି ମ୍ୟାଚ୍‌ ଖେଳିବେ ନାହିଁ।

କୋହଲି ବନାମ ଆୟର
ଏହି ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଲୁରୁ ପକ୍ଷରୁ ତାରକା ଖେଳାଳି ବିରାଟ କୋହଲି ଓ ପଞ୍ଜାବ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। କୋହଲି ୧୩ଟି ମ୍ୟାଚ୍‌ରୁ ୬୦.୨୦ ହାରରେ ସର୍ବାଧିକ ୬୦୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୮ଟି ଅର୍ଦ୍ଧଶତକ ରହିଛି। ଅନ୍ୟପକ୍ଷରେ ଆୟର ୧୪ଟି ମ୍ୟାଚ୍‌ରୁ ୫୧.୪୦ ହାରରେ ୫୧୪ ରନ୍‌ ସଂଗ୍ରହ କରିଛନ୍ତି। କିନ୍ତୁ ମ୍ୟାଚ୍‌ ଖେଳାଯିବାକୁ ଥିବା ମୁଲାନପୁରରେ ଆୟରଙ୍କ ଅପେକ୍ଷା କୋହଲି ଆଗରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ଏଠାରେ ଅନୁଷ୍ଠିତ ମୁକାବିଲାରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା। ଏଥିରେ କୋହଲି ୫୪ ବଲ୍‌ରୁ ଅପରାଜିତ ୭୩ ରନ୍‌ କରିଥିଲେ। କିନ୍ତୁ ଏଠାରେ ଆୟର ୪ଟି ମ୍ୟାଚ୍‌ ଖେଳି ମାତ୍ର ୨୫ ରନ୍‌ ସଂଗ୍ରହ କରିଛନ୍ତି।

ବ୍ୟାଟିଂରେ ବେଙ୍ଗାଲୁରୁ ପକ୍ଷରୁ ଫିଲ ସଲ୍ଟ ୩୧୧, ରଜତ ପାଟିଦାର ୨୭୧, ଜିତେଶ ଶର୍ମା ୨୩୭, କ୍ରୁନାଲ ପାଣ୍ଡ୍ୟା ୧୦୫ ରନ୍‌ କରିଛନ୍ତି। ପାଡିକଲ ୨୪୭ ଓ ଡେଭିଡ ୧୮୭ ରନ୍‌ କରିଥିଲେ ମଧ୍ୟ ଏହି ମ୍ୟାଚ୍‌ ଖେଳିବେ ନାହିଁ। ଅନ୍ୟପକ୍ଷରେ ପଞ୍ଜାବ ପକ୍ଷରୁ ଅନ୍‌କ୍ୟାପ୍‌ଡ ଖେଳାଳି ପ୍ରଭସିମରନ ସିଂହ ୪୯୯, ଡେବ୍ୟୁଟାଣ୍ଟ ପ୍ରିୟାଂଶ ଆର୍ଯ୍ୟ ୪୨୪, ନେହାଲ ୱାଧେରା ୨୯୮, ଶଶାଙ୍କ ସିଂ ୨୮୪ ରନ୍‌ କରିଛନ୍ତି। କିନ୍ତୁ ଜୋଶ ଇଂଲିଶ ୧୬୪.୧୬ ଷ୍ଟ୍ରାଇକ୍‌ରେଟ୍‌ରେ ୧୯୭ ଓ ମାର୍କସ ଷ୍ଟୋଇନିସ ୧୯୩.୮୪ ହାରରେ ୧୨୬ ରନ୍‌ କରି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି।

ଅର୍ଶଦୀପ ବନାମ ହାଜ୍‌ଲେଉଡ୍‌
ବୋଲିଂରେ ଉଭୟ ଦଳର ସ୍ଥିତି ପ୍ରାୟ ସମାନ। ପେସ୍‌ ବୋଲିଂରେ ଜୋଶ ହାଜ୍‌ଲେଉଡ୍‌ (୧୮ ୱିକେଟ)ଙ୍କ ନେତୃତ୍ୱରେ ଭୁବନେଶ୍ୱର କୁମାର (୧୪), ୟଶ ଦୟାଲ (୧୦) ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ରୋମାରିଓ ସେଫର୍ଡ ଓ ନୁୱାନ ତୁଷାରା ବେଶ ଚତୁର ବୋଲିଂ ପ୍ରଦର୍ଶନ କରିଛନ୍ତି। ସ୍ପିନ୍‌ର ଭାବେ କ୍ରୁନାଲ ପାଣ୍ଡ୍ୟା (୧୫ ୱିକେଟ)ଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ସଫଳତା ମିଳିଛି। ଅନ୍ୟ ପକ୍ଷରେ ଭାରତର ନଂ-୧ ବୋଲର ଅର୍ଶଦୀପ ସିଂ ପଞ୍ଜାବ ପକ୍ଷରୁ ଶ୍ରେଷ୍ଠ ସଫଳତା ପାଇ ୧୮ ୱିକେଟ ପାଇଛନ୍ତି। ୧୬ଟି ୱିକେଟ ନେଇଥିବା ଜାନ୍‌ସେନ ଏହି ମ୍ୟାଚ୍‌ ଖେଳିବେନି। ଦଳର ପେସ୍‌ ବୋଲିଂ ଦୁର୍ବଳ। ଆଫାନିସ୍ତାନର ଆଜମତୁଲ୍ଲା ଓମରଜାଇ, ଜାଭିୟର ବାର୍ଟଲେଟ୍‌, ବିଜୟ କୁମାର ବ୍ୟାସକ ପେସ ସ୍ଥାନ ପୂରଣ କରିବେ। ଦଳ ନିକଟରେ କିନ୍ତୁ ଦୁଇ ଜଣ ପ୍ରଭାବୀ ସ୍ପିନର ଅଛନ୍ତି। ୧୪ଟି ୱିକେଟ ନେଇଥିବା ଯୁଜବେନ୍ଦ୍ର ଚହଲ ଓ ୧୦ଟି ୱିକେଟ ନେଇଥିବା ହରପ୍ରୀତ ବ୍ରାର ସଫଳ ହେବେ ବୋଲି ଆଶା କରାଯାଉଛି।

29 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର