ଆଜି ଜାତୀୟ କ୍ରୀଡ଼ା ଦିବସ

The Sakala Picture
Published On

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ନେଇ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିଥାଏ। ୧୯୦୫ ଅଗଷ୍ଟ ୨୯ରେ ପ୍ରୟାଗରାଜରେ ଧ୍ୟାନଚାନ୍ଦ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ମେଜର ଧ୍ୟାନଚାନ୍ଦ ସିଂହ। ସେ ପ୍ରାରମ୍ଭିକ […]

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ନେଇ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିଥାଏ।

ଆହୁରି ପଢ଼ନ୍ତୁ: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ: ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ କ୍ରିଷ୍ଟିଆନୋ ରୋନାଲଡୋ

୧୯୦୫ ଅଗଷ୍ଟ ୨୯ରେ ପ୍ରୟାଗରାଜରେ ଧ୍ୟାନଚାନ୍ଦ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ମେଜର ଧ୍ୟାନଚାନ୍ଦ ସିଂହ। ସେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ୧୯୨୨ ମସିହାରେ ସୈନିକ ଭାବେ ବ୍ରିଟିଶ ସେନାରେ ସାମିଲ ହୋଇଥିଲେ। ୧୯୨୬ରୁ ୧୯୪୮ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ହକି କ୍ୟାରିୟରରେ ଧ୍ୟାନଚାନ୍ଦ ପାଖାପାଖି ୧୮୫ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୨୮ର ଆର୍ମଷ୍ଟରଡ୍ୟାମ୍‌ ଅଲମ୍ପିକ୍ସ, ୧୯୩୨ ମସିହାର ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସ ଓ ୧୯୩୬ ଜର୍ମାନୀର ବର୍ଲିନ ଅଲିମ୍ପିକ୍ସରେ ଲଗାତାର ସେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ।

ଆହୁରି ପଢ଼ନ୍ତୁ: ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ବାତିଲ, ସିରିଜରେ ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ

ସେ ତାଙ୍କ ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍‌ ଦେଇ ଅପ୍ରତିଦ୍ବନ୍ଦ୍ବୀ ପାଲଟିଥିଲେ। କେବଳ ଭାରତ ନୁହେଁ, ସାରା ପୃଥିବୀରେ ତାଙ୍କ ଅଦ୍ବିତୀୟ ଖେଳର ଅଗଣିତ ପ୍ରଶଂସକ ଥିଲେ।  ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରିଥିଲା। ହକି ଦୁନିଆରେ ମେଜର ଧ୍ୟାନଚାନ୍ଦ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲେ ତାହା ଅତୁଳନୀୟ। ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୧୨ରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଏ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଧମାକା: ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗସରେ, ମୁମ୍ବାଇ ଟିମକୁ ଗଲେ ଅର୍ଶଦୀପ ସିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର