କ୍ରମାଗତ ୧୧୫୧ ଦିନ ଧରି ଜାଡେଜା ନଂ-୧

The Sakala Picture
Published On

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ Ñଙ୍କିଙ୍ଗ୍‌ରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଉପଲବ୍ଧୀ ହାସଲ କରିଛନ୍ତି। ସେ ସର୍ବାଧିକ ଦିନ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହି ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୧୫୧ ଦିନଧରି ଅଲରାଉଣ୍ଡର ତାଲିକାର ଶୀର୍ଷରେ କ୍ରମାଗତ ଭାବେ ରହି ଆସିଛନ୍ତି। ୩୬ ବର୍ଷୀୟ ଜଡେଜା ଏହି କ୍ରମରେ ଜ୍ୟାକ୍‌ କାଲିସ, କପିଳଦେବ, ଇମ୍ରାନ ଖାନ୍‌ଙ୍କ ଭଳି କିମ୍ବଦନ୍ତୀ ଅଲରାଉଣ୍ଡରଙ୍କୁ ପଛରେ ପକାଇଛନ୍ତି। ଗତବର୍ଷ ଜାଡେଜା ଟେଷ୍ଟରେ […]

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ Ñଙ୍କିଙ୍ଗ୍‌ରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଉପଲବ୍ଧୀ ହାସଲ କରିଛନ୍ତି। ସେ ସର୍ବାଧିକ ଦିନ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହି ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୧୫୧ ଦିନଧରି ଅଲରାଉଣ୍ଡର ତାଲିକାର ଶୀର୍ଷରେ କ୍ରମାଗତ ଭାବେ ରହି ଆସିଛନ୍ତି। ୩୬ ବର୍ଷୀୟ ଜଡେଜା ଏହି କ୍ରମରେ ଜ୍ୟାକ୍‌ କାଲିସ, କପିଳଦେବ, ଇମ୍ରାନ ଖାନ୍‌ଙ୍କ ଭଳି କିମ୍ବଦନ୍ତୀ ଅଲରାଉଣ୍ଡରଙ୍କୁ ପଛରେ ପକାଇଛନ୍ତି। ଗତବର୍ଷ ଜାଡେଜା ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ୨୯.୨୭ ହାରରେ ୫୨୭ ରନ ସଂଗ୍ରହ କରିଥିଲେ। ସେହିପରି ସେ ୨୪.୨୯ ହାରରେ ୪୮ଟି ୱିକେଟ ନେଇଥିଲେ। ଜଣେ ଉଚ୍ଚକୋଟୀର ସ୍ପିନର ଭାବେ ଖ୍ୟାତି ଅର୍ଜନ କରିଥିବା ଜାଡେଜା ନିମ୍ନକ୍ରମରେ ମଧ୍ୟ ଭଲ ବ୍ୟାଟିଂ କରିଥାନ୍ତି। ବୁଧବାର ପ୍ରକାଶିତ Ñଙ୍କିଙ୍ଗ୍‌ରେ ଜାଡେଜା ୪୦୦ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ଏକମାତ୍ର ଭାରତୀୟ ଭାବେ ଅଲରାଣ୍ଡର ତାଲିକାର ଶୀର୍ଷ-୧୦ରେ ସ୍ଥାନ ପାଇଛନ୍ତି। ବାଂଲାଦେଶର ମେହଦି ହାସନ ମିରାଜ ୩୨୭ ପଏଣ୍ଟ ସହ ଦ୍ୱିତୀୟ ଦକ୍ଷିଣ ଆଫ୍ରିକା ମାର୍କୋ ଜାନସେନ ୨୯୪ ପଏଣ୍ଟ ସହ ତୃତୀୟ, ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୨୭୧ ପଏଣ୍ଟ ସହ ଚତୁର୍ଥ ଓ ବାଂଲାଦେଶ ସକିବ ଅଲ ହାସନ ୨୫୩ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ: ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ କ୍ରିଷ୍ଟିଆନୋ ରୋନାଲଡୋ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp