ଆଜିଠୁ ନିର୍ଣ୍ଣାୟକ ୫ମ ଟେଷ୍ଟ : ସିରିଜ୍‌ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍‌ ବାହିନୀ

The Sakala Picture
Published On

ଲଣ୍ଡନ : ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ଅନ୍ତିମ ତଥା ୫ମ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହେବ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ଡ୍ର’ ରଖି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷରେ ଘରୋଇ ଇଂଲଣ୍ଡ ଦଳ ଅତିକମ୍‌ରେ ଏହି ମ୍ୟାଚ୍‌କୁ ଡ୍ର ରଖି ସିରିଜ ଜିତିବା ଲକ୍ଷ୍ୟରେ […]

ଲଣ୍ଡନ : ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ଅନ୍ତିମ ତଥା ୫ମ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହେବ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ଡ୍ର’ ରଖି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷରେ ଘରୋଇ ଇଂଲଣ୍ଡ ଦଳ ଅତିକମ୍‌ରେ ଏହି ମ୍ୟାଚ୍‌କୁ ଡ୍ର ରଖି ସିରିଜ ଜିତିବା ଲକ୍ଷ୍ୟରେ ରହିଛି। ତେଣୁ ଏହି ସିରିଜର ନିର୍ଣ୍ଣାୟକ ୫ମ ମୁକାବିଲା ବେଶ୍‌ ରୋମାଞ୍ଚକ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ମହେନ୍ଦ୍ର ସିଂ ଧୋନିଙ୍କ ଅବସର ଘୋଷଣା: IPL 2027 ପାଇଁ CSKର ମେଣ୍ଟର ଦାୟିତ୍ୱ ତୁଲାଇବେ ମାହି

ପୂର୍ବରୁ ହେଡିଂଲୀରେ ଅନୁଷ୍ଠିତ ପ୍ରଥମ ଓ ଲର୍ଡ୍ସରେ ଖେଳାଯାଇଥିବା ୩ୟ ଟେଷ୍ଟକୁ ଯଥାକ୍ରମେ ୫ ୱିକେଟ୍‌ ଓ ୨୨ ରନରେ ଇଂଲଣ୍ଡ ବିଜୟୀ ହୋଇଥିଲା। ଅପରପକ୍ଷରେ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତ ଏଜ୍‌ବାଷ୍ଟନରେ ଅନୁଷ୍ଠିତ ୨ୟ ଟେଷ୍ଟରେ ୩୩୬ ରନର ବୃହତ୍‌ ବ୍ୟବଧାନରେ ଇଂଲଣ୍ଡକୁ ମାତ୍‌ ଦେଇ ସ୍ମରଣୀୟ ବିଜୟ ଲାଭ କରିଥିଲା। ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ଅମୀମାଂସିତ ରହିଥିଲା। ତେଣୁ ଏବେ ସମସ୍ତଙ୍କ ନଜର ୫ମ ଟେଷ୍ଟ ଉପରେ ରହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପୂର୍ବରୁ ବଡ଼ ଧମାକା: ୮ କୋଟିରେ ରାଜସ୍ଥାନ ରୟାଲ୍ସକୁ ଗଲେ ସାମି, ଲକ୍ଷ୍ନୌରେ ସାମିଲ ହେଲେ ସାମ୍ କରନ

ଲଣ୍ଡନରେ ଅବସ୍ଥିତ କେନିଙ୍ଗଟନ ଓଭାଲ ଗ୍ରାଉଣ୍ଡ ସାଧାରଣତଃ ଦ୍ରୁତ ବୋଲରଙ୍କୁ ସୁହାଇଥାଏ। ଏହାକୁ ନଜରରେ ରଖି ଘରୋଇ ଇଂଲଣ୍ଡ ଦଳ ଏହାର ଚୂଡ଼ାନ୍ତ ଏକାଦଶରେ ୪ଜଣ ସ୍ପେଶାଲିଷ୍ଟ ଦ୍ରୁତ ବୋଲରଙ୍କୁ ନେଇଛି। ସେହିଭଳି ୪ର୍ଥ ଟେଷ୍ଟ ଖେଳିଥିବା ଏକମାତ୍ର ସ୍ପିନର ଲିଆମ ଡସନଙ୍କୁ ଏହି ଟେଷ୍ଟରୁ ବାଦ୍‌ ଦିଆଯାଇଛି। ଇଂଲଣ୍ଡ ଦଳର ଏହି ରଣନୀତିରୁ ଏହା ସ୍ପଷ୍ଟ ଯେ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ ଅପେକ୍ଷା ପିଚ୍‌ ଏଠାରେ ଦ୍ରୁତ ବୋଲିଂକୁ ସୁହାଇବ। ଚଳିତ ସିଜନରେ ଏଠାରେ ଖେଳାଯାଇଥିବା ୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ପତନ ଘଟିଥିବା ୧୫୦ ୱିକେଟ୍‌ ମଧ୍ୟରୁ ଦ୍ରୁତ ବୋଲର ୧୩୧ଟି ହାତେଇଥିଲେ। ତେଣୁ କେନିଙ୍ଗଟନ ଓଭାଲ ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି କହିଲେ ଏହା ଅତ୍ୟୁକ୍ତି ହେବ ନାହିଁ।

ଆହୁରି ପଢ଼ନ୍ତୁ: କେଏଲ ରାହୁଲଙ୍କ ଐତିହାସିକ ସଫଳତା: ସମସ୍ତ ସେନା (SENA) ଦେଶରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର

ବୁମ୍‌ରାଙ୍କୁ ନେଇ ଦ୍ୱନ୍ଦ୍ୱ

ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ସ୍ଥିତି ସୃଷ୍ଟି କରିଛି। ସିରିଜ ବଞ୍ଚାଇବାକୁ ହେଲେ ଗିଲ୍‌ ବାହିନୀକୁ ଏହି ମ୍ୟାଚ୍‌ ଜିତିବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି। ଭାରତ ଏଠାରେ ବିଜୟୀ ହେଲେ ସିରିଜ ୨-୨ରେ ଡ୍ର ରହିବ। ଯଦି ଡ୍ର ରୁହେ ତେବେ ଇଂଲଣ୍ଡ ୨-୧ରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ହାତେଇନେବ। ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ନେଇ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ବୁମ୍‌ରା ଏହି ମ୍ୟାଚ୍‌ ଖେଳିବେ କି ନାହିଁ ତାହା ଟିମ୍‌ ମ୍ୟାନେଜମେଣ୍ଟ ଓ ଡାକ୍ତରଙ୍କ ଉପରେ ନିର୍ଭର କରେ। ଏହି ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜରେ ବୁମ୍‌ରା ପ୍ରଥମ, ୩ୟ ଓ ୪ର୍ଥ ମ୍ୟାଚ୍‌ ଖେଳିଛନ୍ତି। ତେଣୁ ତାଙ୍କୁ ୫ମ ଟେଷ୍ଟରୁ ବିଶ୍ରାମ ଦିଆଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ରିପୋର୍ଟ ମୁତାବକ, ବୁମ୍‌ରାଙ୍କ ପିଠି ଯନ୍ତ୍ରଣା ଓ ଦୀର୍ଘକାଳୀନ ସ୍ଥିତିକୁ ଧ୍ୟାନରେ ରଖି ଏହି ମ୍ୟାଚରେ ବୁମ୍‌ରାଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ମେଡିକାଲ ଟିମ୍‌ ପରାମର୍ଶ ଦେଇଛି। ଫଳରେ ଏହି ମ୍ୟାଚରେ ବୁମ୍‌ରାଙ୍କ ସ୍ଥାନରେ ଅର୍ଶଦୀପ୍‌ ସିଂହ, ଆକାଶଦୀପ୍‌ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ସେହିଭଳି ଆହତ ହୋଇ ବାଦ୍‌ ପଡ଼ିଥିବା ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଏହି ମ୍ୟାଚ୍‌ ଖେଳିବା ନିଶ୍ଚିତ ହୋଇଛି।

ଷ୍ଟୋକ୍ସ ବାଦ୍‌; ପୋପ୍‌ଙ୍କୁ ନେତୃତ୍ୱ

ଏହି ଗୁରୁତ୍ୱପୂର୍ଣ୍ଣ ୫ମ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି। ଦଳର ଅଧିନାୟକ ତଥା ଶ୍ରେଷ୍ଠ ଫର୍ମ ଦେଇ ଗତି କରୁଥିବା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏହି ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ଚତୁର୍ଥ ଟେଷ୍ଟ ଖେଳୁଥିବାବେଳେ ସେ ଆଘାତ ପାଇଥିଲେ। ତେଣୁ ତାଙ୍କ ସ୍ଥାନରେ ଓଲି ପୋପ୍‌ଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ସେହିଭଳି ଘୋଷିତ ଏକାଦଶରେ ଇଂଲଣ୍ଡ ୪ଟି ପରିବର୍ତ୍ତନ କରିଛି। ଷ୍ଟୋକ୍ସଙ୍କ ସମେତ ଜୋଫ୍ରା ଆର୍ଚର, ବ୍ରାଏଡନ କ୍ରାସ ଓ ୪ର୍ଥ ଟେଷ୍ଟ ଖେଳିଥିବା ବାମହାତୀ ସ୍ପିନର ଲିଆମ ଡସନ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ଏହି ଖେଳାଳିଙ୍କ ସ୍ଥାନରେ ୩ ଦ୍ରୁତ ବୋଲର ସରେର ଗସ୍‌ ଆଟକିନସନ, ଜେମି ଓଭରଟନ ଓ ନଟ୍ଟିଂହାମଶାୟରର ଜୋଶ୍‌ ଟଙ୍ଗ୍‌। ସେହିଭଳି ସ୍ପିନ ଅଲ୍‌ରାଉଣ୍ଡର ଜାକବ ବେଥେଲଙ୍କୁ ମଧ୍ୟ ସୁଯୋଗ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp