ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା; ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଟିମ ଇଣ୍ଡିଆର ବ୍ଯାଟିଂ ଜାରି

The Sakala Picture
Published On

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିଛନ୍ତି। ଏହି ମ୍ଯାଚରେ ପ୍ରଥମରୁ ହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ଯାଟିଂକରି ୬୪ ରନ କରି ଆଉଟ […]

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିଛନ୍ତି। ଏହି ମ୍ଯାଚରେ ପ୍ରଥମରୁ ହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ଯାଟିଂକରି ୬୪ ରନ କରି ଆଉଟ ହୋଇଛନ୍ତି। ବିରାଟଙ୍କ ସହ ସୂର୍ଯ୍ଯକୁମାର ଯାଦବ ପାରିକୁ ସମ୍ଭାଳିଛନ୍ତି। ସୂର୍ଯ୍ଯକୁମାର ଯାଦବ ମଧ୍ଯ ଦୃତ ଗତିରେ ରନ ସଂଗ୍ରହ କରିଥିଲେ। ସେ ୧୭ ବଲରେ ୩୨ ରନ କରି ଆଉଟ ହୋଇଛନ୍ତି। ଏହାପରେ ପାରିକୁ ସମ୍ଭାଳିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପିଚକୁ ଆସିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

୧୯ ଓଭର ଖେଳ ଶେଷ ସୁଦ୍ଧା ଭାରତ ୨୧୧ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୬୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ରନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସେହିପରି ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଆଦିଲ ରସିଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp