ଚେନ୍ନାଇ ଟେଷ୍ଟ : ତୃତୀୟ ଦିନ ଶେଷସୁଦ୍ଧା ଇଂଲଣ୍ଡ ୫୩/୩, ବିଜୟଠୁ ୭ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ
ଚେନ୍ନାଇ: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ କମ୍ବିନେଶନ୍ ଦମରେ ଟିମ୍ ଇଣ୍ଡିଆ ଚେନ୍ନାଇ ଟେଷ୍ଟକୁ ନିଜ କବଜାରେ କରିନେଇଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ଶତକ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ୟ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଭ୍ରମଣକାରୀ ଦଳ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଛି। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତୃତୀୟ ଦିବସ ଖେଳ […]
ଚେନ୍ନାଇ: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ କମ୍ବିନେଶନ୍ ଦମରେ ଟିମ୍ ଇଣ୍ଡିଆ ଚେନ୍ନାଇ ଟେଷ୍ଟକୁ ନିଜ କବଜାରେ କରିନେଇଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦମଦାର ଶତକ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ୟ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଭ୍ରମଣକାରୀ ଦଳ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଛି। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୫୩ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଡାନ୍ ଲରେନ୍ସ ୧୯ ଓ ଜୋ ରୁଟ୍ ୨ ରନ୍ କରି ଅପରାଜିତ ରହିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଚତୁର୍ଥ ଦିବସରେ ଭାରତକୁ ୭ ୱିକେଟ୍ ଦରକାର ହେଉଥିବା ବେଳେ ଇଂଲଣ୍ଡକୁ ଆହୁରି ୪୨୯ ରନ୍ ଆବଶ୍ୟକ।
ଏହି ବିଶାଳ ଟାର୍ଗେଟର ପିଛା କରୁଥିବା ଇଂଲଣ୍ଡର ଓପନିଂ ଯୋଡ଼ି ପ୍ରଥମ କିଛି ଓଭର ଭାରତୀୟ ବୋଲରଙ୍କୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଏଠାକାର ସ୍ପିନିଂ ଟ୍ରାକରେ ଏମାନେ ବେଶୀ ସମୟ ତିଷ୍ଠିପାରିନଥିଲେ। ଡମ୍ ସିବଲେ (୩) ପୁଣିଥରେ ନିରାଶ କରିଥିଲେ ଏବଂ ଡେବ୍ୟୁଟାଣ୍ଟ ଅକ୍ଷର ପଟେଲେଙ୍କ ଶିକାର ହୋଇଥିଲେ। ଏହା ପରେ ଡାନ୍ ଲରେନ୍ସ ଓ ରୋରୀ ବର୍ନସ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବିଶେଷକରି ଅଶ୍ୱିନଙ୍କୁ ଟାର୍ଗେଟ୍ କରିଥିଲେ। କିନ୍ତୁ ଅଶ୍ୱିନଙ୍କ ଫିରକୀ ଆଗରେ ହାର୍ ମାନିଛନ୍ତି ବର୍ନସ୍। ବର୍ନସ୍ ବ୍ୟକ୍ତିଗତ ୨୫ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲରେ ପ୍ରଥମ ସ୍ଲିପରେ କୋହଲିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ନାଇଟ୍ ୱାଚମ୍ୟାଚ୍ ଭାବେ ଆସିଥିବା ଜ୍ୟାଚ୍ ଲିଚ୍ ମାତ୍ର ଗୋଟିଏ ବଲ୍ ଖେଳି ହିଁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଅକ୍ଷର ପଟେଲ୍ ଆଉଟ୍ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ୨ଟି ଓ ଅଶ୍ୱିନ୍ ଗୋଟିଏ ୱିକେଟ୍ ନେଇଛନ୍ତି।