ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ଆସିପାରେ ଘୋର ବିପଦ….

The Sakala Picture
Published On

ହିନ୍ଦୁ ଧର୍ମରେ ସପ୍ତାହକ ସାତ ଦିନ କୌଣସି ନା କୌଣସି ବିଶେଷ ଦେବଦେବୀଙ୍କୁ ସମର୍ପିତ। ଏହି କ୍ରମରେ ମଙ୍ଗଳବାର ସଙ୍କଟମୋଚନ ହନୁମାନଙ୍କୁ ସମର୍ପିତ। ଏହି ଦିନ ହନୁମାନଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୁଏ ଏବଂ ଘରେ ସୁଖ, ଶାନ୍ତି ବଜାୟ ରହିଥାଏ। ଯୋଗ ସାଧନାରେ ମଧ୍ୟ ମଙ୍ଗଳବାର ଦିନର ଅତ୍ୟନ୍ତ ମହତ୍ତ୍ୱ ରହିଛି । କେତେକ କାର୍ଯ୍ୟ ଏପରି ରହିଛି, ଯେଉଁଗୁଡ଼ିକ ଭୁଲରେ ବି ମଙ୍ଗଳବାର କରିବା ଅନୁଚିତ। ତେବେ ଆସନ୍ତୁ ଜାଣିବା, […]

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ହିନ୍ଦୁ ଧର୍ମରେ ସପ୍ତାହକ ସାତ ଦିନ କୌଣସି ନା କୌଣସି ବିଶେଷ ଦେବଦେବୀଙ୍କୁ ସମର୍ପିତ। ଏହି କ୍ରମରେ ମଙ୍ଗଳବାର ସଙ୍କଟମୋଚନ ହନୁମାନଙ୍କୁ ସମର୍ପିତ। ଏହି ଦିନ ହନୁମାନଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୁଏ ଏବଂ ଘରେ ସୁଖ, ଶାନ୍ତି ବଜାୟ ରହିଥାଏ। ଯୋଗ ସାଧନାରେ ମଧ୍ୟ ମଙ୍ଗଳବାର ଦିନର ଅତ୍ୟନ୍ତ ମହତ୍ତ୍ୱ ରହିଛି । କେତେକ କାର୍ଯ୍ୟ ଏପରି ରହିଛି, ଯେଉଁଗୁଡ଼ିକ ଭୁଲରେ ବି ମଙ୍ଗଳବାର କରିବା ଅନୁଚିତ। ତେବେ ଆସନ୍ତୁ ଜାଣିବା, କେଉଁ କାମ ମଙ୍ଗଳବାରରେ କରିବା ଅନୁଚିତ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ଅର୍ଥନୈତିକ କାରବାର କରିବା ଅଶୁଭ କୁହାଯାଇଛି। ଏହି ଦିନ କାହାକୁ କରଜ ଦିଅନ୍ତୁ ନାହିଁ କି କାହାଠୁ କରଜ ନିଅନ୍ତୁ ନାହିଁ। ଏପରିକି କୌଣସି ପ୍ରକାର ପୁଞ୍ଜି ନିବେଶ ଏହି ଦିନରେ କରିବାକୁ ବାରଣ କରାଯାଇଛି। ଏହି ଦିନ କରାଯାଇଥିବା ଋଣ, ପରିଶୋଧ କରିବା କଷ୍ଟକର ହୋଇପଡେ। ମଙ୍ଗଳବାର ପରିବର୍ତ୍ତେ ଆପଣ ବୁଧବାର ଦିନ ଏ ସମସ୍ତ କାର୍ଯ୍ୟ କରିପାରିବେ।

  • ସଙ୍କଟମୋଚନ ହନୁମାନଙ୍କୁ ଏହି ଦିନଟି ସମର୍ପିତ। ତେଣୁ ମଙ୍ଗଳବାର ମଦ, ମାଂସ ଠାରୁ ଦୂରେଇ ରହିବା ଉଚିତ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଉଗ୍ର ଗ୍ରହ ଭାବରେ ବର୍ଣ୍ଣନା କରାଯାଇଛି। ଏପରି ପରିସ୍ଥିତିରେ, ଏହି ଦିନ ମାଂସ ଏବଂ ମଦ୍ୟପାନ ଦ୍ୱାରା ଜୀବନରେ ହିଂସା, କ୍ରୋଧ ଆଦି ବୃଦ୍ଧି ପାଇବ ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ଆପଣଙ୍କ ପରିବାର ଏବଂ ସାମାଜିକ ଜୀବନରେ ଦେଖାଯିବ।

  • ମଙ୍ଗଳବାର ଦିନ ଲାଲ ରଙ୍ଗର ପୋଷାକ ପିନ୍ଧିବା ଉଚିତ ଏବଂ ଏହି ଦିନ ଏହି ରଙ୍ଗର ପୋଷାକ ଦାନ ମଧ୍ୟ କରିପାରିବେ। ତେବେ ଏହି ଦିନରେ କଳା ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି। ଏପରି କରିବା ଦ୍ୱାରା ଶନିଙ୍କ ପ୍ରଭାବ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ଏବଂ ଶନି ମଧ୍ୟରେ ଶତ୍ରୁତା ସମ୍ପର୍କ ରହିଛି। ଶନି ଏବଂ ମଙ୍ଗଳ ଗ୍ରହର ସଂଯୋଗ ସର୍ବଦା ବିପତ୍ତି ସୃଷ୍ଟି କରିଥାଏ। ଏପରି କରିବା ଦ୍ୱାରା ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ବୃଦ୍ଧି ପାଏ।

  • ଧାରୁଆ ଅସ୍ତ୍ରଶସ୍ତ୍ର, ଛୁରି, କଣ୍ଟା ଆଦି ଜିନିଷ ଏହି ଦିନ କିଣିବା ଅନୁଚିତ। ଏପରିକି ଏ ସମସ୍ତ ଜିନିଷ ଅନ୍ୟକୁ ଦେବା ଅଶୁଭ ବୋଲି ବିବେଚନା କରାଯାଏ। ଧାରୁଆ ଜିନିଷ ଦେବା ଏବଂ କିଣିବା ପରିବାରରେ ଅସନ୍ତୋଷ ବଢ଼ାଇଥାଏ ଏବଂ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ।

  • ମଙ୍ଗଳବାର ଦିନ କେଶ କାଟିବା ଅନୁଚିତ। ଏହି ଦିନ ନଖ କାଟିବା ମଧ୍ୟ ଉଚିତ ନୁହେଁ। ଏପରି କରିବା ଦ୍ବାରା ଅର୍ଥନୈତିକ ସଙ୍କଟ ଦେଖା ଦେଇଥାଏ। ବିଶ୍ୱାସ କରାଯାଏ ଯେ, ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରୁହେ।

  • ଏହି ଦିନରେ ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାତ୍ରା କରିବା ଉଚିତ ନୁହେଁ। ଯଦି ଏହି ଦିଗକୁ ଯାତ୍ରା କରିବା ନିହାତି ଜରୁରୀ, ତେବେ ଘରୁ ବାହାରିଲା ବେଳେ ଗୁଡ଼ ଖାଇ ଯାତ୍ରା କରନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp