ଘରର ଏହିସବୁ ଦିଗରେ ଲଗାନ୍ତୁ ତୁଳସୀ ଗଛ, ଦୂର ହେଇଯିବ ଆପଣଙ୍କର ସମସ୍ତ ସମସ୍ୟା

The Sakala Picture
Published On

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ପୂଜା କରାଯାଏ, ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ସ୍କନ୍ଦ ପୁରାଣାନୁଯାୟୀ, ‘ଯେଉଁ ଘରେ ତୁଳସୀ ପୂଜିତ ସେଠାରେ ନକାରାତ୍ମକ ଶକ୍ତି ଓ ଦୁଷ୍ଟ ବିଚାରମାନଙ୍କରୁ ରକ୍ଷା ମିଳେ । ଗରୁଡ଼ ପୁରାଣାନୁଯାୟୀ, ‘ତୁଳସୀ ବୃକ୍ଷର ରୋପଣ, ଯତ୍ନ, ସ୍ପର୍ଶ ଓ ଗୁଣଗାନ କଲେ ମନୁଷ୍ୟର ପୂର୍ବାର୍ଜିତ ପାପ ଜଳି ନଷ୍ଟ ହୋଇଯାଏ […]

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ପୂଜା କରାଯାଏ, ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ସ୍କନ୍ଦ ପୁରାଣାନୁଯାୟୀ, ‘ଯେଉଁ ଘରେ ତୁଳସୀ ପୂଜିତ ସେଠାରେ ନକାରାତ୍ମକ ଶକ୍ତି ଓ ଦୁଷ୍ଟ ବିଚାରମାନଙ୍କରୁ ରକ୍ଷା ମିଳେ । ଗରୁଡ଼ ପୁରାଣାନୁଯାୟୀ, ‘ତୁଳସୀ ବୃକ୍ଷର ରୋପଣ, ଯତ୍ନ, ସ୍ପର୍ଶ ଓ ଗୁଣଗାନ କଲେ ମନୁଷ୍ୟର ପୂର୍ବାର୍ଜିତ ପାପ ଜଳି ନଷ୍ଟ ହୋଇଯାଏ । ସାଧାରଣତଃ ତୁଳସୀ ବୃକ୍ଷକୁ ଘରର ମୁଖ୍ୟ ଦ୍ୱାରରେ ଲଗାଯାଇଥାଏ। କିନ୍ତୁ ଏହା ବ୍ୟତୀତ ଘରର କିଛି ବିଶେଷ ସ୍ଥାନରେ ତୁଳସୀ ବୃକ୍ଷ ଲଗାଇବା ଦ୍ୱାରା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

ଅଶାନ୍ତି ଦୂର ପାଇଁ: ଯଦି ଘରେ ଅକାରଣରେ ଝଗଡ଼ା ହେଉଛି, ତେବେ ରୋଷେଇ ଘର ନିକଟରେ ତୁଳସୀ ବୃକ୍ଷ ରଖନ୍ତୁ । ଏହାଫଳରେ ଘରେ ଝଗଡ଼ା ହୋଇ ନ ଥାଏ ଓ ଶାନ୍ତି ବଜାୟ ରୁହେ ।

♦ ବାସ୍ତୁ ସମସ୍ୟା ଥିଲେ: ବାସ୍ତୁଦୋଷ ଦୂର ପାଇଁ ତୁଳସୀ ଚଉଁରାକୁ ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରଖିଲେ ଏହି ସମସ୍ୟା ଦୂର ହୋଇଥାଏ।

♦ ଆର୍ଥିକ ସ୍ଥିତି ବୃଦ୍ଧି: ଉତ୍ତର-ପୂର୍ବ ଦିଗରେ ଧନର ଦେବତା କୁବେର ବାସ କରନ୍ତି ବୋଲି ବିଶ୍ଵାସ ରହିଛି। ତେଣୁ ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାଇଲେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

♦ ପିଲା ଜିଦି କରୁଥିଲେ ସାଧାରତଃ ଛୋଟ ପିଲାମାନେ ଜିଦି କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ସ୍ବଭାବ ଯଦି ବଢ଼ିଯାଏ, ତେବେ ଘରର ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାଇଲେ ସ୍ବଭାବରେ ପରିବର୍ତ୍ତନ ହୋଇଥାଏ |

♦ ବିବାହ ବିଳମ୍ବ ହେଉଥିଲେ: ବିବାହ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ଯେକୌଣସି ସ୍ଥାନରେ ତୁଳସୀ ବୃକ୍ଷ ଲଗାଇଲେ ଶୁଭ ଫଳ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp