ଘରର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ନବରାତ୍ରୀରେ ଆପଣାନ୍ତୁ ଏହିସବୁ ବାସ୍ତୁ ଉପାୟ…

The Sakala Picture
Published On

ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ। ସମ୍ପୂର୍ଣ୍ଣ ରୀତିନୀତିର ସହ କରାଯାଉଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା। ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦେବୀ ପୀଠ। ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗେ। ନବରାତ୍ରୀ ପାଳନ ପାଇଁ କିଛି ବିଶେଷ ନିୟମ ରହିଛି। ତେବେ ନବରାତ୍ରୀରେ ଏମିତି କିଛି ବାସ୍ତୁ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ବାରା ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଘରର ମୁଖ୍ୟ ଦ୍ବାରର ଡାହାଣ ଓ ବାମ ପଟେ […]

ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ। ସମ୍ପୂର୍ଣ୍ଣ ରୀତିନୀତିର ସହ କରାଯାଉଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା। ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦେବୀ ପୀଠ। ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗେ। ନବରାତ୍ରୀ ପାଳନ ପାଇଁ କିଛି ବିଶେଷ ନିୟମ ରହିଛି। ତେବେ ନବରାତ୍ରୀରେ ଏମିତି କିଛି ବାସ୍ତୁ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ବାରା ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

  • ଘରର ମୁଖ୍ୟ ଦ୍ବାରର ଡାହାଣ ଓ ବାମ ପଟେ ହଳଦୀରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହାଦ୍ବାରା ସବୁ ଶୁଭ ଓ ମଙ୍ଗଳମୟ ହୋଇଥାଏ।
  • ଘରର ଈଶାଣ କୋଣରେ ଦେବୀଙ୍କୁ ସ୍ଥାପନ କରିବା ଉଚିତ। ଯଦି ଆପଣ ଦେବୀ ମୂର୍ତ୍ତି ସ୍ଥାପନା କରିନାହାନ୍ତି, ତେବେ ସେଠାରେ କଳସ ସ୍ଥାପନା କରିପାରିବେ।
  • ଶତ୍ରୁଙ୍କ ଉପରେ ବିଜୟପ୍ରାପ୍ତ କରିବା ପାଇଁ ଘରର ଆଗ୍ନେୟ କୋଣରେ ହୋମଯଜ୍ଞ କରିବା ସହ ଅଖଣ୍ଡ ଦୀପ ଲଗାଇବା ଉଚିତ।
  • ନବରାତ୍ରୀରେ ସନ୍ଧ୍ୟା ସମୟରେ ୭ଟି କର୍ପୂର ଜଳାଇ ଦେବୀ ମା’ଙ୍କ ଆଳତି କରନ୍ତୁ। ସବୁ ନକାରାତ୍ମକ ଶକ୍ତି ଦୂର ହେବା ସହ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।
  • ଦେବୀଙ୍କୁ ଭୋଗ ଅର୍ପଣ କରିବା ସମୟରେ ଘଣ୍ଟି ବା ଘଣ୍ଟ ବଜାନ୍ତୁ।
  • ନବରାତ୍ରୀରେ ପ୍ରତିଦିନ ତୁଳସୀ ଚଉରାରେ ଏକ ଘିଅ ଦୀପ ଜଲାଇବା ଦ୍ବାରା ଗୃହ କଳହ ଦୂର ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
  • ନବରାତ୍ରୀରେ ଲାଲ୍‌ ଚନ୍ଦନର ଟିକା ମଥାରେ ଲଗାନ୍ତୁ। ଏହାଦ୍ବାରା ମନ ଶାନ୍ତ ହେବା ସହ ପ୍ରତ୍ୟେକ କାମ ଗତିଶୀଳ ହୋଇଥାଏ।
  • ପୂଜାସ୍ଥଳରେ କିମ୍ବା ଘରେ ଲାଲ୍‌ ରଙ୍ଗର ପ୍ରଦୀପ ଜଳାନ୍ତୁ। ଲାଲ୍‌ ରଙ୍ଗ ଶୁଭ ଏବଂ ସକାରାତ୍ମକ ପ୍ରତୀକ।
  • ନବରାତ୍ରୀରେ ମା’ ଦୁର୍ଗାଙ୍କୁ ମନ୍ଦାର ଓ ପଦ୍ମଫୁଲ ଚଢ଼ାନ୍ତୁ।
29 Sep 2022 By The Sakala

https://www.thesakala.in/religion/follow-these-vastu-rules-on-navratri-to-avoid-various-problems-of-your-home/article-15362
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର