ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

Madhusudan Das Picture
Published On

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୭୦ ବର୍ଷୀୟ ବୃଦ୍ଧ ନାଗ ପଞ୍ଚମୀ ଅବସରରେ ସମ୍ପୂର୍ଣ୍ଣ ଭାବେ ଗୋଟିଏ ମଇଁଷି ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବୃଦ୍ଧ ଜଣକ ନିଜ ଦେହରେ ଅସୁରରାଜ ମହିଷାସୁର ପ୍ରବେଶ କରୁଥିବା ଦାବି କରୁଛନ୍ତି, ଯେଉଁ କାରଣରୁ ସେ ଏପରି ଆଚରଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉଜ୍ଜୈନର ଶାହୀ ମସଜିଦ୍ ଭଙ୍ଗାଯିବା ନେଇ ଉତ୍ତେଜନା ପରେ ପୋଲିସ ଉପରକୁ ପଥର ମାଡ଼, ୧୦ ଅଟକ

ମିଳିଥିବା ସୂଚନା ଅନୁଯାୟୀ, ଏହି ବୃଦ୍ଧଙ୍କ ନାମ ହେଉଛି ବୁଦ୍ଧିରାମ। ନାଗ ପଞ୍ଚମୀ ଦିନ ତାଙ୍କର ଆଚରଣ ହଠାତ୍ ବଦଳିଯାଇଥାଏ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧ ଜଣକ ଗୋରୁମାନଙ୍କ ପାଇଁ ଉଦ୍ଦିଷ୍ଟ କୁଣ୍ଡରୁ ଘାସ, ନଡ଼ା ଏବଂ ଚାରା ଖାଉଛନ୍ତି। କେବଳ ସେତିକି ନୁହେଁ, ସେ ହାତ ଓ ଗୋଡ଼ ସାହାଯ୍ୟରେ ତଳେ ବସି ଅବିକଳ ଏକ ମଇଁଷି ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଜନ୍ତର-ମନ୍ତରରେ ବିଶାଳ ବିକ୍ଷୋଭ, ଅକ୍ଟୋବର ୧୦କୁ ନେଇ ଚେତାବନୀ

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ନାଗ ପଞ୍ଚମୀ ପର୍ବରେ ବୁଦ୍ଧିରାମଙ୍କ ଶରୀରରେ ରାକ୍ଷସ ମହିଷାସୁର ପ୍ରବେଶ କରିଥାଏ ବୋଲି ସେ ବିଶ୍ୱାସ କରନ୍ତି। ହିନ୍ଦୁ ପୁରାଣ ଅନୁଯାୟୀ ମହିଷାସୁରର ରୂପ ଏକ ମଇଁଷି ଭଳି ହୋଇଥିବାରୁ ବୃଦ୍ଧ ଜଣକ ମଧ୍ୟ ସେହିଭଳି ଆଚରଣ କରିଥାନ୍ତି। ବର୍ତ୍ତମାନ ଏହି ଅଦ୍ଭୁତ ଘଟଣାର ଭିଡିଓ ଇଣ୍ଟରନେଟରେ ବ୍ୟାପକ ଭାବେ ପ୍ରସାରିତ ହେଉଛି ଏବଂ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। 

ବିଶ୍ୱାସ ନା ଅନ୍ଧବିଶ୍ୱାସ!
ବୁଧିରାମଙ୍କ ଏହି ରୂପ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ରୁଦ୍ରପୁର ଶିବନାଥ ଗାଁରେ ପହଞ୍ଚୁଛନ୍ତି। ଲୋକଙ୍କର ବିଶ୍ୱାସ ରହିଛି ଯେ, ବୁଧିରାମଙ୍କ ଏହି ରୂପକୁ ଦର୍ଶନ କରିବା ଏବଂ ମାନସିକ କରିବା ଦ୍ୱାରା ସେମାନଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଗୋଟିଏ ପଟେ ସ୍ଥାନୀୟ ଲୋକେ ଏହାକୁ ଭଗବାନଙ୍କ ଚମତ୍କାର ଓ ଦୈବୀଶକ୍ତିର ଆଧାର ବୋଲି ମାନୁଥିବା ବେଳେ, ଅନ୍ୟପଟେ କିଛି ସଚେତନ ବ୍ୟକ୍ତି ଏହାକୁ ନିଚ୍ଛକ ଅନ୍ଧବିଶ୍ୱାସ ଏବଂ ମାନସିକ ରୋଗ ସହ ଯୋଡ଼ି ଦେଖୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର