ବିଜେପି ମନ୍ତ୍ରୀଙ୍କ ନାମରେ ଏତଲା ପାଇଁ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: କର୍ଣ୍ଣଲ ସୋଫିଆ କୁରେସୀଙ୍କ ବିରୋଧରେ ଅାପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତା ତଥା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ୪ ଘଣ୍ଟା ଭିତରେ ଏଫ୍ଆଇଆର୍ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରି ମଧ୍ୟ ପ୍ରଦେଶ ହାଇକୋର୍ଟର ଏକ ବେଞ୍ଚ କହିଛନ୍ତି େଯ ଶାହଙ୍କ ମନ୍ତବ୍ୟ କେବଳ ସାଂପ୍ରଦାୟିକ ସଦଭାବକୁ ନଷ୍ଟ କରୁନାହିଁ, ଏହା ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ବ ପ୍ରତି ବିପଦ […]

ନୂଆଦିଲ୍ଲୀ: କର୍ଣ୍ଣଲ ସୋଫିଆ କୁରେସୀଙ୍କ ବିରୋଧରେ ଅାପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତା ତଥା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ୪ ଘଣ୍ଟା ଭିତରେ ଏଫ୍ଆଇଆର୍ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରି ମଧ୍ୟ ପ୍ରଦେଶ ହାଇକୋର୍ଟର ଏକ ବେଞ୍ଚ କହିଛନ୍ତି େଯ ଶାହଙ୍କ ମନ୍ତବ୍ୟ କେବଳ ସାଂପ୍ରଦାୟିକ ସଦଭାବକୁ ନଷ୍ଟ କରୁନାହିଁ, ଏହା ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିଛି। ତାଙ୍କ ବିରୋଧରେ ବିଏନ୍‌ଏସର ଧାରା ୧୫୨ ଏବଂ ଆଇପିସିର ଦଫା ୧୯୬ ଅନ୍ତର୍ଗତ ମାମଲା ରୁଜ୍ଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା ଏହି ଏଫଆଇଆର ଦାଖଲ ହେବା ଉଚିତ। ନହେଲେ ଏହାକୁ ପୁଲିସ ଡିଜିଙ୍କ ବିରୋଧରେ ଅଦାଲତ ଅବାମନନା ବୋଲି ବିଚାର କରାଯିବ। ଆସନ୍ତାକାଲି ଦିନ ୧୦ଟା ୩୦ରେ ମାମଲାର ଶୁଣାଣି ହେବ।

ଜଷ୍ଟିସ ଅତୁଲ ଶ୍ରୀଧରନ ଏବଂ ଜଷ୍ଟିସ ଅନୁରାଧା ଶୁକ୍ଳାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ ୌଯ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ବିେରାଧରେ ମନ୍ତ୍ରୀ ବିଜୟ ଶାହଙ୍କ ମନ୍ତବ୍ୟ ହେଉଛି ବିପଜ୍ଜନକ ଓ ଅତ୍ୟନ୍ତ ଲଜ୍ଜାଜନକ। ଖଣ୍ଡପୀଠ କହିଲେ ଯେ ସଶସ୍ତ୍ର ସେନା ହେଉଛି ଭାରତରେ ଏଭଳି ଏକ ଅନୁଷ୍ଠାନ ଯାହାର ଅନୁଶାସନ, ବୀରତ୍ବ, ବଳିଦାନ, ଆନୁଗତ୍ୟ, ଚରିତ୍ର ଓ ସମ୍ମାନ ହେଉଛି ଅତୁଳନୀୟ। ଏଭଳି େସନା ପ୍ରତି ବିଜୟ ଶାହ ଅଭଦ୍ର, ଅରୁଚିକର ଓ ଅତି ନିଚ୍ଚ ମାନର ଭାଷା ବ୍ୟବହାର କରିଛନ୍ତି। କୋର୍ଟ ଆହୁରି କହିଲେ ଯେ ଶାହ ତାଙ୍କ ମନ୍ତବ୍ୟ ମାଧ୍ୟମରେ ଏକ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଯେ ଯେଉଁମାନେ ମୁସଲିମ ସେମାନେ ହେଉଛନ୍ତି ବିଚ୍ଛିନ୍ନତାବାଦୀ। ଏହା ଆମର ସମ୍ବିଧାନ ପ୍ରତି ଅପମାନ ମଧ୍ୟ। ତେଣୁ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଫା ଲଗାଇବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ଅପରେସନ ସିନ୍ଦୂର ସଂପର୍କରେ ମନ୍ତବ୍ୟ ଦେବାକୁ ଯାଇ କର୍ଣ୍ଣଲ ସୋଫିଆଙ୍କ ବିରୋଧରେ ଶାହ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ତାଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି କହିଥିଲେ। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହିତ ଗିରଫ କରିବା ଲାଗି ବିରୋଧୀ ଦଳ ଓ ପୂର୍ବତନ ସେନା ଅଧିକାରୀ ଦାବି କରିଥିଲେ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସଂପର୍କରେ କର୍ଣ୍ଣଲ ସୋଫିଆ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ ବୈଦେଶିକ ସଚିବ ବିକ୍ରମ ମିସ୍ରି ନିୟମିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଉଥିଲେ। ସେତେବେଳେ କର୍ଣ୍ଣଲ ସୋଫିଆ ଭାରତର ଚେହେରା ପାଲଟିଯାଇଥିଲେ।

About The Author

ରାଶିଫଳ