ଦିଲ୍ଲୀ ଦଙ୍ଗା ମାମଲା: ୬ ବର୍ଷ ପରେ ଜେଲରୁ ବାହାରିଲେ ଶରଜିଲ୍ ଇମାମ, କୋର୍ଟରୁ ମିଳିଲା ୧୦ ଦିନର ଅନ୍ତରୀଣ ଜାମିନ

Suryakanta Picture
Published On

୨୦୨୦ ମସିହାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ପୂର୍ବତନ ଛାତ୍ର ଶରଜିଲ୍ ଇମାମ (Sharjeel Imam)ଙ୍କୁ ଦିଲ୍ଲୀର କରକରଡୁମା କୋର୍ଟ ପକ୍ଷରୁ ୧୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ନିଜ ଭାଇଙ୍କ ବିବାହରେ ସାମିଲ ହେବା ଏବଂ ଅସୁସ୍ଥ ମା'ଙ୍କୁ ଭେଟିବା ପାଇଁ କୋର୍ଟ ତାଙ୍କୁ ଏହି ଅନୁମତି ଦେଇଛନ୍ତି। ଶୁକ୍ରବାର ଦିନ (ମାର୍ଚ୍ଚ ୨୦) ତିହାର ଜେଲରୁ ସେ ବାହାରିଛନ୍ତି। ପ୍ରାୟ ୬ ବର୍ଷ ଧରି ଜେଲରେ ରହିବା ପରେ ଶରଜିଲଙ୍କୁ ଏହି ସାମୟିକ ଆଶ୍ୱସ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର କୁଶୀନଗରରେ ପାର୍କିଂ ବିବାଦରୁ ୩୦ ବର୍ଷୀୟ ଯୁବକଙ୍କୁ ଲାଠିରେ ପିଟି ପିଟି ହତ୍ୟା

କଡ଼ା ସର୍ତ୍ତ ସହ ମିଳିଲା ଅନୁମତି

ଅତିରିକ୍ତ ଦୌରା ଜଜ୍ ସମୀର ବାଜପେୟୀ ଏହି ଜାମିନ ଆବେଦନର ଶୁଣାଣି କରି ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶରଜିଲ୍ ଇମାମଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ସମାନ ପରିମାଣର ଦୁଇଟି ସ୍ୟୁରିଟି ପ୍ରଦାନ କରିବାକୁ ପଡ଼ିବ। ଏହି ୧୦ ଦିନର ଅବଧି ମଧ୍ୟରେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ କିମ୍ବା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ। ଏହାଛଡ଼ା ମାମଲାର କୌଣସି ସାକ୍ଷୀଙ୍କ ସହ ଯୋଗାଯୋଗ ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ ତାଙ୍କୁ ପୁଣିଥରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ଭେଟିବାକୁ ଶାଶୁଘରେ ପହଞ୍ଚିଲେ ସିଆରପିଏଫ୍ ଯବାନ, ରଙ୍ଗେହାତ ଧରି ନିର୍ଧୁମ ଛେଚିଲେ ଶ୍ୱଶୁର ଘର ଲୋକେ

କାହିଁକି ଗିରଫ ହୋଇଥିଲେ ଶରଜିଲ୍?

ସୂଚନାଯୋଗ୍ୟ ଯେ, ୨୦୧୯-୨୦୨୦ ମସିହାରେ ସିଏଏ (CAA) ଏବଂ ଏନଆରସି (NRC) ବିରୋଧୀ ଆନ୍ଦୋଳନ ସମୟରେ ଉତ୍ତେଜନାମୂଳକ ଭାଷଣ ଦେବା ଏବଂ ଦିଲ୍ଲୀ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶରଜିଲଙ୍କ ବିରୋଧରେ ୟୁଏପିଏ (UAPA) ଆଇନ ଅଧୀନରେ ମାମଲା ରୁଜୁ କରିଥିଲା। ୨୦୨୦ ମସିହାରୁ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଶରଜିଲ୍ ଇମାମ ଏବଂ ଅନ୍ୟତମ ଅଭିଯୁକ୍ତ ଉମର ଖାଲିଦଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ବୁଲନ୍ଦସହରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ମିଳିଲା ଦିଅର, ଭାଉଜ ଓ ୪ ବର୍ଷର କୁନି ଝିଅର ମୃତଦେହ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

20 Mar 2026 By Suryakanta

ଦିଲ୍ଲୀ ଦଙ୍ଗା ମାମଲା: ୬ ବର୍ଷ ପରେ ଜେଲରୁ ବାହାରିଲେ ଶରଜିଲ୍ ଇମାମ, କୋର୍ଟରୁ ମିଳିଲା ୧୦ ଦିନର ଅନ୍ତରୀଣ ଜାମିନ

୨୦୨୦ ମସିହାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ପୂର୍ବତନ ଛାତ୍ର ଶରଜିଲ୍ ଇମାମ (Sharjeel Imam)ଙ୍କୁ ଦିଲ୍ଲୀର କରକରଡୁମା କୋର୍ଟ ପକ୍ଷରୁ ୧୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ନିଜ ଭାଇଙ୍କ ବିବାହରେ ସାମିଲ ହେବା ଏବଂ ଅସୁସ୍ଥ ମା'ଙ୍କୁ ଭେଟିବା ପାଇଁ କୋର୍ଟ ତାଙ୍କୁ ଏହି ଅନୁମତି ଦେଇଛନ୍ତି। ଶୁକ୍ରବାର ଦିନ (ମାର୍ଚ୍ଚ ୨୦) ତିହାର ଜେଲରୁ ସେ ବାହାରିଛନ୍ତି। ପ୍ରାୟ ୬ ବର୍ଷ ଧରି ଜେଲରେ ରହିବା ପରେ ଶରଜିଲଙ୍କୁ ଏହି ସାମୟିକ ଆଶ୍ୱସ୍ତି ମିଳିଛି।

କଡ଼ା ସର୍ତ୍ତ ସହ ମିଳିଲା ଅନୁମତି

ଅତିରିକ୍ତ ଦୌରା ଜଜ୍ ସମୀର ବାଜପେୟୀ ଏହି ଜାମିନ ଆବେଦନର ଶୁଣାଣି କରି ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶରଜିଲ୍ ଇମାମଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ସମାନ ପରିମାଣର ଦୁଇଟି ସ୍ୟୁରିଟି ପ୍ରଦାନ କରିବାକୁ ପଡ଼ିବ। ଏହି ୧୦ ଦିନର ଅବଧି ମଧ୍ୟରେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ କିମ୍ବା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ। ଏହାଛଡ଼ା ମାମଲାର କୌଣସି ସାକ୍ଷୀଙ୍କ ସହ ଯୋଗାଯୋଗ ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ ତାଙ୍କୁ ପୁଣିଥରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ହେବ।

କାହିଁକି ଗିରଫ ହୋଇଥିଲେ ଶରଜିଲ୍?

ସୂଚନାଯୋଗ୍ୟ ଯେ, ୨୦୧୯-୨୦୨୦ ମସିହାରେ ସିଏଏ (CAA) ଏବଂ ଏନଆରସି (NRC) ବିରୋଧୀ ଆନ୍ଦୋଳନ ସମୟରେ ଉତ୍ତେଜନାମୂଳକ ଭାଷଣ ଦେବା ଏବଂ ଦିଲ୍ଲୀ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶରଜିଲଙ୍କ ବିରୋଧରେ ୟୁଏପିଏ (UAPA) ଆଇନ ଅଧୀନରେ ମାମଲା ରୁଜୁ କରିଥିଲା। ୨୦୨୦ ମସିହାରୁ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଶରଜିଲ୍ ଇମାମ ଏବଂ ଅନ୍ୟତମ ଅଭିଯୁକ୍ତ ଉମର ଖାଲିଦଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର