ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ଦାବି, ଆମେରିକା ଓ ୟୁରୋପରେ ବିକ୍ଷୋଭ ତୀବ୍ର

The Sakala Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଗତ ୭ ତାରିଖରେ ହମାସ୍‌ ପକ୍ଷରୁ ଆକ୍ରମଣ କରାଯିବା ପରେ ଇରାନ, ଲେବାନନ ଭଳି କିଛି ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ବାହାରିଥିଲେ। କିନ୍ତୁ ଯେବେ ଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ ଜୋରଦାର କରିଛି , ସେବେ ଠାରୁ ଅନ୍ୟ ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଛିଡା ହେବା ଆରମ୍ଭ କରିଥିଲେ। କିନ୍ତୁ ଗାଜା ହସ୍ପିଟାଲ ଆକ୍ରମଣ ଘଟଣା ପରେ ସବୁ ଆରବୀୟ ରାଷ୍ଟ୍ର ଏକାଠି ହୋବରେ ଲାଗିଛନ୍ତି। ଏପରିକି […]

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଗତ ୭ ତାରିଖରେ ହମାସ୍‌ ପକ୍ଷରୁ ଆକ୍ରମଣ କରାଯିବା ପରେ ଇରାନ, ଲେବାନନ ଭଳି କିଛି ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ବାହାରିଥିଲେ। କିନ୍ତୁ ଯେବେ ଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ ଜୋରଦାର କରିଛି , ସେବେ ଠାରୁ ଅନ୍ୟ ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଛିଡା ହେବା ଆରମ୍ଭ କରିଥିଲେ। କିନ୍ତୁ ଗାଜା ହସ୍ପିଟାଲ ଆକ୍ରମଣ ଘଟଣା ପରେ ସବୁ ଆରବୀୟ ରାଷ୍ଟ୍ର ଏକାଠି ହୋବରେ ଲାଗିଛନ୍ତି। ଏପରିକି ୨୨ ଇସଲାମିକ୍‌ ରାଷ୍ଟ୍ରଙ୍କୁ ନେଇ ଗଠିତ ଆରବ ଲିଗ୍‌ ମୁଖିଆ ସାଉଦି ଆରବ ପ୍ରଥମରୁ ଚୁପ୍‌ ରହିଥିଲା ବେଳେ ଏବେ ଗାଜା ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଇସ୍ରାଏଲ ସହ କଥାବାର୍ତ୍ତା ଏକପ୍ରକାର ବନ୍ଦ କରିଦେଇଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଇସ୍ରାଏଲ ସହ ଘନିଷ୍ଠ ନ ହେଲେ ମଧ୍ୟ ସ୍ବାଭାବିକ ସମ୍ପର୍କ ରଖିଥିବା ଇଜିପ୍ଟ,ଜୋର୍ଡାନ ଭଳି ଅନ୍ୟ ରାଷ୍ଟ୍ର ମଧ୍ୟ ଏବେ ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ନିକଟରେ ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ଗସ୍ତରେ ଆସିଥିଲା ବେଳେ ଏହି ସମୟରେ ସେ ଜୋର୍ଡାନ ଏବଂ ଇଜିପ୍ଟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଗାଜା ହସ୍ପିଟାଲ ଆକ୍ରମଣ ଘଟଣା ପରେ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା। ଇଜିପ୍ଟ ଏବଂ ଜୋର୍ଡାନ ଆମେରିକାର ସହଯୋଗୀ ରାଷ୍ଟ୍ର ହୋଇଥିଲେ ହେଁ ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଛାଇ ନଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ତେଣୁ ସାଂପ୍ରତିକ ସ୍ଥିତିରେ ବେଶ୍ବିକ ରାଜନୀତି ବ୍ୟତିରେକ ସବୁ ଇସଲାମିକ୍‌ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ଇରାନ୍‌,ସିରିଆ, କାତାର ଏବଂ ଲେବାନନ ଆଦି ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବାକୁ ଧମକ ଦେଇଥିଲା ବେଳେ ଅନ୍ୟ କିଛି ରାଷ୍ଟ୍ର ସେମାନଙ୍କ ସହ ହାତ ମିଳାଇବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କୁହାଯାଉଛି। ତେଣୁ ଆଗାମୀ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆହୁରି ତୀବ୍ର ହେବା ସହିତ ସହଜରେ ବନ୍ଦ ନ ହେବାର ଆଶଙ୍କା ବଢାଇଛି। ଅନ୍ୟପକ୍ଷରେ ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ଦାବି କରି ସାରା ବିଶ୍ବରେ ପାଲେଷ୍ଟାଇନ ସମର୍ଥକ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। ଆମେରିକା ଠାରୁ ଆରମ୍ଭ କରି ବ୍ରିଟେନ, ଫ୍ରାନ୍ସ , ଜର୍ମାନୀ, କାନାଡ଼ା, ବେଲଜିୟମ, ମରକ୍କୋ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଆଦି ରାଷ୍ଟ୍ରର ବିଭିନ୍ନ ସହରରେ ବିକ୍ଷୋଭକାରୀମାନେ ଏକାଠି ହେବା ସହିତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛନ୍ତି। ବିଶେଷକରି ଗାଜା ସହରସ୍ଥିତ ଏକ ହସ୍ପିଟାଲରେ ରକେଟ୍‌ ଆକ୍ରମଣରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ଘଟଣା ବିଭିନ୍ନ ମହଲକୁ ଚିନ୍ତିତ କରିଛି।ଏହାବ୍ୟତୀତ ହମାସ୍‌କୁ ନିର୍ମୂଳ କରିବା ଲକ୍ଷରେ ଇସ୍ରାଏଲ ଗାଜା ଉପରେ ତୀବ୍ର ଆକ୍ରମଣ କରିବା ସହିତ ସେଠାକୁ ପାଣି, ବିଜୁଳି ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଥିବାରୁ ଗାଜାରେ ସୃଷ୍ଟି ହୋଇଥିବା ମାନବସଙ୍କଟ ପରିସ୍ଥିତିକୁ ନେଇ ଶିଶୁଙ୍କ ଠାରୁ ଆରମ୍ଭ କରି ମହିଳାମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି। ତେଣୁ ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରୁ ଡିପୋର୍ଟ ହେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ କରମବୀର ଦେଓ, ଦିଲ୍ଲୀ ଏୟାରପୋର୍ଟରୁ ଗିରଫ

ରାଷ୍ଟ୍ରପତି ଆବାସ୍‌ଙ୍କ ସହ କଥାହେଲେ ମୋଦୀ
ଅନ୍ୟପକ୍ଷରେ ଗାଜା ହସ୍ପିଟାଲ ଆକ୍ରମଣ ଘଟଣାରେ ମୃତ୍ୟୁବରଣ କରିଥବା ଲୋକମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନ ରାଷ୍ଟ୍ରପତି ମେହମୁଦ ଆବାସ୍‌ଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ମୋଦୀ ପ୍ରଥମଥର ପାଇଁ ଆବାସ୍‌ଙ୍କୁ ଫୋନ କରି ଆଲୋଚନା କରିବା ସହିତ ମାନବୀୟ ସହାୟତା ଯୋଗାଇ ଦେବାକୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର