ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

The Sakala Picture
Published On

ବିହାର: ଲାଲୁ ଯାଦବଙ୍କ ପରିବାର ଓ ଅନ୍ୟମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଯାଦବ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସବୁ ସମ୍ପତ୍ତି ପାଟନା ଏବଂ ଗାଜିୟାବାଦରେ ଥିବା କୁହାଯାଉଛି । ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ଇଡି କାର୍ଯ୍ୟାଳୟରୁ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଭୁଲ ମାର୍ଗରେ ଚାକିରି ଦେଇ […]

ବିହାର: ଲାଲୁ ଯାଦବଙ୍କ ପରିବାର ଓ ଅନ୍ୟମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଯାଦବ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସବୁ ସମ୍ପତ୍ତି ପାଟନା ଏବଂ ଗାଜିୟାବାଦରେ ଥିବା କୁହାଯାଉଛି । ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ଇଡି କାର୍ଯ୍ୟାଳୟରୁ ହୋଇଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଭୁଲ ମାର୍ଗରେ ଚାକିରି ଦେଇ ନିଜ ପରିବାର ସଦସ୍ୟଙ୍କ ନାଁରେ ଜମି ଏକାଠି କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନକୁ ଲାଲୁ ପରିବାର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଲାଲୁଙ୍କ ବିରୋଧରେ ଇଡିର ଏହା ତୃତୀୟ କାର୍ଯ୍ୟାନୁଷ୍ଠାନ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଦୁଇ ଥର ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଥିବା ସମ୍ପତ୍ତିକୁ ଜବତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର