ଶ୍ରେଣୀ ଭିତରେ ଛାତ୍ରଙ୍କୁ ବିବାହ କଲେ ପ୍ରାଧ୍ୟାପିକା, ଭାଇରାଲ ହେଉଛି ଭିଡିଓ…

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗର ଏକ ବିଶ୍ବବିଦ୍ୟାଳୟରୁ ବିଚଳିତ କରିବା ଭଳି ଖବର ସାମ୍‌ନାକୁ ଆସିଛି। ଶ୍ରେଣୀ ଭିତରେ ଜଣେ ଛାତ୍ରଙ୍କୁ ପ୍ରାଧ୍ୟାପିକା ରୀତିନୀତିରେ ବିବାହ କରିଛନ୍ତି। ନିର୍ବନ୍ଧ ପରେ ଉଭୟେ ପରସ୍ପରକୁ ବରଣ ମାଳା ପିନ୍ଧାଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ଦମ୍ପତି ସାତ ଥର ପରିକ୍ରମା କରିଛନ୍ତି। ଛାତ୍ର ଜଣକ ପ୍ରାଧ୍ୟାପିକାଙ୍କ ମଥାରେ ସିନ୍ଦୁର ଦେଇ ଗୋଲାପ ପ୍ରଦାନ କରିଛନ୍ତି। କୋଲକାତାରୁ ୧୫୦ କିମି ଦୂର ନଦିଆ ସ୍ଥିତ ହରିଣଘଟା ଟେକ୍ନୋଲୋଜି କଲେଜର ସାଇକୋଲୋଜି ବିଭାଗରେ ଅନୁଷ୍ଠିତ ଏହି […]

କୋଲକାତା: ପଶ୍ଚିମବଙ୍ଗର ଏକ ବିଶ୍ବବିଦ୍ୟାଳୟରୁ ବିଚଳିତ କରିବା ଭଳି ଖବର ସାମ୍‌ନାକୁ ଆସିଛି। ଶ୍ରେଣୀ ଭିତରେ ଜଣେ ଛାତ୍ରଙ୍କୁ ପ୍ରାଧ୍ୟାପିକା ରୀତିନୀତିରେ ବିବାହ କରିଛନ୍ତି। ନିର୍ବନ୍ଧ ପରେ ଉଭୟେ ପରସ୍ପରକୁ ବରଣ ମାଳା ପିନ୍ଧାଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ଦମ୍ପତି ସାତ ଥର ପରିକ୍ରମା କରିଛନ୍ତି। ଛାତ୍ର ଜଣକ ପ୍ରାଧ୍ୟାପିକାଙ୍କ ମଥାରେ ସିନ୍ଦୁର ଦେଇ ଗୋଲାପ ପ୍ରଦାନ କରିଛନ୍ତି। କୋଲକାତାରୁ ୧୫୦ କିମି ଦୂର ନଦିଆ ସ୍ଥିତ ହରିଣଘଟା ଟେକ୍ନୋଲୋଜି କଲେଜର ସାଇକୋଲୋଜି ବିଭାଗରେ ଅନୁଷ୍ଠିତ ଏହି ବିବାହର ଦୃଶ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ମହଲରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି। ଏବେ ଏହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହି ଭିଡିଓରେ ପ୍ରାଧ୍ୟାପିକା ପାୟଲ ବାନାର୍ଜୀଙ୍କୁ କନ୍ୟା ବେଶରେ ଦେଖିବାକୁ ମିଳୁଛି। ତେବେ ଏହା ଅସଲ ବିବାହ ନ ଥିଲା। ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଉଭୟେ ଅଭିନୟ କରିଥିଲେ ବୋଲି ପାୟଲ କହିଛନ୍ତି। କିନ୍ତୁ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାୟଲଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍‌ ଗଠନ କରାଯାଇଛି। ଯାଞ୍ଚ ପରେ ବିହୀତ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର