ଟ୍ରମ୍ପ ଦେଲେ ଧମକ, ଇରାନ ପୁଣି ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଆକ୍ରମଣ ହେବ

The Sakala Picture
Published On

ୱାସିଂଟନ : ଇରାନର ତିନିଟି ପରମାଣୁ କେନ୍ଦ୍ରକୁ ବୋମାମାଡ଼ ଆକ୍ରମଣ ସଂପୂର୍ଣ୍ଣ ରୂପେ ଧ୍ବଂସ କରିଦିଆଯାଇଛି। ଏହାସତ୍ତ୍ବେ ଇରାନ ପୁଣି ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଆମେରିକା ଆକ୍ରମଣ କରିବାକୁ ପଛାଇବ ନାହିଁ। ଗତକାଲି ଏଭଳି ଧମକ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ଇରାନର ପରମାଣୁ େକନ୍ଦ୍ର ଏଭଳି କ୍ଷତିଗ୍ରସ୍ତ ହୋଇଛି ଯେ ନିକଟ ଭବିଷ୍ୟତରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଏହା ସମର୍ଥ ହୋଇପାରିବ ନାହିଁ। ବୋମାମାଡ଼ରେ ଇରାନୀ ପରମାଣୁ କେନ୍ଦ୍ରର […]

ୱାସିଂଟନ : ଇରାନର ତିନିଟି ପରମାଣୁ କେନ୍ଦ୍ରକୁ ବୋମାମାଡ଼ ଆକ୍ରମଣ ସଂପୂର୍ଣ୍ଣ ରୂପେ ଧ୍ବଂସ କରିଦିଆଯାଇଛି। ଏହାସତ୍ତ୍ବେ ଇରାନ ପୁଣି ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଆମେରିକା ଆକ୍ରମଣ କରିବାକୁ ପଛାଇବ ନାହିଁ। ଗତକାଲି ଏଭଳି ଧମକ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ଇରାନର ପରମାଣୁ େକନ୍ଦ୍ର ଏଭଳି କ୍ଷତିଗ୍ରସ୍ତ ହୋଇଛି ଯେ ନିକଟ ଭବିଷ୍ୟତରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଏହା ସମର୍ଥ ହୋଇପାରିବ ନାହିଁ। ବୋମାମାଡ଼ରେ ଇରାନୀ ପରମାଣୁ କେନ୍ଦ୍ରର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗର ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ମିଛ କହିଛନ୍ତି ଟ୍ରମ୍ପ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ବ୍ୟାନ୍: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ପ୍ରଶ୍ନ

ବିବିସି ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆମେରିକାର ବୋମାମାଡ଼ ପରେ ସେହି ଦେଶର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ କେତେକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ପେଣ୍ଟାଗନ ରିପୋର୍ଟରେ କୁହାଯାଇଛି ଯେ ଇରାନୀ ପରମାଣୁ କେନ୍ଦ୍ର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ପେଣ୍ଟାଗନ ଏମିତି କୌଣସି ରିପୋର୍ଟ ପ୍ରସ୍ତୁତ କରିନାହିଁ ଏବଂ ଏହା ଫେକ୍ ନ୍ୟୁଜ୍ ବୋଲି ଉଲ୍ଳେଖ କହିଛନ୍ତି ଟ୍ରମ୍ପ। ବୋମାମାଡ଼ ପୂର୍ବରୁ ଇରାନ ଏହାର ପରମାଣୁ କେନ୍ଦ୍ରରୁ ୪୦୦ କିଲୋଗ୍ରାମ ଓଜନର ୟୁରାନିୟମ୍ ହଟାଇନେଇଥିଲା ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ମଧ୍ୟ ମିଛ ବୋଲି କହିଛନ୍ତି ଟ୍ରମ୍ପ। ହ୍ବାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ବିବୃତି ଜାରି କରି କୁହାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଡ଼ୁଆରେ ପକାଇବା ଲାଗି ଏଭଳି ମିଛ ଖବର ପ୍ରକାଶ ପାଉଛି।

ଆହୁରି ପଢ଼ନ୍ତୁ: ବିହାରରେ ଗଙ୍ଗାସ୍ନାନ ବେଳେ ବୁଡ଼ିଗଲେ ୫ ନାବାଳିକା; ଜଣଙ୍କ ମୃତଦେହ ଉଦ୍ଧାର, ୪ ନିଖୋଜ

ଗଣମାଧ୍ୟମ ସହିତ ଆଜି କଥାବାର୍ତ୍ତା ବେଳେ ଟ୍ରମ୍ପ କହିଲେ ଯେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ରହିଛି। ସେମାନେ ଆଉ ଯୁଦ୍ଧ କରିବେ ନାହିଁ। ଏହି ଯୁଦ୍ଧ ବନ୍ଦ କରିବା ଲାଗି ଇରାନର ପରମାଣୁ କେନ୍ଦ୍ର ଉପରେ ସେ ବୋମାମାଡ଼ କରିଥିଲେ। ଏହି ବୋମାମାଡ଼କୁ ସେ ହିରୋସିମା ପରମାଣୁ ଆକ୍ରମଣ ସହ ତୁଳନା କରିଥିଲେ। ସେ କହିଥିଲେ ଯେ ଇରାନ ଓ ଇସ୍ରାଏଲ ସ୍କୁଲ ପିଲା ଭଳି ଲଢ଼ୁଥିଲେ। ସେମାନଙ୍କୁ ବନ୍ଦ କରିବା ଲାଗି ଏଭଳି ବୋମାମାଡ଼ କରାଯାଇଥିଲା। ଯୁଦ୍ଧବିରତି ଉଲ୍ଳଂଘନ ପରେ ସେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଲେ ଇରାନ ଓ ଇସ୍ରାଏଲ ସ୍କୁଲ ପିଲାଙ୍କ ପରି ଲଢ଼ୁଥିଲେ। ସେମାନଙ୍କୁ ରାସ୍ତାକୁ ଆଣିବା ଲାଗି ଏଭଳି ଭାଷା ଜରୁରି। ସେମାନେ ୧୨ ଦିନ ଧରି ଯୁଦ୍ଧ ଚଳାଇଥିଲେ ଏବଂ ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା ବୋମାମାଡ଼ କରିନଥିଲେ ସେମାନେ ଏବେ ବି ଯୁଦ୍ଧ ଜାରି ରଖିଥାଆନ୍ତେ।

ଆହୁରି ପଢ଼ନ୍ତୁ: "ମୋତେ ବକବାସ ତଥ୍ୟ ଦିଅ ନାହିଁ": ଭାରତର ଟିକସକୁ ନେଇ ବାଣିଜ୍ୟ ସଚିବଙ୍କ ଉପରେ ବର୍ଷିଲେ ଟ୍ରମ୍ପ, ପୁସ୍ତକରୁ ବଡ଼ ଖୁଲାସା

ଇତିମଧ୍ୟରେ ଇରାନ ପ୍ରଥମ ଥର ଲାଗି ସ୍ବୀକାର କରିଛି ଯେ ଆମେରିକାର ବୋମାମାଡ଼ରେ ଏହାର ତିନିଟି ଯାକ ପରମାଣୁ କେନ୍ଦ୍ର ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଇରାନ ବିଦେଶ ବିଭାଗର ମୁଖପାତ୍ର କହିଛନ୍ତି, ଇରାନର ପରମାଣୁ କେନ୍ଦ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଏସଂପର୍କରେ ସେ ଅଧିକ କିଛି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ଏହାପୂର୍ବରୁ ଇରାନ କହିୁଥିଲା ଯେ ଆମେରିକାର ବୋମାମାଡ଼ରେ ପରମାଣୁ କେନ୍ଦ୍ରର ବିଶେଷ କ୍ଷତି ହୋଇନାହିଁ।  ସୂଚନାଯୋଗ୍ୟ ଯେ ଜୁନ୍ ୨୨ ତାରିଖରେ ଆମେରିକାର ବି-୨ ବୋମାବର୍ଷୀ ବିମାନ ଇରାନ ନତାଞ୍ଜ, ଫରଦୋ ଏବଂ ଇସଫାହାନ ପରମାଣୁ କେନ୍ଦ୍ର ଉପରେ ବଙ୍କର ବଷ୍ଟର ବୋମାମାଡ଼ କରି ଧ୍ବସ୍ତ କରିଦେଇଥିଲା।

26 Jun 2025 By The Sakala

ଟ୍ରମ୍ପ ଦେଲେ ଧମକ, ଇରାନ ପୁଣି ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଆକ୍ରମଣ ହେବ

ୱାସିଂଟନ : ଇରାନର ତିନିଟି ପରମାଣୁ କେନ୍ଦ୍ରକୁ ବୋମାମାଡ଼ ଆକ୍ରମଣ ସଂପୂର୍ଣ୍ଣ ରୂପେ ଧ୍ବଂସ କରିଦିଆଯାଇଛି। ଏହାସତ୍ତ୍ବେ ଇରାନ ପୁଣି ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲେ ଆମେରିକା ଆକ୍ରମଣ କରିବାକୁ ପଛାଇବ ନାହିଁ। ଗତକାଲି ଏଭଳି ଧମକ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ଇରାନର ପରମାଣୁ େକନ୍ଦ୍ର ଏଭଳି କ୍ଷତିଗ୍ରସ୍ତ ହୋଇଛି ଯେ ନିକଟ ଭବିଷ୍ୟତରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଏହା ସମର୍ଥ ହୋଇପାରିବ ନାହିଁ। ବୋମାମାଡ଼ରେ ଇରାନୀ ପରମାଣୁ କେନ୍ଦ୍ରର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗର ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ମିଛ କହିଛନ୍ତି ଟ୍ରମ୍ପ।

ବିବିସି ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆମେରିକାର ବୋମାମାଡ଼ ପରେ ସେହି ଦେଶର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ କେତେକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ପେଣ୍ଟାଗନ ରିପୋର୍ଟରେ କୁହାଯାଇଛି ଯେ ଇରାନୀ ପରମାଣୁ କେନ୍ଦ୍ର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ପେଣ୍ଟାଗନ ଏମିତି କୌଣସି ରିପୋର୍ଟ ପ୍ରସ୍ତୁତ କରିନାହିଁ ଏବଂ ଏହା ଫେକ୍ ନ୍ୟୁଜ୍ ବୋଲି ଉଲ୍ଳେଖ କହିଛନ୍ତି ଟ୍ରମ୍ପ। ବୋମାମାଡ଼ ପୂର୍ବରୁ ଇରାନ ଏହାର ପରମାଣୁ କେନ୍ଦ୍ରରୁ ୪୦୦ କିଲୋଗ୍ରାମ ଓଜନର ୟୁରାନିୟମ୍ ହଟାଇନେଇଥିଲା ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ମଧ୍ୟ ମିଛ ବୋଲି କହିଛନ୍ତି ଟ୍ରମ୍ପ। ହ୍ବାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ବିବୃତି ଜାରି କରି କୁହାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଡ଼ୁଆରେ ପକାଇବା ଲାଗି ଏଭଳି ମିଛ ଖବର ପ୍ରକାଶ ପାଉଛି।

ଗଣମାଧ୍ୟମ ସହିତ ଆଜି କଥାବାର୍ତ୍ତା ବେଳେ ଟ୍ରମ୍ପ କହିଲେ ଯେ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ରହିଛି। ସେମାନେ ଆଉ ଯୁଦ୍ଧ କରିବେ ନାହିଁ। ଏହି ଯୁଦ୍ଧ ବନ୍ଦ କରିବା ଲାଗି ଇରାନର ପରମାଣୁ କେନ୍ଦ୍ର ଉପରେ ସେ ବୋମାମାଡ଼ କରିଥିଲେ। ଏହି ବୋମାମାଡ଼କୁ ସେ ହିରୋସିମା ପରମାଣୁ ଆକ୍ରମଣ ସହ ତୁଳନା କରିଥିଲେ। ସେ କହିଥିଲେ ଯେ ଇରାନ ଓ ଇସ୍ରାଏଲ ସ୍କୁଲ ପିଲା ଭଳି ଲଢ଼ୁଥିଲେ। ସେମାନଙ୍କୁ ବନ୍ଦ କରିବା ଲାଗି ଏଭଳି ବୋମାମାଡ଼ କରାଯାଇଥିଲା। ଯୁଦ୍ଧବିରତି ଉଲ୍ଳଂଘନ ପରେ ସେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଲେ ଇରାନ ଓ ଇସ୍ରାଏଲ ସ୍କୁଲ ପିଲାଙ୍କ ପରି ଲଢ଼ୁଥିଲେ। ସେମାନଙ୍କୁ ରାସ୍ତାକୁ ଆଣିବା ଲାଗି ଏଭଳି ଭାଷା ଜରୁରି। ସେମାନେ ୧୨ ଦିନ ଧରି ଯୁଦ୍ଧ ଚଳାଇଥିଲେ ଏବଂ ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା ବୋମାମାଡ଼ କରିନଥିଲେ ସେମାନେ ଏବେ ବି ଯୁଦ୍ଧ ଜାରି ରଖିଥାଆନ୍ତେ।

ଇତିମଧ୍ୟରେ ଇରାନ ପ୍ରଥମ ଥର ଲାଗି ସ୍ବୀକାର କରିଛି ଯେ ଆମେରିକାର ବୋମାମାଡ଼ରେ ଏହାର ତିନିଟି ଯାକ ପରମାଣୁ କେନ୍ଦ୍ର ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଇରାନ ବିଦେଶ ବିଭାଗର ମୁଖପାତ୍ର କହିଛନ୍ତି, ଇରାନର ପରମାଣୁ କେନ୍ଦ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଏସଂପର୍କରେ ସେ ଅଧିକ କିଛି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ଏହାପୂର୍ବରୁ ଇରାନ କହିୁଥିଲା ଯେ ଆମେରିକାର ବୋମାମାଡ଼ରେ ପରମାଣୁ କେନ୍ଦ୍ରର ବିଶେଷ କ୍ଷତି ହୋଇନାହିଁ।  ସୂଚନାଯୋଗ୍ୟ ଯେ ଜୁନ୍ ୨୨ ତାରିଖରେ ଆମେରିକାର ବି-୨ ବୋମାବର୍ଷୀ ବିମାନ ଇରାନ ନତାଞ୍ଜ, ଫରଦୋ ଏବଂ ଇସଫାହାନ ପରମାଣୁ କେନ୍ଦ୍ର ଉପରେ ବଙ୍କର ବଷ୍ଟର ବୋମାମାଡ଼ କରି ଧ୍ବସ୍ତ କରିଦେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର