ନୋଏଡାରେ ନକଲି କଲ୍ ସେଣ୍ଟର ଠାବ: ଟେକ୍ ସପୋର୍ଟ ନାମରେ ବିଦେଶୀ ନାଗରିକଙ୍କୁ ଠକୁଥିବା ୪ ସାଇବର ଠକ ଗିରଫ

Suryakanta Picture
Published On

ଟେକ୍ନିକାଲ୍ ସପୋର୍ଟ ଦେବା ବାହାନାରେ ଆମେରିକା ଏବଂ ବ୍ରିଟେନର ନାଗରିକମାନଙ୍କୁ କୋଟି କୋଟି ଟଙ୍କା ଠକୁଥିବା ଏକ ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ନୋଏଡା ପୋଲିସ। ନୋଏଡା ସାଇବର ସେଲ୍ ଏବଂ ଫେଜ୍-୩ ଥାନା ପୋଲିସର ଏକ ମିଳିତ ଟିମ୍ ସେକ୍ଟର-୭୬ ସ୍ଥିତ ଏକ ଫ୍ଲାଟରେ ଚଢ଼ାଉ କରି ୪ ଜଣ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ଏମିତି କରୁଥିଲେ ଠକେଇ

ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ 'ଟେକ୍ ସପୋର୍ଟ' ନାମରେ ବିଜ୍ଞାପନ ଦେଉଥିଲେ। ଯେତେବେଳେ କୌଣସି ବିଦେଶୀ ନାଗରିକ ଏହି ବିଜ୍ଞାପନ ଉପରେ କ୍ଲିକ୍ କରୁଥିଲେ, ସେତେବେଳେ ସେମାନଙ୍କ କମ୍ପ୍ୟୁଟର ସ୍କ୍ରିନ୍ ବ୍ଲାକ୍ ହୋଇଯାଉଥିଲା କିମ୍ବା ସିଷ୍ଟମରେ ତ୍ରୁଟି ଦେଖାଦେଉଥିଲା। ଏହି ସମୟରେ ଏକ ଟୋଲ୍ ଫ୍ରି ନମ୍ବର ସ୍କ୍ରିନରେ ଦେଖାଯାଉଥିଲା। ପୀଡ଼ିତମାନେ ସାହାଯ୍ୟ ପାଇଁ କଲ୍ କଲେ, ଏହି ଠକମାନେ ନିଜକୁ ଏକ ବଡ଼ କମ୍ପାନୀର ଟେକ୍ନିକାଲ୍ ସପୋର୍ଟ ଏଜେଣ୍ଟ ବୋଲି ପରିଚୟ ଦେଉଥିଲେ। ପରେ ବିଦେଶୀ ଶୈଳୀରେ ଇଂରାଜୀରେ କଥା ହୋଇ ସ୍କ୍ରିନ୍ ସେୟାରିଂ ଆପ୍ ଜରିଆରେ ପୀଡ଼ିତଙ୍କ ସିଷ୍ଟମର ଆକ୍ସେସ୍ ନେଇଯାଉଥିଲେ ଏବଂ ବ୍ୟାଙ୍କିଙ୍ଗ୍ ତଥ୍ୟ ହାସଲ କରି ଠକେଇ କରୁଥିଲେ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଆକାଉଣ୍ଟ ବାଲାନ୍ସ ଦେଖି ମାଗୁଥିଲେ ଟଙ୍କା

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟାଟସ୍ ଦେଖିବା ପରେ ଠକେଇର ପରିମାଣ ସ୍ଥିର କରୁଥିଲେ। ଆକାଉଣ୍ଟରେ କମ୍ ବାଲାନ୍ସ ଥିଲେ ସେମାନେ ୩୫୦ ରୁ ୨୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଆଦାୟ କରୁଥିଲେ। ଯଦି ଆକାଉଣ୍ଟରେ ଅଧିକ ଟଙ୍କା ଥାଏ, ତେବେ ସେମାନେ କଲ୍‌କୁ ସେମାନଙ୍କ 'ସିନିୟର' ନିକଟକୁ ଟ୍ରାନ୍ସଫର୍ କରୁଥିଲେ, ଯିଏକି ଆହୁରି ବଡ଼ ଧରଣର ଠକେଇ କରୁଥିଲେ। ଠକେଇ ଟଙ୍କାକୁ ସେମାନେ ମୁଖ୍ୟତଃ କ୍ରିପ୍ଟୋକରେନ୍ସି (Cryptocurrency) ଏବଂ ବିଭିନ୍ନ ଗିଫ୍ଟ କାର୍ଡ ଜରିଆରେ ଗ୍ରହଣ କରୁଥିଲେ। ସେମାନେ ଗତ କିଛି ମାସ ମଧ୍ୟରେ ପ୍ରାୟ ୨୫୦ ରୁ ୪୫୦ ବିଦେଶୀ ନାଗରିକଙ୍କ ଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ଗିରଫ ହେଲେ ୪ ଅଭିଯୁକ୍ତ

ନୋଏଡା ସାଇବର ସେଲ୍ ଡିସିପି ଶୈବ୍ୟା ଗୋୟଲ ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ମହମ୍ମଦ ବିଲାଲ, ଦେବ କପାହୀ, ଅଭିଷେକ ମୁଖେଜା ଏବଂ କୁଶାଗ୍ର ନିମ୍ବେକର। ଏମାନଙ୍କ ମଧ୍ୟରୁ ବିଲାଲ ଏବଂ ଅଭିଷେକ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ। ସମସ୍ତ ଅଭିଯୁକ୍ତ ଉଚ୍ଚଶିକ୍ଷିତ ଏବଂ ଭଲ ଇଂରାଜୀ କହିବାରେ ମାହିର। ପୋଲିସ ସେମାନଙ୍କ ଠାରୁ ୪ଟି ଲାପଟପ୍, ୮ଟି ମୋବାଇଲ୍ ଫୋନ୍, ୪ଟି ହେଡଫୋନ୍ ଏବଂ ୨ଟି ରାଉଟର୍ ଜବତ କରିଛି। ପୋଲିସ ଏବେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡିକର ତଥ୍ୟ ସଂଗ୍ରହ କରୁଥିବା ବେଳେ ଏହି ଅନ୍ତର୍ଜାତୀୟ ଠକେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି |

08 Apr 2026 By Suryakanta

ନୋଏଡାରେ ନକଲି କଲ୍ ସେଣ୍ଟର ଠାବ: ଟେକ୍ ସପୋର୍ଟ ନାମରେ ବିଦେଶୀ ନାଗରିକଙ୍କୁ ଠକୁଥିବା ୪ ସାଇବର ଠକ ଗିରଫ

ଟେକ୍ନିକାଲ୍ ସପୋର୍ଟ ଦେବା ବାହାନାରେ ଆମେରିକା ଏବଂ ବ୍ରିଟେନର ନାଗରିକମାନଙ୍କୁ କୋଟି କୋଟି ଟଙ୍କା ଠକୁଥିବା ଏକ ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ନୋଏଡା ପୋଲିସ। ନୋଏଡା ସାଇବର ସେଲ୍ ଏବଂ ଫେଜ୍-୩ ଥାନା ପୋଲିସର ଏକ ମିଳିତ ଟିମ୍ ସେକ୍ଟର-୭୬ ସ୍ଥିତ ଏକ ଫ୍ଲାଟରେ ଚଢ଼ାଉ କରି ୪ ଜଣ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଏମିତି କରୁଥିଲେ ଠକେଇ

ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ 'ଟେକ୍ ସପୋର୍ଟ' ନାମରେ ବିଜ୍ଞାପନ ଦେଉଥିଲେ। ଯେତେବେଳେ କୌଣସି ବିଦେଶୀ ନାଗରିକ ଏହି ବିଜ୍ଞାପନ ଉପରେ କ୍ଲିକ୍ କରୁଥିଲେ, ସେତେବେଳେ ସେମାନଙ୍କ କମ୍ପ୍ୟୁଟର ସ୍କ୍ରିନ୍ ବ୍ଲାକ୍ ହୋଇଯାଉଥିଲା କିମ୍ବା ସିଷ୍ଟମରେ ତ୍ରୁଟି ଦେଖାଦେଉଥିଲା। ଏହି ସମୟରେ ଏକ ଟୋଲ୍ ଫ୍ରି ନମ୍ବର ସ୍କ୍ରିନରେ ଦେଖାଯାଉଥିଲା। ପୀଡ଼ିତମାନେ ସାହାଯ୍ୟ ପାଇଁ କଲ୍ କଲେ, ଏହି ଠକମାନେ ନିଜକୁ ଏକ ବଡ଼ କମ୍ପାନୀର ଟେକ୍ନିକାଲ୍ ସପୋର୍ଟ ଏଜେଣ୍ଟ ବୋଲି ପରିଚୟ ଦେଉଥିଲେ। ପରେ ବିଦେଶୀ ଶୈଳୀରେ ଇଂରାଜୀରେ କଥା ହୋଇ ସ୍କ୍ରିନ୍ ସେୟାରିଂ ଆପ୍ ଜରିଆରେ ପୀଡ଼ିତଙ୍କ ସିଷ୍ଟମର ଆକ୍ସେସ୍ ନେଇଯାଉଥିଲେ ଏବଂ ବ୍ୟାଙ୍କିଙ୍ଗ୍ ତଥ୍ୟ ହାସଲ କରି ଠକେଇ କରୁଥିଲେ।

ଆକାଉଣ୍ଟ ବାଲାନ୍ସ ଦେଖି ମାଗୁଥିଲେ ଟଙ୍କା

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟାଟସ୍ ଦେଖିବା ପରେ ଠକେଇର ପରିମାଣ ସ୍ଥିର କରୁଥିଲେ। ଆକାଉଣ୍ଟରେ କମ୍ ବାଲାନ୍ସ ଥିଲେ ସେମାନେ ୩୫୦ ରୁ ୨୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଆଦାୟ କରୁଥିଲେ। ଯଦି ଆକାଉଣ୍ଟରେ ଅଧିକ ଟଙ୍କା ଥାଏ, ତେବେ ସେମାନେ କଲ୍‌କୁ ସେମାନଙ୍କ 'ସିନିୟର' ନିକଟକୁ ଟ୍ରାନ୍ସଫର୍ କରୁଥିଲେ, ଯିଏକି ଆହୁରି ବଡ଼ ଧରଣର ଠକେଇ କରୁଥିଲେ। ଠକେଇ ଟଙ୍କାକୁ ସେମାନେ ମୁଖ୍ୟତଃ କ୍ରିପ୍ଟୋକରେନ୍ସି (Cryptocurrency) ଏବଂ ବିଭିନ୍ନ ଗିଫ୍ଟ କାର୍ଡ ଜରିଆରେ ଗ୍ରହଣ କରୁଥିଲେ। ସେମାନେ ଗତ କିଛି ମାସ ମଧ୍ୟରେ ପ୍ରାୟ ୨୫୦ ରୁ ୪୫୦ ବିଦେଶୀ ନାଗରିକଙ୍କ ଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡିଛି।

ଗିରଫ ହେଲେ ୪ ଅଭିଯୁକ୍ତ

ନୋଏଡା ସାଇବର ସେଲ୍ ଡିସିପି ଶୈବ୍ୟା ଗୋୟଲ ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ମହମ୍ମଦ ବିଲାଲ, ଦେବ କପାହୀ, ଅଭିଷେକ ମୁଖେଜା ଏବଂ କୁଶାଗ୍ର ନିମ୍ବେକର। ଏମାନଙ୍କ ମଧ୍ୟରୁ ବିଲାଲ ଏବଂ ଅଭିଷେକ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ। ସମସ୍ତ ଅଭିଯୁକ୍ତ ଉଚ୍ଚଶିକ୍ଷିତ ଏବଂ ଭଲ ଇଂରାଜୀ କହିବାରେ ମାହିର। ପୋଲିସ ସେମାନଙ୍କ ଠାରୁ ୪ଟି ଲାପଟପ୍, ୮ଟି ମୋବାଇଲ୍ ଫୋନ୍, ୪ଟି ହେଡଫୋନ୍ ଏବଂ ୨ଟି ରାଉଟର୍ ଜବତ କରିଛି। ପୋଲିସ ଏବେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡିକର ତଥ୍ୟ ସଂଗ୍ରହ କରୁଥିବା ବେଳେ ଏହି ଅନ୍ତର୍ଜାତୀୟ ଠକେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର