ଗୁଜରାଟର ମୋରବିରେ ଏକ ରହସ୍ୟମୟ କୂଅ! ଆପେ ଆପେ ଉଛୁଳୁଛି ପାଣି, କାରଣ ଖୋଜୁଛନ୍ତି ବିଶେଷଜ୍ଞ
ଗୁଜରାଟ: ଗୁଜରାଟର ମୋରବି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ କୂଅର ପାଣି କ୍ରମାଗତ ଭାବେ ଉଛୁଳୁଛି ଏବଂ ଆପେ ଆପେ ଦୋହଲୁଛି। ଗତ ଅଗଷ୍ଟ ୨, ୨୦୨୬ ତାରିଖରୁ ଏହି ରହସ୍ୟମୟ ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ବୀରପରଦା ଗ୍ରାମର କୃଷକ ପ୍ରାଣଜୀବନ ସଦାରିୟାଙ୍କ ଚାଷ ଜମିରେ ଏହି ୧୮ ଫୁଟ ଗଭୀର କୂଅଟି ଅବସ୍ଥିତ। ମାତ୍ର ୩ ମାସ ପୂର୍ବେ ଏହାକୁ ଖୋଳାଯାଇଥିଲା। ପ୍ରାଣଜୀବନଙ୍କ କହିବା ଅନୁଯାୟୀ, ସେ ରବିବାର ଦିନ କ୍ଷେତରେ ପହଞ୍ଚିବା ପରେ କୂଅରୁ ପାଣି ଉଛୁଳି ବାହାରକୁ ଆସୁଥିବା ଦେଖିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଆଖପାଖରେ ଥିବା ଅନ୍ୟ କୂଅଗୁଡ଼ିକର ପାଣି ସମ୍ପୂର୍ଣ୍ଣ ସ୍ଥିର ରହିଛି। ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଆଖପାଖ ଗାଁରୁ ଶହ ଶହ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଲୋକମାନେ ନିଜ ମୋବାଇଲରେ ଭିଡିଓ ରେକର୍ଡ କରୁଛନ୍ତି। କିଛି ଲୋକ ଏହାକୁ ଚମତ୍କାର କହୁଥିବା ବେଳେ ଅନ୍ୟମାନେ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଥାଇପାରେ ବୋଲି ଅନୁମାନ କରୁଛନ୍ତି।
https://twitter.com/_amanigam/status/2085579176984313967
ଏହି ଘଟଣାର ଭିଡିଓ ପ୍ରସାରିତ ହେବା ପରେ ଅନେକ ଲୋକ ଏହାକୁ ଭୂମିକମ୍ପର ପୂର୍ବାଭାସ ବୋଲି ସନ୍ଦେହ କରିଥିଲେ। ତେବେ ଜିଲ୍ଲା ପ୍ରଶାସନ ଏହି ଆଶଙ୍କାକୁ ଖଣ୍ଡନ କରିଛି। ଜିଲ୍ଲା ଭୂତତ୍ତ୍ୱବିତ୍ ଜେ. ଏସ. ବାଧେର ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ଭୂକମ୍ପଜନିତ ଗତିବିଧି ନୁହେଁ। ଗାନ୍ଧୀନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜିକାଲ୍ ରିସର୍ଚ୍ଚ (ISR) ମଧ୍ୟ ଏହି ଅଞ୍ଚଳ ତଳେ କୌଣସି ସକ୍ରିୟ ଫଲ୍ଟ ଲାଇନ୍ ନଥିବା ନିଶ୍ଚିତ କରିଛି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରବଳ ବର୍ଷା କାରଣରୁ ଭୂତଳ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳରେ ପଥର ଫାଟରେ ଫସି ରହିଥିବା ବାୟୁ ବାହାରକୁ ବାହାରିବାକୁ ଚେଷ୍ଟା କରୁଛି, ଯେଉଁ କାରଣରୁ ପାଣିରେ ଏପରି ହଲଚଲ ସୃଷ୍ଟି ହେଉଛି। ମୋରବି ଜିଲ୍ଲାପାଳ ସ୍ୱପ୍ନିଲ ଖରେ କହିଛନ୍ତି ଯେ ଗୁଜରାଟ ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ଖୁବଶୀଘ୍ର ଗାନ୍ଧୀନଗରରୁ ଏକ ବୈଜ୍ଞାନିକ ଦଳ ଆସି ଏହାର ବିସ୍ତୃତ ଅନୁଧ୍ୟାନ କରିବେ। ବର୍ତ୍ତମାନ ଏହି ରହସ୍ୟମୟ କୂଅ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହାର ପ୍ରକୃତ କାରଣ ଜାଣିବାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।