ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ କାର୍‌ ବିସ୍ଫୋରଣ, ଜେଲେଁସ୍କି ଦେଇଥିଲେ ଧମକ

The Sakala Picture
Published On

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କୁ ହତ୍ୟା କରିବାକୁ ପୁଣି ଉଦ୍ୟମ ହୋଇଛି। ମସ୍କୋ ରାସ୍ତାରେ ରୁଷିଆର ପ୍ରମୁଖ ଗୁଇନ୍ଦା ଏଜେନ୍ସି ଏଫଏସବି ମୁଖ୍ୟାଳୟ ନିକଟରେ ପୁତିନ ବ୍ୟବହାର କରୁଥିବା ଅତ୍ୟନ୍ତ ନାମୀଦାମୀ ଅରସ୍ ସେନତ୍ ଲିମୋସିନ୍ କାର୍‌ରେ ଭୀଷଣ ବିସ୍ଫୋରଣ ଘଟି ଏହି କାର୍ ଜଳିଯାଇଛି। ହେଲେ ଏହି ସମୟରେ ପୁତିନ ଉକ୍ତ କାର୍‌ରେ ନଥିବାରୁ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ସାମିଲ ରହିଥିବା ବିଭିନ୍ନ ଶ୍ରେଣୀର କାର୍ ମଧ୍ୟରେ ଏହି […]

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କୁ ହତ୍ୟା କରିବାକୁ ପୁଣି ଉଦ୍ୟମ ହୋଇଛି। ମସ୍କୋ ରାସ୍ତାରେ ରୁଷିଆର ପ୍ରମୁଖ ଗୁଇନ୍ଦା ଏଜେନ୍ସି ଏଫଏସବି ମୁଖ୍ୟାଳୟ ନିକଟରେ ପୁତିନ ବ୍ୟବହାର କରୁଥିବା ଅତ୍ୟନ୍ତ ନାମୀଦାମୀ ଅରସ୍ ସେନତ୍ ଲିମୋସିନ୍ କାର୍‌ରେ ଭୀଷଣ ବିସ୍ଫୋରଣ ଘଟି ଏହି କାର୍ ଜଳିଯାଇଛି। ହେଲେ ଏହି ସମୟରେ ପୁତିନ ଉକ୍ତ କାର୍‌ରେ ନଥିବାରୁ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ସାମିଲ ରହିଥିବା ବିଭିନ୍ନ ଶ୍ରେଣୀର କାର୍ ମଧ୍ୟରେ ଏହି କାର୍ ଅନ୍ୟତମ ହୋଇଥିଲା ବେଳେ ଏହାର ମୂଲ୍ୟ ୨,୭୫,୦୦୦ ପାଉଣ୍ଡ।

ଆହୁରି ପଢ଼ନ୍ତୁ: ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ୬ଟି ବଗି ଧାରଣାରୁ ଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରୁଷିଆରେ ନିର୍ମିତ ଏହି ଶ୍ରେଣୀର କାର୍ ନିର୍ଦ୍ଦିଷ୍ଟ ଭାବେ କେବଳ କିଛି ରଜନେତାଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା ବେଳେ ପୁତିନଙ୍କ ସମେତ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ୟୁନ ମଧ୍ୟ ଏହି କାର୍ ବ୍ୟବହାର କରନ୍ତି। ତେବେ କଡ଼ା ସୁରକ୍ଷାମଧ୍ୟରେ ଯାଉଥିବା ଏହି କାର୍‌ରେ କିଭଳି ବିସ୍ଫୋରଣ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି କାର୍ ଯାଉଥିଲା ବେଳେ ଅଚାନକ ଭାବେ ଇଞ୍ଜିନରୁ ଧୂଆଁ ବାହାରି ଏହା ଜଳି ଯାଉଥିବାର ଭିଡିଓ ଭାଇରାଲ ହୋଇଛି। ପୁତିନଙ୍କ ଭଳି ବିଶ୍ବର ଜଣେ ପ୍ରତିପ୍ରତିଶାଳୀ ନେତାଙ୍କ ପାଇଁ ନିୟୋଜିତ ରହିଥିବା ଏହି କାର୍‌ରେ ବିସ୍ଫୋରଣ ହେବା ରୁଷ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: କଲକାତା ବିମାନବନ୍ଦରରେ ହାଇଜାକ୍ ଆତଙ୍କ: ଆଇସୋଲେସନ୍ ବେ'କୁ ନିଆଗଲା ଏୟାର ଇଣ୍ଡିଆ ବିମାନ

ଗୋଟିଏ ପଟେ ଆମେରିକା ମଧ୍ୟସ୍ଥତାରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଆଲୋଚନା ଚାଲିଥିଲା ବେଳେ ଅନ୍ୟପଟେ ପୁତିନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଆକଳନ କରାଯାଇଛି। ତେବେ ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ତାହା ଜାଣିବାକୁ କ୍ରେମଲିନ୍ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ସବୁଠୁ ବଡ଼ କଥା ହେଲା ଦୁଇ ଦିନ ତଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି ପୁତିନଙ୍କୁ ନେଇ ଯେଭଳି ମନ୍ତବ୍ୟ ଦେଇଥିଲେ ତାହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖୁବଶୀଘ୍ର ପୁତିନଙ୍କ ମୃତ୍ୟୁ ହେବ ଏବଂ ଏହାପରେ ଶାନ୍ତି ଫେରିବ ବୋଲି ଜେଲେଁସ୍କି ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଥିଲା ବେଳେ ଏହାର ଠିକ୍ ଦୁଇ ଦିନ ପରେ ପୁତିନଙ୍କ କାର୍‌ରେ ବିସ୍ଫୋରଣ ହେବା ଅନେକ ଦିଗକୁ ସୂଚିତ କରୁଛି ବୋଲି କୁହାଯାଉଛି। ଏହାପୂର୍ବରୁ କ୍ରେମଲିନ ଉପରେ ୟୁକ୍ରେନ ଡ୍ରୋନ ଦ୍ବାରା ଆକ୍ରମଣ କରି ପୁତିନଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିଲା। ଏବେ ଦ୍ବିତୀୟଥର ପୁତିନଙ୍କୁ ଟାର୍ଗେଟ କରି ଏଭଳି କରାଯାଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: କାନାଡାରେ ମା’ ଓ ଝିଅଙ୍କୁ ମାରିଥିବା ୪ଭାଲୁଙ୍କୁ ମୃତ୍ୟୁଦଣ୍ଡ: ଡିଏନଏ ପରୀକ୍ଷାରୁ ମିଳିଲା ସାଂଘାତିକ ସତ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର