ହିମାଚଳପ୍ରଦେଶରେ ଭୂସ୍ଖଳନ, ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା

The Sakala Picture
Published On

ଶିମଲା(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ। ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି ଭୂସ୍ଖଳନର ଏକ ବିପଜ୍ଜନକ ଭିଡିଓ […]

ଶିମଲା(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି ଭୂସ୍ଖଳନର ଏକ ବିପଜ୍ଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପର୍ବତର ଫାଟ ଯୋଗୁଁ ଉପତ୍ୟକାର କୋଠାଗୁଡିକ କିପରି ତାସ ଘର ଭଳି ଭୁଶୁଡି ପଡୁଛି ତାହା ଦେଖାଯାଉଛି। ଭୂସ୍ଖଳନ ଭିଡ଼ିଓରେ ଅନେକ ବହୁ ମହଲା କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଗୁରୁବାରଠାରୁ ଆସନ୍ତା ଦୁଇ ଦିନ ପାଇଁ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ହେଉଛି। ଜିଲାରେ ପ୍ରବଳ ବର୍ଷା ପରେ କ୍ଷତିଗ୍ରସ୍ତ କୁଲୁ-ମଣ୍ଡି ରାଜପଥରେ ଶହ ଶହ ଗାଡି ଅଟକି ରହିଛି। କୁଲୁର ବରିଷ୍ଠ ପୋଲିସ ଅଧିକାରୀ ସାକ୍ଷୀ ବର୍ମା କହିଛନ୍ତି କୁଲୁ ଏବଂ ମଣ୍ଡିକୁ ସଂଯୋଗ କରୁଥିବା ରାସ୍ତା ନଷ୍ଟ ହୋଇଯାଇଛି। ପାଣ୍ଡୋହ ଦେଇ ଏକ ବିକଳ୍ପ ମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟ୍ରାଫିକ ଚଳାଚଳ ବର୍ତ୍ତମାନ ସ୍ଥଗିତ ରହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର