କୋଲକାତା ହୋଟେଲରେ ନିଆଁ: ୧୪ ମୃତ, ଓଡ଼ିଶାରୁ ୪; ମୋଦୀ ଓ ନବୀନଙ୍କ ଶୋକ…

The Sakala Picture
Published On

କୋଲକାତା/ ଜଗତସିଂହପୁର/କଟକ: କୋଲକାତାର ଏକ ହୋଟେଲରେ ନିଆଁ ଲାଗି ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ମୃତାହତଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ କୋଲକାତାର ବହୁବଜାର ମଛୁଆ‌ପଟ୍ଟିେର ଥିବା ଏକ ୬ ମହଲା ହୋଟେଲରେ ଗତକାଲି […]

କୋଲକାତା/ ଜଗତସିଂହପୁର/କଟକ: କୋଲକାତାର ଏକ ହୋଟେଲରେ ନିଆଁ ଲାଗି ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ମୃତାହତଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଆସୁଛି କୋଭିଡ୍: ନୂଆ ଭାରିଆଣ୍ଟ ‘PJ.2.1’କୁ ନେଇ ବିଶ୍ୱରେ ଆତଙ୍କ

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ କୋଲକାତାର ବହୁବଜାର ମଛୁଆ‌ପଟ୍ଟିେର ଥିବା ଏକ ୬ ମହଲା ହୋଟେଲରେ ଗତକାଲି ରାତିରେ ଏହି ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ବେଳେ ଋତୁରାଜ ନାମକ ଏହି ହୋଟେଲର ୪୨ଟି ରୁମ୍‌ରେ ୮୮ ଜଣ ଅତିଥି ଥିଲେ। ନିଆଁକୁ ଆୟତ୍ତ କରିବା ଲାଗି ଦୀର୍ଘ ୧୦ ଘଣ୍ଟା ଲାଗିଯାଇଥିଲା। ଅଧିକାଂଶ ଲୋକ ହୋଟେଲ ଭିତରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ମୃତକମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ଜଣେ ମହିଳା ଓ ଦୁଇ ଶିଶୁ ଅଛନ୍ତିି। ଏଥିରେ ଚେନ୍ନାଇର ଗୋଟିଏ ପରିବାରର ତିନି ଜଣ ପିଲା ଥିବା ଜଣାପଡ଼ିଛି। ଜନଗହଳି ଅଞ୍ଚଳରେ ଥିବା ଏହି ହୋଟେଲରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ହାଇଡ୍ରୋଲିକ୍ ଲାଡର୍‌ର ବ୍ୟବହାର କରାଯାଇଥିଲା। ଜଣେ ବ୍ୟକ୍ତି ପ୍ରାଣ ବିକଳରେ କୋଠା ଉପରୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ସମଗ୍ର ଅଞ୍ଚଳକୁ ସିଲ୍ କରି ଦିଆଯାଥିବା ବେଳେ ନିଆଁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତଦନ୍ତ କରିବା ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି କୋଲକାତା ପୁଲିସ କମିସନର ମନୋଜ କୁମାର ବର୍ମା କହିଛନ୍ତି। ଆହତ ବ୍ୟକ୍ତିମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି। ୧୪ ମୃତକଙ୍କ ମଧ୍ୟରେ ୪ଜଣ ଓଡ଼ିଆ ରହିଛନ୍ତି। ଜଗତସିଂହପୁର ଜିଲ୍ଲାରୁ ତିନିଜଣ ରହିଥିବା ବେଳେ ଜଣେ କଟକର ବୋଲି ଜଣାଯାଇଛି। ସେମାନେ ହେଲେ, ଏରସମା ଥାନା ଅନ୍ତର୍ଗତ ହରିପା ଗ୍ରାମର ଦୁଷ୍ମନ୍ତ ନାୟକ ଓ ଦୁଷ୍ମନ୍ତ ସ୍ୱାଇଁ ଏବଂ ତିର୍ତ୍ତୋଲ ଥାନା ଅନ୍ତର୍ଗତ ନନ୍ଦନ ଗ୍ରାମର ମନୋଜ କୁମାର ପାତ୍ର। ଅନ୍ୟଜଣେ ହେଲେ କଟକ ସିଡିଏ ସେକ୍ଟର୍‌-୬ ଅଞ୍ଚଳର ରାଜେଶ୍‌ ସନ୍ତୁକା। ସେ ପ୍ରତିଷ୍ଠିତ ଶାଢ଼ି ବ୍ୟବସାୟୀ।

ଆହୁରି ପଢ଼ନ୍ତୁ: କର୍ପୋରେଟ୍‌ ଲଭ୍‌: ହୁଆଙ୍ଗ-ମସ୍କ-ବେଜୋସ୍‌-ବ୍ରିନ୍‌ ସମସ୍ତେ ପ୍ରେମ ପାଗଳ, ପରକ୍ରୀୟା ପ୍ରୀତି ଯୋଗୁ ହରାଉଛନ୍ତି ପଦ, ମାନ ଓ ସମ୍ମାନ

ଭୁବନେଶ୍ବରରେ ଥିବା ଶାଢ଼ି ମନ୍ଦିର ଦୋକାନର ମାଲିକ। ଅନ୍ୟମାନେ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ କମ୍ପାନୀ କାମରେ କୋଲକାତା ଯାଇ ଋତୁରାଜ ହୋଟେଲରେ ରହିଥିଲେ। ଗତକାଲି ଏହି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ହୋଟେଲଟି ସଂପୂର୍ଣ୍ଣ ଜଳି ଯାଇଥିଲା। ସେମାନଙ୍କ ପରିବାରଲୋକ ଆଜି କୋଲକାତା ଅଭିମୁଖେ ଯାଇଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ରାଜନୀତିରେ ହଲଚଲ: ବୁଶରା ବିବିଙ୍କ ଚିକିତ୍ସା ପାଇଁ ଜଜ୍‌ଙ୍କୁ ଚିଠି ଲେଖିଲେ ଇମ୍ରାନ ଖାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଗ୍ନିକାଣ୍ଡ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତାହତଙ୍କ ଲାଗି ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନବୀନ କହିଛନ୍ତି, କୋଲକତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁଁ ଜଗତସିଂହପୁର ଜିଲ୍ଲାର ତିନିଜଣ ଯୁବକଙ୍କ ସମେତ ୧୪ ଜଣଙ୍କର ଅକାଳ ମୃତ୍ୟୁ ଘଟିବା ଦୁଃଖଦାୟକ। ସେମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର