ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ମାମଲାର ଯାଞ୍ଚ୍ କରୁଥିବା ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ ମିଳିଛି। ସୂଚନା ଅନୁଯାୟୀ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ପାଖକୁ ଏକ ଧମକପୂର୍ଣ୍ଣ କଲ ଆସିଛି। କଲ୍ କରୁଥିବା ବ୍ୟକ୍ତି କିମ୍ବା ସେ କେଉଁ ଗୋଷ୍ଠୀ ସହ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ | ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ […]

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ଧମକ ମିଳିଛି। ସୂଚନା ଅନୁଯାୟୀ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ପାଖକୁ ଏକ ଧମକପୂର୍ଣ୍ଣ କଲ ଆସିଛି। କଲ୍ କରୁଥିବା ବ୍ୟକ୍ତି କିମ୍ବା ସେ କେଉଁ ଗୋଷ୍ଠୀ ସହ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ |

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟା: ପ୍ରଥମ ସହାୟକ ଭାବେ ରିଲିଫ୍ କାର୍ଯ୍ୟରେ ଆଗରେ ଭାରତ

ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ କରୁଥିବା ପ୍ୟାନେଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ମାମଲାରେ ପିଟିସନ ଦାୟର କରିଥିବା ଓକିଲମାନଙ୍କୁ ମଧ୍ୟ ଧମକ ମିଳିଥିଲା। ଏହି ଧମକ ପଛରେ ଖଲିସ୍ତାନୀ ସଂଗଠନ ଶିଖ୍ ଫର ଜଷ୍ଟିସ୍(ଏସଜେଏଫ୍)ର ହାତ ଅଛି ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଷ୍ଟିସ୍ ମାଲହୋତ୍ରାଙ୍କୁ ମଧ୍ୟ ଏସଜେଏଫ୍ ତରଫରୁ ଧମକ ମିଳିଛି। ଏହି ସଂସ୍ଥା ଧମକପୂର୍ଣ୍ଣ ଅଡିଓ କ୍ଲିପ୍ ରିଲିଜ୍ କରିଛି | ଏଥିରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଶିଖଙ୍କ ମଧ୍ୟରେ ଗୋଟିଏ ପକ୍ଷକୁ ବାଛିବାକୁ ପଡ଼ିବ ବୋଲି ଧମକ ଦିଆଯାଇଛି। ଏହାପୂର୍ବରୁ ଏହି ମାମଲା ସହ ଜଡିତ ସୁପ୍ରିମକୋର୍ଟର ଅନେକ ଓକିଲଙ୍କୁ ଧମକପୂର୍ଣ୍ଣ କଲ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ମାମଲାରୁ ଆଇନଜୀବୀଙ୍କୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ମାମଲାର ଯାଞ୍ଚ୍ ପାଇଁ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ ଏକ କମିଟି ଘୋଷଣା କରିଥିଲେ। ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର