ଝାଡ଼ଖଣ୍ଡରେ ଚାଞ୍ଚଲ୍ୟ: ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୧୮ ନାବାଳକ..

The Sakala Picture
Published On

ରାଞ୍ଚି: ଝାଡ଼ଖଣ୍ଡ ରାନିଆ ଥାନା ଉଲିହତୁ ଗ୍ରାମରୁ ଏକ ଲୋମହର୍ଷଣକାରୀ ମାମଲା ସାମ୍‌ନାକୁ ଆସିଛି। ଆଦିବାସୀ ସମ୍ପ୍ରଦାୟର ତିନି ନାବାଳିକାଙ୍କୁ ୧୮ ନାବାଳକ ଗଣଦୁଷ୍କର୍ମ କରିଛନ୍ତି। ଏବିଷୟରେ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଛନ୍ତି। ମାତ୍ର ଯେନତେନ ଉପାୟରେ ଘରକୁ ଫେରି ନାବାଳିକା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଅନ୍ୟ ଗ୍ରାମବାସୀଙ୍କ ସହ ଯାଇ ଘର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ୧୮ […]

ରାଞ୍ଚି: ଝାଡ଼ଖଣ୍ଡ ରାନିଆ ଥାନା ଉଲିହତୁ ଗ୍ରାମରୁ ଏକ ଲୋମହର୍ଷଣକାରୀ ମାମଲା ସାମ୍‌ନାକୁ ଆସିଛି। ଆଦିବାସୀ ସମ୍ପ୍ରଦାୟର ତିନି ନାବାଳିକାଙ୍କୁ ୧୮ ନାବାଳକ ଗଣଦୁଷ୍କର୍ମ କରିଛନ୍ତି। ଏବିଷୟରେ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଛନ୍ତି। ମାତ୍ର ଯେନତେନ ଉପାୟରେ ଘରକୁ ଫେରି ନାବାଳିକା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଅନ୍ୟ ଗ୍ରାମବାସୀଙ୍କ ସହ ଯାଇ ଘର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ୧୮ ନାବାଳକଙ୍କୁ ଗିରଫ କରିଛି। ସମସ୍ତଙ୍କୁ ଜେରା କରାଯାଉଛି। ଏହି ଘଟଣା ଗତ ୨୧ ତାରିଖ ବିଳମ୍ବିତ ରାତିରେ ଘଟିଥିଲା। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ପୁଲିସ ସୂଚନା ଅନୁଯାୟୀ, ୫ ନାବାଳିକା ଉଲିହିତରୁ ନିଚିତପୁର ମାର୍ଗର କାରୋ ନଦୀ ନିକଟସ୍ଥ ଅଞ୍ଚଳକୁ ଯାଇଥିଲେ। ଏଠାରେ ଚାଲିଥିବା ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ରାନିଆ ନିକଟରେ ୧୮ ନାବାଳକ ତାଙ୍କୁ ଅଟକାଇ ଦେଇଥିଲେ। ଏମାନେ ଜଣଙ୍କ ପରେ ଜଣେ ତିନି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଧମକ ଦେଇ ଛାଡ଼ିଥିଲେ। ଏ ବିଷୟରେ କାହାକୁ କହିଲେ ଭୟଙ୍କର ପରିଣତି ଭୋଗିବ ବୋଲି କହିଥିଲେ। ଏହି ୧୮ ନାବାଳକ ବି ଉକ୍ତ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୀଡ଼ିତାଙ୍କ ବୟସ ୧୨ରୁ ୧୬ ଭିତରେ ଏବଂ ଅଭିଯୁକ୍ତଙ୍କ ବୟସ ୧୨ରୁ ୧୭ ମଧ୍ୟରେ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

25 Feb 2025 By The Sakala

ଝାଡ଼ଖଣ୍ଡରେ ଚାଞ୍ଚଲ୍ୟ: ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୧୮ ନାବାଳକ..

ରାଞ୍ଚି: ଝାଡ଼ଖଣ୍ଡ ରାନିଆ ଥାନା ଉଲିହତୁ ଗ୍ରାମରୁ ଏକ ଲୋମହର୍ଷଣକାରୀ ମାମଲା ସାମ୍‌ନାକୁ ଆସିଛି। ଆଦିବାସୀ ସମ୍ପ୍ରଦାୟର ତିନି ନାବାଳିକାଙ୍କୁ ୧୮ ନାବାଳକ ଗଣଦୁଷ୍କର୍ମ କରିଛନ୍ତି। ଏବିଷୟରେ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଛନ୍ତି। ମାତ୍ର ଯେନତେନ ଉପାୟରେ ଘରକୁ ଫେରି ନାବାଳିକା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଅନ୍ୟ ଗ୍ରାମବାସୀଙ୍କ ସହ ଯାଇ ଘର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ୧୮ ନାବାଳକଙ୍କୁ ଗିରଫ କରିଛି। ସମସ୍ତଙ୍କୁ ଜେରା କରାଯାଉଛି। ଏହି ଘଟଣା ଗତ ୨୧ ତାରିଖ ବିଳମ୍ବିତ ରାତିରେ ଘଟିଥିଲା। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ୫ ନାବାଳିକା ଉଲିହିତରୁ ନିଚିତପୁର ମାର୍ଗର କାରୋ ନଦୀ ନିକଟସ୍ଥ ଅଞ୍ଚଳକୁ ଯାଇଥିଲେ। ଏଠାରେ ଚାଲିଥିବା ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ରାନିଆ ନିକଟରେ ୧୮ ନାବାଳକ ତାଙ୍କୁ ଅଟକାଇ ଦେଇଥିଲେ। ଏମାନେ ଜଣଙ୍କ ପରେ ଜଣେ ତିନି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଧମକ ଦେଇ ଛାଡ଼ିଥିଲେ। ଏ ବିଷୟରେ କାହାକୁ କହିଲେ ଭୟଙ୍କର ପରିଣତି ଭୋଗିବ ବୋଲି କହିଥିଲେ। ଏହି ୧୮ ନାବାଳକ ବି ଉକ୍ତ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୀଡ଼ିତାଙ୍କ ବୟସ ୧୨ରୁ ୧୬ ଭିତରେ ଏବଂ ଅଭିଯୁକ୍ତଙ୍କ ବୟସ ୧୨ରୁ ୧୭ ମଧ୍ୟରେ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

https://www.thesakala.in/national-international/jharkhand-18-youths-gang-rape-three-minor-tribal-girlsor-girls/article-38943
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର