ଇସ୍ରାଏଲ-ହମାସ ସଂଘର୍ଷ: ଉତ୍ତର ଗାଜା ଧ୍ବଂସ, ଆକ୍ରମଣ ଜାରି

The Sakala Picture
Published On

ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ ୨୮ ଦିନରେ ପହଞ୍ଚିଛି। କିନ୍ତୁ ଉଭୟ ପକ୍ଷର ଆକ୍ରମଣ ପ୍ରତ୍ୟାକ୍ରମଣ ବନ୍ଦହ୍ବୋର ନାଁ ଧରୁନାହିଁ। ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରକୁ ଏବେ ମଧ୍ୟ ରକେଟ ଆକ୍ରମଣ କରାଯାଉଥିଲା ବେଳେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ସ୍ଥଳ ଏବଂ ଆକାଶମାର୍ଗରୁ ଆକ୍ରମଣ ଜାରି ରହିଛି। ଗାଜା ମଧ୍ୟରେ ଇସ୍ରାଏଲ ସେନା ପ୍ରବେଶ କରି ହମାସ୍‌ ଆଡ୍ଡାସ୍ଥଳଗୁଡିକୁ ଖୋଜି ଖୋଜି ଧ୍ବଂସ କରୁଥିବା ବେଳେ ଉତ୍ତର ଗାଜା ଏକପ୍ରକାର […]

ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ ୨୮ ଦିନରେ ପହଞ୍ଚିଛି। କିନ୍ତୁ ଉଭୟ ପକ୍ଷର ଆକ୍ରମଣ ପ୍ରତ୍ୟାକ୍ରମଣ ବନ୍ଦହ୍ବୋର ନାଁ ଧରୁନାହିଁ। ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରକୁ ଏବେ ମଧ୍ୟ ରକେଟ ଆକ୍ରମଣ କରାଯାଉଥିଲା ବେଳେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ସ୍ଥଳ ଏବଂ ଆକାଶମାର୍ଗରୁ ଆକ୍ରମଣ ଜାରି ରହିଛି। ଗାଜା ମଧ୍ୟରେ ଇସ୍ରାଏଲ ସେନା ପ୍ରବେଶ କରି ହମାସ୍‌ ଆଡ୍ଡାସ୍ଥଳଗୁଡିକୁ ଖୋଜି ଖୋଜି ଧ୍ବଂସ କରୁଥିବା ବେଳେ ଉତ୍ତର ଗାଜା ଏକପ୍ରକାର ଧ୍ବଂସସ୍ତୂପରେ ପରିଣତ ହୋଇଛି। ସେପଟେ ଇସ୍ରାଏଲ ଆକ୍ରମଣରେ ମୃତାହତ ସଂଖ୍ୟା ବଢିବାରେ ଲାଗିଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କେବଳ ଗାଜାରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ଶିଶୁ ଏବଂ ମହିଳା ରହିଥିବାରୁ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହିକ୍ରମରେ କିଛି ଦିନ ପାଇଁ ଯୁଦ୍ଧ ବିରତ ରଖିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଆହ୍ବାନ କରିଛନ୍ତି। କିନ୍ତୁ ଇସ୍ରାଏଲ କୌଣସି ସ୍ଥିତି ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। ସେପଟେ ଗାଜାବାସୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ୬୦ଟି ଟ୍ରକ ଇଜିପ୍ଟ ସୀମାରୁ ଆସି ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦର 'ଗୋଲ୍ଡେନ ଗଣେଶ': ୨୪ କ୍ୟାରେଟ୍ ସୁନା ଓ ୩.୮ ଲକ୍ଷ ହୀରାରେ ସଜ୍ଜିତ ପ୍ରତିମା ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର