ପ୍ରତିଶୋଧ ନେଲା ଭାରତ : ଲାହୋର-ସିଆଲକୋଟ ଏବଂ ଇସଲାମାବାଦରେ ଜୋରଦାର ଆକ୍ରମଣ, ଆମେରିକା କହିଲା…..

The Sakala Picture
Published On

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଜମ୍ମୁ, ପଠାନକୋଟ, ଲୁଧିଆନା ସମେତ ଭାରତର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା ପାକିସ୍ତାନ। ହେଲେ ଭାରତୀୟ ସେନା ପାକିସ୍ତାନର ଏହି ପ୍ରୟାଶ ଉପରେ କଡା ଜବାବ ଦେଇଛି । ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଦେଇଛି। ପାକିସ୍ତାନ ଦ୍ୱାରା ଉତକ୍ଷେପଣ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନଗୁଡ଼ିକୁ ଆକାଶରେ ଖସାଇ ଦେଇ ତାର ଉଦ୍ଦେଶ୍ୟକୁ ଧ୍ୱଂସ କରିଦେଇଛି ଭାରତ। ଏହା ସହିତ, ପାକିସ୍ତାନର ଏହି […]

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଜମ୍ମୁ, ପଠାନକୋଟ, ଲୁଧିଆନା ସମେତ ଭାରତର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା ପାକିସ୍ତାନ। ହେଲେ ଭାରତୀୟ ସେନା ପାକିସ୍ତାନର ଏହି ପ୍ରୟାଶ ଉପରେ କଡା ଜବାବ ଦେଇଛି । ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଦେଇଛି। ପାକିସ୍ତାନ ଦ୍ୱାରା ଉତକ୍ଷେପଣ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନଗୁଡ଼ିକୁ ଆକାଶରେ ଖସାଇ ଦେଇ ତାର ଉଦ୍ଦେଶ୍ୟକୁ ଧ୍ୱଂସ କରିଦେଇଛି ଭାରତ। ଏହା ସହିତ, ପାକିସ୍ତାନର ଏହି କାର୍ଯ୍ୟର ଜବାବ ଦେବା ପାଇଁ, ଭାରତ ଲାହୋର, ସିଆଲକୋଟ, ଇସଲାମାବାଦ ଏବଂ କରାଚୀରେ ଆକ୍ରମଣ କରିଛି। ଭାରତ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ପାକିସ୍ତାନ ଯେଉଁ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଭାରତ ସେହି ବିମାନବନ୍ଦରରୁ ତାର ଲଢ଼ୁଆ ବିମାନ ଉଡ଼ାଇ ପାକିସ୍ତାନ ଉପରେ ଏହି ଆକ୍ରମଣ କରିଛି।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ଶାହବାଜଙ୍କୁ ଆମେରିକାର ପରାମର୍ଶ

ଆହୁରି ପଢ଼ନ୍ତୁ: ମେଟା ଅଫିସ୍ ଭଙ୍ଗାରୁଜା କଲା ଯୁବ କଂଗ୍ରେସ, ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ହଙ୍ଗାମା

ଅନ୍ୟପକ୍ଷରେ, ଆମେରିକା ମଧ୍ୟ ପାକିସ୍ତାନକୁ ଏକ ବଡ଼ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଫୋନ୍‌ରେ କଥା ହୋଇଛନ୍ତି। ଯେଉଁଥିରେ ସେ କହିଥିଲେ ଯେ ଆମେରିକା ପାକିସ୍ତାନକୁ ତୁରନ୍ତ ପଛକୁ ହଟିଯିବାକୁ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ବିସଲେରୀ ପାଣି ନମୁନା ଅସୁରକ୍ଷିତ ! କ୍ୟାନ୍ସର କାରକ ଉପାଦାନ ମିଳିବା ପରେ FSSAI ପକ୍ଷରୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

ପାକିସ୍ତାନ ୧୫ଟି ସହରକୁ ଟାର୍ଗେଟ କରିଥିଲା

ଗତକାଲି ପାକିସ୍ତାନ ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଏବଂ ପଶ୍ଚିମ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ବଥିଣ୍ଡା, ଚଣ୍ଡିଗଡ଼, ନାଲ୍, ଫାଲୋଡି, ଉତ୍ତରଲାଇ ଏବଂ ଭୁଜ ସମେତ ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର