ବିଶ୍ୱର ସବୁଠାରୁ ଗରିବ ଦେଶ ସୂଚୀ : ୬୨ତମ ସ୍ଥାନରେ ଭାରତ

The Sakala Picture
Published On

ନୂଆଦିଲ୍ଲୀ : ଭାରତ ସରକାର ପାଞ୍ଚ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖୁଛନ୍ତି। ବର୍ତ୍ତମାନ ବିକାଶଶୀଳ ରାଷ୍ଟ୍ର ଶ୍ରେଣୀରେ ଥିବା ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ସହ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି କେନ୍ଦ୍ର ସରକାର ଦେଶବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି। ଦେଶରେ ଯେତେବେଳେ କୋଟି କୋଟି ଲୋକ ଦିନକୁ ଦୁଇ ଓଳି ଭଲ ଭାବେ ଖାଇବାକୁ ପାଉନାହାନ୍ତି ଓ ଖାଦ୍ୟ ନିରାପତ୍ତା ଯୋଜନାରେ ସେମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି, ସେତେବେଳେ ବିକଶିତ […]

ନୂଆଦିଲ୍ଲୀ : ଭାରତ ସରକାର ପାଞ୍ଚ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖୁଛନ୍ତି। ବର୍ତ୍ତମାନ ବିକାଶଶୀଳ ରାଷ୍ଟ୍ର ଶ୍ରେଣୀରେ ଥିବା ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ସହ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି କେନ୍ଦ୍ର ସରକାର ଦେଶବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି। ଦେଶରେ ଯେତେବେଳେ କୋଟି କୋଟି ଲୋକ ଦିନକୁ ଦୁଇ ଓଳି ଭଲ ଭାବେ ଖାଇବାକୁ ପାଉନାହାନ୍ତି ଓ ଖାଦ୍ୟ ନିରାପତ୍ତା ଯୋଜନାରେ ସେମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି, ସେତେବେଳେ ବିକଶିତ ଭାରତ ଗଠନ ସ୍ୱପ୍ନ କିପରି ପୂରଣ ହେବ ବୋଲି ପ୍ରଶ୍ନ ଉଠିଛି। ଏହି କ୍ରମରେ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଗରିବ ଦେଶ ସୂଚୀରେ ଭାରତର ସ୍ଥାନ ୬୨ତମ ସ୍ଥାନରେ ରହିବା ଦେଶର ଆର୍ଥିକ ସ୍ଥିତି ଓ ବିକାଶର ଧାରାକୁ ସ୍ୱତଃ କାଠଗଡ଼ାରେ ଠିଆ କରିଛି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ-ନେତାନ୍ୟାହୁଙ୍କ ମଧ୍ୟରେ ଗୁପ୍ତ ଆଲୋଚନା: କିଏ କରିଥିଲା ପ୍ରସ୍ତାବ?

ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଦୁନିଆର ସବୁଠୁ ଧନୀ ଓ ସବୁଠୁ ଗରିବ ଦେଶଙ୍କ ତାଲିକା ଜାରି କରାଯାଇଥାଏ। ଚଳିତ ବର୍ଷ ଅର୍ଥାତ୍‌ ୨୦୨୪-୨୫ ବର୍ଷର ଏହି ତାଲିକାରେ ପାକିସ୍ତାନ ୫୦ତମ ସ୍ଥାନରେ ଥିବାବେଳେ ଭାରତର ସ୍ଥାନ ରହିଛି ୬୨। ମୋଟ ଘରୋଇ ଉତ୍ପାଦ (ଜିଡିପି) ଆଧାରରେ ବିଶ୍ୱବ୍ୟାଙ୍କ ବିଶ୍ୱର ସବୁଠୁ ଗରିବ ଓ ସବୁଠୁ ଧନୀ ଦେଶଙ୍କ ତାଲିକା ଜାରି କରିଛି। ମୁଣ୍ଡପିଛା ଜିଡିପି ଆଧାରରେ ଏଥିରେ ଦେଶଗୁଡିକର ମାନ୍ୟତା ସ୍ଥିର କରାଯାଇଛି। ଯେଉଁ ଦେଶର ମୁଣ୍ଡପିଛା ଜିଡିପି ଯେତେ କମ୍‌, ସେହି ଦେଶ ସେତେ ଗରିବ ବୋଲି ବିବେଚନା କରାଯାଇଛି। ମୁଣ୍ଡପିଛା ୧୦,୧୨୩ ଡଲାର ଜିଡ଼ିପି ସହ ଏହି ସୂଚୀରେ ଭାରତ ୬୨ ତମ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ୫୦ତମ ସ୍ଥାନରେ ଅଛି। ପାକିସ୍ତାନର ମୁଣ୍ଡପିଛା ଜିଡିପି ଆକାର ୬,୯୫୫ ଡଲାର ରହିଛି।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଗରିବ ଦେଶଙ୍କ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ସୁଦାନ। ଏହି ଦେଶର ମୁଣ୍ଡପିଛା ଜିଡିପି ମାତ୍ର ୪୫୫ ଡଲାର। ସେହିପରି ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ବୁରୁଣ୍ଡି ରହିଛି। ଏହାର ମୁଣ୍ଡପିଛା ଜିଡିପି ୯୧୬ ଡଲାର। ଏହି ତାଲିକାରେ ୧,୧୨୩ ଜିଡିପି ସହିତ ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ (ସିଏଆର) ତୃତୀୟ ସ୍ଥାନରେ ରହିଛି। ଏହା ପଛକୁ ଚତୁର୍ଥ ସ୍ଥାନରେ କଙ୍ଗୋ ରିପବ୍ଲିକ ଡେମୋକ୍ରାଟିକ (ଡିଆରସି)। କଙ୍ଗୋର ଜିଡିପି ୧,୧୫୨ ଡଲାର। ତାଲିକାର ପଞ୍ଚମ ସ୍ଥାନରେ ମୋଜାମ୍ବିକ୍‌, ଯାହାର ଜିଡିପି ୧,୬୪୯ ଡଲାର। ଏହି ସୂଚୀରେ ନାଇଜର ବି ରହିଛି।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ସମ୍ପ୍ରତି ବିଶ୍ୱର ଗରିବ ଦେଶମାନଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି, ଯେଉଁଥିରେ ବୈଶ୍ୱିକ ସଂଘର୍ଷଠାରୁ ଆରମ୍ଭ କରି ଦୁର୍ନୀତି ଓ ଆର୍ଥିକ ଅସ୍ଥିରତା ଯାଏ। ଯେପରି ବିଶ୍ୱର ସବୁଠୁ ଧନୀ ଦେଶର ତାଲିକା ଦେଖିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ ଠିକ୍‌ ସେହିପରି ଗରିବ ଦେଶଙ୍କ ତାଲିକାକୁ ମଧ୍ୟ ସମସ୍ତେ ଅପେକ୍ଷା କରିଥାନ୍ତି। ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ଦୁନିଆର ଗରିବ ଦେଶ ସୂଚୀ ପ୍ରକାଶ ପାଇବା ପରେ ଭାରତର ଆର୍ଥିକ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର