ସରିଲା ଛାତ୍ର ସଂସଦ ନିର୍ବାଚନ, ଆସିଲା ଫଳାଫଳ; କମଳା ନେହରୁ କଲେଜରେ BCJD ବିଜୟୀ, ବିଜେବି କଲେଜରେ ABVP

Madhusudan Das Picture
Published On

ଭୁବନେଶ୍ୱର: ସରିଲା ଛାତ୍ର ସଂସଦ ନିର୍ବାଚନ । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଆଜି ସକାଳ ୮ଟାରୁ କ୍ୟାମ୍ପସଗୁଡ଼ିକରେ ଭୋଟ୍‌ ଗ୍ରହଣ ପରେ ଗଣତି ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ତେବେ କେତେକ ସ୍ଥାନରେ ନିର୍ବାଚନକୁ ନେଇ ଉତ୍ତେଜନା, ଅଣଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ଏବଂ ଭଙ୍ଗାରୁଜା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି

ଭୋଟ୍‌ ଗଣତି ଶେଷ ହେବା ପରେ ଫଳାଫଳ:

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଉଥିବା ବେଳେ ଏକଲବ୍ୟ ମଡେଲ ସ୍କୁଲ ଅଧ୍ୟକ୍ଷଙ୍କୁ ଧରିଲା ସିବିଆଇ

ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି। ଏହି କଲେଜର ଛାତ୍ର ସଂସଦର ସଭାପତି, ଉପସଭାପତି, ସା.ସମ୍ପାଦକ ପଦବୀରେ BCJD ପ୍ରାର୍ଥୀଙ୍କ ବିଜୟ ହୋଇଛି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଛି BCJD । ଝାରସୁଗୁଡା ପିକେଏସଏସ କଲେଜରେ BCJD ବିଜୟୀ ହୋଇଛି। ଏଠାରେ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ BCJD ପ୍ରାର୍ଥୀ ବିଜୟୀ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ସେହିପରି କମଳା ନେହରୁ ମହିଳା ମହାବିଦ୍ୟାଳୟ, ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ ଓ ଖଡିଆଳ ମଡେଲ କଲେଜ୍‌ରେ BCJD ପ୍ରାର୍ଥୀଙ୍କ ବିଜୟ ହୋଇଛି। ନିଆଳି କଲେଜ୍‌ରେ ବାଜିମାରିଲା BCJD । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି। ସୁବର୍ଣ୍ଣପୁରର ବୀରମହାରାଜପୁର କଲେଜ୍‌ରେ BCJD ବିଜୟୀ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡିଗ୍ରୀ କଲେଜରେ BCJD ବିଜୟୀ ହୋଇଛି। ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି। 

ଅନ୍ୟପଟେ ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ୍ ରାଜଧାନୀ ମହାବିଦ୍ୟାଳୟ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଛନ୍ତି ଅଖିତ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀ। ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର  ସଭାପତି ପଦ ହାତେଇ ଥିବା ବେଳେ ରାଜଧାନୀ କଲେଜରେ ସଭାପତି ପଦରେ ବିଜୟୀ ହୋଇଛନ୍ତି ଅବିନାଶ ପାଢ଼ୀ। 

ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP)ର ବିଜୟ ହୋଇଛି। ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ଜିତିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ପଦବୀରେ ABVP ପ୍ରତିନିଧିଙ୍କ ବିଜୟ ହୋଇଛି।

ଚଳିତ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି (BCJD), ଏବିଭିପି (ABVP) ଏବଂ ଏନ୍‌ଏସ୍‌ୟୁଆଇ (NSUI) ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ କ୍ୟାମ୍ପସରେ ବିସିଜେଡି ନିଜର ପତିଆରା ଏବଂ ସଂଗଠନକୁ ସୁଦୃଢ଼ ରଖିବାରେ ସଫଳ ହୋଇଛି। କିଛି ସ୍ଥାନରେ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା କାରଣରୁ ନିର୍ବାଚନ ବାତିଲ କରାଯାଇ କଲେଜକୁ ସାଇନ୍-ଏ-ଡାଏ (Sine die) ଘୋଷଣା କରାଯାଇଥିଲା। ତେବେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଥିବା ସ୍ଥାନଗୁଡ଼ିକରେ ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀ ଏବଂ ସମର୍ଥକମାନେ ବାଜା ବଜାଇ, ବାଇକ୍ ଶୋଭାଯାତ୍ରା କରିବା ସହ ମିଠା ବାଣ୍ଟି ଖୁସି ପାଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର