ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ମତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଛାତ୍ର ସମାଜକୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ। ବିଜେଡି ସବୁବେଳେ ଛାତ୍ର ସମାଜ ସହ ଠିଆ ହୋଇଛନ୍ତି ବୋଲି କହିଛନ୍ତି ସୁଜାତା । ସେ ଆହୁରି ମଧ୍ୟ କହିଛନ୍ତି କି, ଓଡ଼ିଶାର ବିଜେପି ସରକାରର ଦକ୍ଷତା ଓ ଉଦ୍ଦେଶ୍ୟମୁଲୁକ କାର୍ଯ୍ୟକୁ ଲୋକେ ଜାଣି ଗଲେ । ଗତ ଛାତ୍ର ନିର୍ବାଚନରେ ବିଜେପି ନିମ୍ନ ସ୍ତରକୁ ଖସି ଗଲେ । ମହିଳା କଲେଜରେ ପୁରୁଷ ଗୁଣ୍ଡା ପଶିଲେ, ସରକାରୀ କଳ ଲାଗିଲା, କଲେଜ ପ୍ରଶାସନ ଲାଗିଲା । ହେଲେ ସତ୍ୟର ଜିତ, ନ୍ୟାୟ ଓ ଅହିଂସାର ଜୟ ହେଲା । ନବୀନ ପଟ୍ଟନାୟକଙ୍କ ଆଦର୍ଶର ଜୟ ହେଲା । ବିଜେଡି 70% ରୁ ଅଧିକ କଲେଜ ଜିତିଲା । ୧୫୦୦ ଭୋଟ ଗଣିବାକୁ ୧୫ ଘଣ୍ଟା ଲଗାଇ ଦକ୍ଷତାର ପ୍ରମାଣ ଦେଲେ । ଆତ୍ମସମୀକ୍ଷା କରୁ ବିଜେପି । ଯେମିତି ଗୁଣ୍ଡା ଓ ପ୍ରଶାସନକୁ ଲଗାଇଲେ, ଆଗାମୀ ପୀଢ଼ିକୁ କ'ଣ ବାର୍ତ୍ତା ଦେଲେ, ବିଜେପି ସମୀକ୍ଷା କରୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ।






