ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

Madhusudan Das Picture
Published On

କଟକ: ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍‌ ଦାସ । ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ କଟକ ଜଗତପୁର ସ୍ଥିତ ମହାନଦୀ ନର୍ଦ୍ଦନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସେନଜିତ ଦାସଙ୍କଠାରୁ ୨୧,୮୮,୬୨୦ ଟଙ୍କାର ହିସାବ ବିହୀନ ନଗଦ ଅର୍ଥ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଠିକାଦାରମାନଙ୍କଠାରୁ ବିପୁଳ ପରିମାଣର ଲାଞ୍ଚ ଆଦାୟ କରୁଥିବା ନେଇ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଆଧାରରେ ଗତକାଲି ରାତିରେ ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କର ସରକାରୀ ବୋଲେରୋ ଗାଡ଼ିକୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇଥିଲେ। ଯାଞ୍ଚ ସମୟରେ ତାଙ୍କ ପାଖରୁ ପ୍ରାୟ ୭,୨୮,୬୨୦ ଟଙ୍କା ଜବତ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ରାସ୍ତାରେ ଧରାପଡ଼ିବା ପରେ ଆଜି ସକାଳେ ତାଙ୍କର ଏକାଧିକ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବିଶେଷକରି ଭୁବନେଶ୍ୱରର ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ଡି-୪୦୧ ଏବଂ ବରଗଡ଼ ସ୍ଥିତ ତାଙ୍କ ପୈତୃକ ବାସଭବନରେ ଯାଞ୍ଚ କରାଯାଇଥିଲା। ଭଡ଼ା ଘର ଯାଞ୍ଚ ବେଳେ ଆହୁରି ୧୪,୬୦,୦୦୦ ଟଙ୍କା ମିଳିଥିଲା। ଏହାକୁ ମିଶାଇ ସମୁଦାୟ ଜବତ ଅର୍ଥର ପରିମାଣ ୨୧,୮୮,୬୨୦ ଟଙ୍କାରେ ପହଞ୍ଚିଛି। 

ଆହୁରି ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

ଏତେ ବଡ଼ ପରିମାଣର ନଗଦ ଅର୍ଥ କେଉଁଠୁ ଆସିଲା, ସେ ନେଇ ଶ୍ରୀ ଦାସ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ସମସ୍ତ ଟଙ୍କାକୁ ଜବତ କରାଯିବା ସହ ଅଧିକ ପଚରାଉଚରା ପାଇଁ ତାଙ୍କୁ ଅଟକ ରଖାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର