ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଗୋଟିଏ ଡୋଜ୍ ଟିକା ନେଲେ ଭଲ ହେବ ଏଚଆଇଭି ଏଡସ୍

The Sakala Picture
Published On

ନୂଆଦିଲ୍ଲୀ: କର୍କଟ ରୋଗ ପରେ ଏବେ ଏଚଆଇଭି ଏଡସ୍ ଭଳି ଦୁରାରୋଗର ଚିକିତ୍ସା ମଧ୍ୟ ସମ୍ଭବ ହେବ। ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ। ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି । ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ […]

ନୂଆଦିଲ୍ଲୀ: କର୍କଟ ରୋଗ ପରେ ଏବେ ଏଚଆଇଭି ଏଡସ୍ ଭଳି ଦୁରାରୋଗର ଚିକିତ୍ସା ମଧ୍ୟ ସମ୍ଭବ ହେବ। ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ। ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି । ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV  ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ପରେ HIV ଏଡସ୍ ଭଳି ରୋଗର ଚିକିତ୍ସାର ଆଶା ବଢ଼ାଇ ଦେଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ବର୍ତ୍ତମାନ ସୁଦ୍ଧା HIV  ଏଡସର ଚିକିତ୍ସା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ଔଷଧ ଦ୍ୱାରା ଏହି ରୋଗ ବ୍ୟାପିବା ବନ୍ଦ ହୋଇପାରେ । ୨୦୨୦ରେ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୩.୭ କୋଟି ଲୋକ ଏଥିରେ ସଂକ୍ରମିତ ଅଛନ୍ତି । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଦୂଷିତ ରକ୍ତ ସଂକ୍ରମଣ, ସଂକ୍ରମିତ ସିରିଞ୍ଜର ବ୍ୟବହାର ଏବଂ HIV ସଂକ୍ରମିତ ମା’ଠାରୁ ତାଙ୍କ ପିଲା ପର୍ୟ୍ୟନ୍ତ ଏହି ରୋଗ ବ୍ୟାପିଥାଏ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର