ବାଂଲାଦେଶରେ ଅରାଜକତା : ରାତି ଅଧରେ ଲୁଙ୍ଗି ପିନ୍ଧି ଥାଇଲାଣ୍ଡ ପଳାଇଲେ ପୂର୍ବତନ ରାଷ୍ଟ୍ରପତି

The Sakala Picture
Published On

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବା ପରଠାରୁ ବାଂଲାଦେଶ ଅଶାନ୍ତ ରହିଛି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଉଥିବାବେଳେ ପୂର୍ବତନ ସରକାରକୁ ସମର୍ଥନ ଦେଉଥିବା ଲୋକଙ୍କୁ ଆକ୍ରମଣ କରାଯାଉଛି। ଦେଶରେ ଅରାଜକତା ସ୍ଥିତି ଲାଗି ରହିଛି। ଏପରି ସ୍ଥଳେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ (୮୧) ୮ ତାରିଖ ରାତି ଅଧରେ ଲୁଙ୍ଗି ପିନ୍ଧି ଦେଶ ଛାଡ଼ି ବିଦେଶ ପଳାଇଛନ୍ତି। ବାଂଲାଦେଶର ଏକ ଖବରକାଗଜ ଏଭଳି ଦାବି କରିଛି। ପୁଲିସ କାର୍ଯ୍ୟାନୁଷ୍ଠାରୁ ବର୍ତ୍ତିବା ଲାଗି […]

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବା ପରଠାରୁ ବାଂଲାଦେଶ ଅଶାନ୍ତ ରହିଛି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଉଥିବାବେଳେ ପୂର୍ବତନ ସରକାରକୁ ସମର୍ଥନ ଦେଉଥିବା ଲୋକଙ୍କୁ ଆକ୍ରମଣ କରାଯାଉଛି। ଦେଶରେ ଅରାଜକତା ସ୍ଥିତି ଲାଗି ରହିଛି। ଏପରି ସ୍ଥଳେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ (୮୧) ୮ ତାରିଖ ରାତି ଅଧରେ ଲୁଙ୍ଗି ପିନ୍ଧି ଦେଶ ଛାଡ଼ି ବିଦେଶ ପଳାଇଛନ୍ତି। ବାଂଲାଦେଶର ଏକ ଖବରକାଗଜ ଏଭଳି ଦାବି କରିଛି। ପୁଲିସ କାର୍ଯ୍ୟାନୁଷ୍ଠାରୁ ବର୍ତ୍ତିବା ଲାଗି ସେ ଗତ ଗୁରୁବାର ଭୋର ତିନିଟାରେ ଦେଶ ଛାଡ଼ିଥିଲେ। ଏବେ ସେ ଥାଇଲାଣ୍ଡରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ

ରିପୋର୍ଟ ଅନୁଯାୟୀ ମହମ୍ମଦ ୟୁନୁସଙ୍କ ସରକାର ପୂର୍ବତନ ରାଷ୍ଟ୍ରପତି ଫେରାର ହେବା ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଏହି ମାମଲାକୁ ନେଇ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ନିଲମ୍ବନ ଏବଂ ବଦଳି କରାଯାଇଛି। ତେବେ ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଅବଦୁଲ ଚିକିତ୍ସା ପାଇଁ ଭାଇ ଏବଂ ଭିଣୋଇଙ୍କ ସହ ଯାଇଛନ୍ତି। ତେବେ ରାଜନୈତିକ ବିରୋଧୀଙ୍କ ସୂଚନା ଅନୁଯାୟୀ ମାମଲାରୁ ବର୍ତ୍ତିବା ଲାଗି ଅବଦୁଲ ଏପରି ପଦକ୍ଷେପ ନେଇଛନ୍ତି। ତାଙ୍କ ବିରୋଧରେ ହତ୍ୟା ମାମଲା ଚାଲିଛି। ଶେଖ ହସିନାଙ୍କ ସରକାର ଭୁଶୁଡିବା ପରେ ଅନେକ ନେତାଙ୍କ ଜେଲ୍‌ ପଠାଇ ଦିଆଯାଇଛି। ଆଉ କିଛି ଭୟରେ ବିଦେଶ ଚାଲି ଯାଇଛନ୍ତି। ଅନ୍ୟମାନେ ଫେରାର ଅଛନ୍ତି। ସରକାର ଆକ୍ରୋଶମୂଳକ ପଦକ୍ଷେପ ନେଇ ଅନେକ ନେତାଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସଲେରୀ ପାଣି ନମୁନା ଅସୁରକ୍ଷିତ ! କ୍ୟାନ୍ସର କାରକ ଉପାଦାନ ମିଳିବା ପରେ FSSAI ପକ୍ଷରୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର