ଝିଅଙ୍କ ବିବାହ ବୟସ ବୃଦ୍ଧି ଭୟ: ମାସକରେ ୭୦୦% ବଢ଼ିଲା ବିବାହ

The Sakala Picture
Published On

ଭୋପାଳ: ଦେଶରେ ଝିଅଙ୍କ ବିବାହ ବୟସ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ବିବାହ (ନିକାହ) ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳ, ଗ୍ବାଲିୟର ଭଳି ୧୦ ସହରରେ ବିବାହ ସଂଖ୍ୟା ୪୨ରୁ ୭୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମସ୍‌ଜିଦ୍‌ରେ ହୋଇଥିବା ନିକାହ ତଥ୍ୟର ଯାଞ୍ଚ ପରେ ଏହି ଖୁଲାସା ହୋଇଛି। ରାୟସେନାରେ ନିକାହ ସଂଖ୍ୟା ସର୍ବାଧିକ ୭୦୦ ପ୍ରତିଶତ ବଢିଛି। ଭୋପାଳ ମସ୍‌ଜିଦ୍‌ କମିଟିର ସଚିବ ୟାସିର […]

ଭୋପାଳ: ଦେଶରେ ଝିଅଙ୍କ ବିବାହ ବୟସ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ବିବାହ (ନିକାହ) ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳ, ଗ୍ବାଲିୟର ଭଳି ୧୦ ସହରରେ ବିବାହ ସଂଖ୍ୟା ୪୨ରୁ ୭୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମସ୍‌ଜିଦ୍‌ରେ ହୋଇଥିବା ନିକାହ ତଥ୍ୟର ଯାଞ୍ଚ ପରେ ଏହି ଖୁଲାସା ହୋଇଛି। ରାୟସେନାରେ ନିକାହ ସଂଖ୍ୟା ସର୍ବାଧିକ ୭୦୦ ପ୍ରତିଶତ ବଢିଛି। ଭୋପାଳ ମସ୍‌ଜିଦ୍‌ କମିଟିର ସଚିବ ୟାସିର ଅରାଫାତ କହିଛନ୍ତି ଯେ ଡିସେମ୍ବର ଶେଷରେ ବିବାହ ପାଇଁ ପ୍ରାୟ ୧ ହଜାର ଆବେଦନ ଆସିଥିଲା। ଆଗାମୀ କିଛି ଦିନ ମଧ୍ୟରେ ବିବାହ କରିବାକୁ ଅଧିକାଂଶ ଦାବି କରିଛନ୍ତି। ଭୋପାଳରେ ଡିସେମ୍ବରରେ ୯୫୦ ନିକାହ ହୋଇଛି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଯୁବତୀଙ୍କ ବିବାହ ବୟସ ବୃଦ୍ଧି ଲାଗି ଆଇନ ଆଣିବା ଖବର ଯୋଗୁଁ ଏପରି ହୋଇଛି। ଏହା ବ୍ୟତୀତ କରୋନା କଟକଣା କଡ଼ାକଡି ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ୨ ବର୍ଷ ପରେ ବିବାହ କରିବାକୁ ଚାହୁଁଥିବା ଲୋକେ ଆଗୁଆ କରିଦେଇଛନ୍ତି। ସୁଫି ଇସଲାମିକ ବୋର୍ଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ହାଫିଜ ମହମ୍ମଦ ଦାନିଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବାହ ବୟସ ଧାର୍ଯ୍ୟ କରିଦେଇଛନ୍ତି, ଏହାକୁ ଦେଖି ନିକାହ ସଂଖ୍ୟା ବୃଦ୍ଧି ପାଉଛି। ଲକ୍‌ଡାଉନ ମଧ୍ୟ ଏଥିପାଇଁ ଦାୟୀ।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

23 Jan 2022 By The Sakala

ଝିଅଙ୍କ ବିବାହ ବୟସ ବୃଦ୍ଧି ଭୟ: ମାସକରେ ୭୦୦% ବଢ଼ିଲା ବିବାହ

ଭୋପାଳ: ଦେଶରେ ଝିଅଙ୍କ ବିବାହ ବୟସ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ବିବାହ (ନିକାହ) ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳ, ଗ୍ବାଲିୟର ଭଳି ୧୦ ସହରରେ ବିବାହ ସଂଖ୍ୟା ୪୨ରୁ ୭୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମସ୍‌ଜିଦ୍‌ରେ ହୋଇଥିବା ନିକାହ ତଥ୍ୟର ଯାଞ୍ଚ ପରେ ଏହି ଖୁଲାସା ହୋଇଛି। ରାୟସେନାରେ ନିକାହ ସଂଖ୍ୟା ସର୍ବାଧିକ ୭୦୦ ପ୍ରତିଶତ ବଢିଛି। ଭୋପାଳ ମସ୍‌ଜିଦ୍‌ କମିଟିର ସଚିବ ୟାସିର ଅରାଫାତ କହିଛନ୍ତି ଯେ ଡିସେମ୍ବର ଶେଷରେ ବିବାହ ପାଇଁ ପ୍ରାୟ ୧ ହଜାର ଆବେଦନ ଆସିଥିଲା। ଆଗାମୀ କିଛି ଦିନ ମଧ୍ୟରେ ବିବାହ କରିବାକୁ ଅଧିକାଂଶ ଦାବି କରିଛନ୍ତି। ଭୋପାଳରେ ଡିସେମ୍ବରରେ ୯୫୦ ନିକାହ ହୋଇଛି।

ଯୁବତୀଙ୍କ ବିବାହ ବୟସ ବୃଦ୍ଧି ଲାଗି ଆଇନ ଆଣିବା ଖବର ଯୋଗୁଁ ଏପରି ହୋଇଛି। ଏହା ବ୍ୟତୀତ କରୋନା କଟକଣା କଡ଼ାକଡି ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ୨ ବର୍ଷ ପରେ ବିବାହ କରିବାକୁ ଚାହୁଁଥିବା ଲୋକେ ଆଗୁଆ କରିଦେଇଛନ୍ତି। ସୁଫି ଇସଲାମିକ ବୋର୍ଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ହାଫିଜ ମହମ୍ମଦ ଦାନିଶ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବାହ ବୟସ ଧାର୍ଯ୍ୟ କରିଦେଇଛନ୍ତି, ଏହାକୁ ଦେଖି ନିକାହ ସଂଖ୍ୟା ବୃଦ୍ଧି ପାଉଛି। ଲକ୍‌ଡାଉନ ମଧ୍ୟ ଏଥିପାଇଁ ଦାୟୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର