ବଢିଲା ଗାନ୍ଧୀ ପରିବାର ପାଇଁ ଅଡୁଆ, ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲାରେ ସୋନିଆ ଓ ରାହୁଲଙ୍କୁ ଇଡିର ସମନ୍‌

The Sakala Picture
Published On

ନୂଆଦିଲ୍ଲୀ : ପୁଣି ଅଡୁଆରେ ପଡିଛି ଭାରତୀୟ ଜାତୀୟ କଂଗ୍ରେସ। ଜାତୀୟସ୍ତରରେ ଜଣେ ଜଣେ ବଡ ନେତା ଦଳ ଛାଡୁଥିବା ବେଳେ ଚିସ୍ତାଗ୍ରସ୍ତ ଥିବା ହାଇକମାଣ୍ଡକୁ ଆଉ ଗୋଟିଏ ଝଟକା ଲାଗିଛି। ସୋନିଆ ଗାନ୍ଧୀ ଓ ତାଙ୍କ ସାଂସଦ ପୁତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି ।ଅର୍ଥ ହେରଫେର୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋନିଆଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ […]

ନୂଆଦିଲ୍ଲୀ : ପୁଣି ଅଡୁଆରେ ପଡିଛି ଭାରତୀୟ ଜାତୀୟ କଂଗ୍ରେସ। ଜାତୀୟସ୍ତରରେ ଜଣେ ଜଣେ ବଡ ନେତା ଦଳ ଛାଡୁଥିବା ବେଳେ ଚିସ୍ତାଗ୍ରସ୍ତ ଥିବା ହାଇକମାଣ୍ଡକୁ ଆଉ ଗୋଟିଏ ଝଟକା ଲାଗିଛି। ସୋନିଆ ଗାନ୍ଧୀ ଓ ତାଙ୍କ ସାଂସଦ ପୁତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି ।ଅର୍ଥ ହେରଫେର୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋନିଆଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ ଜାରି କରିଛି ଇଡ। ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଇଡି ସମନ ପଠାଇଛି। ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ତଥା ମା’ ପୁଅଙ୍କୁ ପଚରାଉଚରା କରିବା ପାଇଁ ଜୁନ୍‌ ୮ ତାରିଖରେ ଇଡି କାର୍ୟ୍ୟକାଳରେ ହାଜର ହେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲା ପୁଣିଥରେ ଖୋଲା ଯିବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏବଂ ତାଙ୍କ ସାଂସଦ ପୁତ୍ର ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡିର ନୋଟିସ ଜାରି ପରେ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟୱାଲା ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଅନ୍ଧ ପାଲଟି ଯାଇଥିବା ସେ କହିଛନ୍ତି।ସେ ଆହୁରି କହିଛନ୍ତି, ‘ଅର୍ଥ ହେରଫେର କିମ୍ବା ଟଙ୍କା ବିନିମୟର କୌଣସି ପ୍ରମାଣ ନାହିଁ। ନ୍ୟାସନାଲ ହେରାଲ୍ଡ ମାମଲାରେ କେବଳ ଇକ୍ୱିଟିରେ ରୂପାନ୍ତର କିମ୍ବା ଋଣ ଅଛି। ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ଦୃଢ଼ ଭାବରେ ଲଢ଼େଇ କରିବୁ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଅନ୍ୟପଟେ କଂଗ୍ରେସ ନେତା ତଥା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଙ୍ଗୱି କହିଛନ୍ତି, ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍‌ସିମାନଙ୍କୁ ବ୍ୟବହାର କରୁଛି। ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ର ଇତିହାସ ସ୍ବାଧୀନତା ସମୟର।ସେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀ, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି। ଲୋନ୍‌ ବା ଋଣକୁ ‘ଇକ୍ବିଟି’ରେ ପରିଣିତ କରି ସମସ୍ତ କମ୍ପାନି ବାଲାନ୍‌ସିଟ୍‌ ପ୍ରସ୍ତୁତ କରିନ୍ତି।୨୦୧୫ରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲା ବନ୍ଦ କରିଥିଲା। କିନ୍ତୁ, ସରକାର ଏହି ପଦକ୍ଷେପକୁ ନାପସନ୍ଦ କରି ସମ୍ପୃକ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କୁ ହଟାଇ ଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରି ମାମାଲକୁ ପୁଣି ଚାଲୁ କଲେ। ମୁଦ୍ରାସ୍ଫିତି ଏବଂ ବଢ଼ି ଚାଲିଥିବା ଅନ୍ୟାନ୍ୟ ସମସ୍ୟା ଉପରେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ସାଙ୍ଗ୍‌ୱି କହିଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ତେବେ ଆଜି ଇଡି ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲାରେ ସୋନିଆ ଓ ରାହୁଲଙ୍କୁ ସମନ୍‌ ଜାରି କରିବା ପରେ ରାଜନୈତିକ ମାହୋଲ ଗରମ ହୋଇଛି। ଏହି ମାମଲା କଣ ଏବଂ କପରି ସୋନିଆ ଓ ରାହୁଲଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବାପାଇଁ ସମସ୍ତେ ଚାହୁଁଛନ୍ତି। ତେବେ ମାମଲାଟି ହେଉଛି ଏପରି –

ନ୍ୟାସନାଲ ହେରାଲ୍ଡ ହେଉଛି ୧୯୪୨ ମସିହାର ଏକ ଖବର କାଜଗ କମ୍ପାନୀ। ଏହାର ମାଲିକାନା ଆସୋସିଏଟ୍ସ ଜର୍ଣ୍ଣାଲ ଲିମିଟେଡ ପାଖରେ ଥିଲା । ଫେବୃଆରୀ ୨୬, ୨୦୧୧ ରେ କଂଗ୍ରେସ ଏହାକୁ ୯୦ କୋଟି ଟଙ୍କା ଋଣ ଦେଇ ଏହାର ଦାୟିତ୍ୱ ଗ୍ରହଣ କରିଥିଲା । ଏହାର ଅର୍ଥ ହେଉଛି ଦଳ ଏହାକୁ ୯୦ କୋଟି ଟଙ୍କା ଋଣ ଦେଇଥିଲା । ଏହାପରେ ୫ ଲକ୍ଷ ଟଙ୍କା ବିନିଯୋଗ କରି ୟଙ୍ଗ ଇଣ୍ଡିଆ ନାମରେ ଏକ କମ୍ପାନୀ ଗଠନ କରାଗଲା । ଏହି କମ୍ପାନୀରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଛି । ଅବଶିଷ୍ଠ ୨୪ ପ୍ରତିଶତ ଅଂଶଧନ କଂଗ୍ରେସ ନେତା ମୋତିଲାଲ ଭୋରା ଓ ଓସ୍କାର ଫର୍ଣ୍ଣାଡିଜଙ୍କ ପାଖରେ ରହିଛି ।

ଏହାପରେ ଟିଏଜେଏଲର ୧୦-୧୦ ଟଙ୍କାର ୯ କୋଟି ସେୟାର ‘ୟଙ୍ଗ ଇଣ୍ଡିଆନ’ କୁ ଦିଆଯାଇଥିଲା । ଏହି ସେୟାର ବଦଳରେ ୟଙ୍ଗ ଇଣ୍ଡିଆନ କଂଗ୍ରେସ ତରଫରୁ ଆସୋସିଏଟ ଜର୍ଣ୍ଣାଲସ ଲିମିଟେଡକୁ ଦେଇଥିବା ଋଣ କଂଗ୍ରେସକୁ ପରିଶୋଧ କରିବାକୁ ଚୁକ୍ତି କରାଯାଇଥିଲା । ଏହି କ୍ରମରେ ୯ କୋଟି ସେୟାର କିଣି ୟଙ୍ଗ ଇଣ୍ଡିଆନ ଏହି କମ୍ପାନୀର ୯୯ ପ୍ରତିଶତ ସେୟାର ହାସଲ କରିଥିଲା । ଏହାପରେ ଅଚନକ କଂଗ୍ରେସ ତରଫରୁ ଆସୋସିଏଟ ଜର୍ଣ୍ଣାଲସ ମାଧ୍ୟମରେ ୟଙ୍ଗ ଇଣ୍ଡିଆନ୍ସକୁ ଦେଇଥିବା ୯୦ କୋଟି ଟଙ୍କାର ଋଣ ଛାଡ କରାଯାଇଥିଲା । ଅର୍ଥାତ ବିନା ଟଙ୍କାରେ ୟଙ୍ଗ ଇଣ୍ଡିଆନ୍ସ ଟିଏଜେଏଲର ମାଲିକାନା ହାତେଇ ପାରିଥିଲା । ଏନେଇ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଅଭିଯୋଗ ଆଣିଥିଲେ କି ଏ ସବୁକିଛି ଦିଲ୍ଲୀର ବାହାଦୁର ଶାହା ଜଫର ମାର୍ଗରେ ଥିବା ୧୬ ଶହ କୋଟି ଟଙ୍କାର ହେରାଲ୍ଡର ହାଉସକୁ ଦଖଲ କରିବାକୁ ଯୋଜନା ହୋଇଥିଲା । ଏନେଇ ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଆବେଦନରେ ଲେଖିଥିଲେ କି ଏକ ଷଡଯନ୍ତ୍ର ମାଧ୍ୟମରେ ଟିଜିଏଲର ସମସ୍ତ ସମ୍ପତ୍ତି ୟଙ୍ଗ ଇଣ୍ଡିଆନ୍ସ ନାମରେ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର