ଅମୃତସରରୁ ଦୁବାଇ : ବିମାନ ରେ ଏକୁଟିଆ ଉଡ଼ିଲେ

The Sakala Picture
Published On

ଏୟାର ଇଣ୍ଡିଆ’ ବିମାନରେ ଜଣେ ଯାତ୍ରୀ ଏକୁଟିଆ ଅମୃତସରରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଦୁବାଇରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍‌.ପି ସିଂହ ଓବରୟଙ୍କ ଭାଗ୍ୟରେ ଏଭଳି ଏକ ବିରଳ ଯାତ୍ରାର ସୌଭାଗ୍ୟ ଜୁଟିଛି। ତିନି ଘଣ୍ଟା ଏକାକୀ ବିମାନରେ ଯାତ୍ରା କରିଥିବାରୁ ସେ ନିଜକୁ ମହାରାଜା ବୋଲି ଭାବୁଥିବା କଥା କହିଛନ୍ତି। ଜୁନ୍ ୨୩ ଭୋର ୪ଟା ସମୟରେ ଅମୃତସରରୁ ଦୁବାଇ ଅଭିମୁଖେ ଯାତ୍ରା କରିବା ଲାଗି ସେ ଏୟାର ଇଣ୍ଡିଆ ବିମାନକୁ ଯାଇଥିଲେ । […]

ଏୟାର ଇଣ୍ଡିଆ’ ବିମାନରେ ଜଣେ ଯାତ୍ରୀ ଏକୁଟିଆ ଅମୃତସରରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଦୁବାଇରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍‌.ପି ସିଂହ ଓବରୟଙ୍କ ଭାଗ୍ୟରେ ଏଭଳି ଏକ ବିରଳ ଯାତ୍ରାର ସୌଭାଗ୍ୟ ଜୁଟିଛି। ତିନି ଘଣ୍ଟା ଏକାକୀ ବିମାନରେ ଯାତ୍ରା କରିଥିବାରୁ ସେ ନିଜକୁ ମହାରାଜା ବୋଲି ଭାବୁଥିବା କଥା କହିଛନ୍ତି। ଜୁନ୍ ୨୩ ଭୋର ୪ଟା ସମୟରେ ଅମୃତସରରୁ ଦୁବାଇ ଅଭିମୁଖେ ଯାତ୍ରା କରିବା ଲାଗି ସେ ଏୟାର ଇଣ୍ଡିଆ ବିମାନକୁ ଯାଇଥିଲେ । ବିମାନରେ ସେ ଏକାକୀ ଯାତ୍ରା କରୁଥିବା ଜାଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଏଥିପାଇଁ ସେ ନିଜକୁ ଭାଗ୍ୟବାନ ବୋଲି ଭାବିଲେ। ଦୁବାଇରେ ବ୍ୟବସାୟ ପାଇଁ ତାଙ୍କ ପାଖରେ ଦଶ ବର୍ଷର ଗୋଲଡେନ୍ ଭିସା ଅଛି। ବିମାନରେ ତିନିଜଣ ପରିଚାରକ ତାଙ୍କୁ ଭଲ ଆତିଥେୟତା ପ୍ରଦାନ କରିବା ସହ ବିମାନରେ ତାଙ୍କର ଫଟୋ ଉଠାଇଥିବା କଥା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଅବଶ୍ୟ ବିମାନରେ ଅନ୍ୟ କେହି ଯାତ୍ରୀ ନଥିବାରୁ ତାଙ୍କୁ ନିଃସଙ୍ଗ ଲାଗିଛି। ସମୟ ଅତିବାହିତ କରିବା ପାଇଁ ସେ ବିମାନର ସିଟ୍ ତଥା ଝରକା ସଂଖ୍ୟା ଗଣିଥିବା କହିଛନ୍ତି। ଆଉ ଥରେ କେବେ ଯଦି ବିମାନରେ ଏକୁଟିଆ ଯାତ୍ରା କରିବାର ସୁଯୋଗ ଜୁଟେ ସେ ମନା କରିଦେବେ ବୋଲି କହିଛନ୍ତି। କାରଣ ଜୀବନରେ ଥରେ ଏଭଳି ଏକ ଅଭିଜ୍ଞତା ଭଲ; ନଚେତ୍ ଏହା ପୂରା ବିରକ୍ତିକର। ଓବରୟ ଏକୁଟିଆ ଯାତ୍ରୀ ହୋଇଥିବାରୁ ପ୍ରଥମେ ତାଙ୍କୁ ଏୟାର୍ ଇଣ୍ଡିଆ ମନା କରିଥିଲା। ମାତ୍ର ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ତାଙ୍କୁ ଯାତ୍ରା କରିବାର ଅନୁମତି ମିଳିଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର