ହାଇଟେକ୍ ହେବ ଦିଲ୍ଲୀ ପୁଲିସ: ୟୁନିଫର୍ମରେ ଲାଗିଥିବା କ୍ୟାମେରାରେ ରେକର୍ଡ ହେବ ଲୋକଙ୍କ କାର୍ଯ୍ୟକଳାପ

The Sakala Picture
Published On

ନୂଆଦିଲ୍ଲୀ: ସାବଧାନ ହୋଇଯାଆନ୍ତୁ ଦିଲ୍ଲୀବାସୀ । କାରଣ ହାଇଟେକ୍ ହେବାକୁ ଯାଉଛି ଦିଲ୍ଲୀ ପୁଲିସ । ଖୁବଶୀଘ୍ର ଡ୍ୟୁଟିରେ ଥିବା ପୋଲିସଙ୍କ ୟୁନିଫର୍ମରେ କ୍ୟାମେରା ଲଗାଯିବ, ଯାହାଫଳରେ ସେମାନଙ୍କ ଚାରିପାଖରେ ଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ରେକର୍ଡ କରାଯିବ। ଯାନବାହାନ ଏବଂ ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ପୁଲିସ ୟୁନିଫର୍ମରେ ଲାଗିବ କ୍ୟାମେରା । ବିଶେଷକରି ଟ୍ରାଫିକ୍ ଏବଂ PCR ପୋଲିସ୍ କ୍ୟାମେରା ସହିତ ସୁସଜ୍ଜିତ ହୋଇ ରହିବେ। ଦିଲ୍ଲୀ ପୋଲିସର ଏହି ଉଚ୍ଚାଭିଳାଷୀ ଯୋଜନା ବର୍ତ୍ତମାନ […]

ନୂଆଦିଲ୍ଲୀ: ସାବଧାନ ହୋଇଯାଆନ୍ତୁ ଦିଲ୍ଲୀବାସୀ । କାରଣ ହାଇଟେକ୍ ହେବାକୁ ଯାଉଛି ଦିଲ୍ଲୀ ପୁଲିସ । ଖୁବଶୀଘ୍ର ଡ୍ୟୁଟିରେ ଥିବା ପୋଲିସଙ୍କ ୟୁନିଫର୍ମରେ କ୍ୟାମେରା ଲଗାଯିବ, ଯାହାଫଳରେ ସେମାନଙ୍କ ଚାରିପାଖରେ ଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ରେକର୍ଡ କରାଯିବ। ଯାନବାହାନ ଏବଂ ଗାଡି ଚାଳକଙ୍କ ଉପରେ ନଜର ରଖିବାକୁ ପୁଲିସ ୟୁନିଫର୍ମରେ ଲାଗିବ କ୍ୟାମେରା । ବିଶେଷକରି ଟ୍ରାଫିକ୍ ଏବଂ PCR ପୋଲିସ୍ କ୍ୟାମେରା ସହିତ ସୁସଜ୍ଜିତ ହୋଇ ରହିବେ। ଦିଲ୍ଲୀ ପୋଲିସର ଏହି ଉଚ୍ଚାଭିଳାଷୀ ଯୋଜନା ବର୍ତ୍ତମାନ ପରୀକ୍ଷା କ୍ଷେତ୍ରରେ ଅଛି। ପରୀକ୍ଷା ପରେ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାର ବିଭୀଷିକା: ଭାରତ ସୀମାରେ ଭାସି ଆସିଲା ୧୦ ମୃତଦେହ, ୟୁପିରେ ହାଇ ଆଲର୍ଟ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ଏହି ଯୋଜନା ଅଧୀନରେ ଦିଲ୍ଲୀ ପୋଲିସ ଦ୍ୱାରା ୬୦୦ କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବ୍ୟବହାର କରି ଏହି ଯୋଜନାର ସଫଳତାକୁ ମୂଲ୍ୟାଙ୍କନ କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ଏହାକୁ ପୋଲିସର ବିଭିନ୍ନ ୟୁନିଟରେ ବ୍ୟବହାର କରାଯିବ । ଏହାଦ୍ୱାରା ପୋଲିସରେ ବଡ ଧରଣର ପରିବର୍ତ୍ତନ ଆସିବା ସହ ପୋଲିସର କାର୍ଯ୍ୟଦକ୍ଷତା ମଧ୍ୟ ବଢିବ ।

ଆହୁରି ପଢ଼ନ୍ତୁ: ବିବାହ ଏବଂ ଜନ୍ମହାର ବୃଦ୍ଧି କରିବାକୁ ଉଦ୍ୟମ: ବ୍ୟାଙ୍କ, ନାଇଟ୍‌ କ୍ଲବ୍‌ରେ ବିବାହ ପଞ୍ଜୀକରଣ କାଉଣ୍ଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର