ଦିଲ୍ଲୀର ଦୁଇଟି ପ୍ରମୁଖ ସେନା ସ୍କୁଲକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ଦ୍ୱାରା ତଦନ୍ତ ଜାରି

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କ । ଦିଲ୍ଲୀର ଦୁଇଟି ପ୍ରମୁଖ ସେନା ସ୍କୁଲକୁ ବୋମା ଧମକ । ସୋମବାର ସକାଳେ ଇମେଲ ଯୋଗେ ଦିଲ୍ଲୀର ଧୌଲା କୁଆଁସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ ଏବଂ ଲୋଧି ରୋଡ୍ ବାୟୁସେନା ବାଲ ଭାରତୀ ସ୍କୁଲକୁ ବୋମା ଧମକ ମିଳିବା ପରେ ରାଜଧାନୀରେ ପୁଣିଥରେ ଆତଙ୍କ ଖେଳିଯାଇଛି। ଏହି ଖବର ପାଇବା ମାତ୍ରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ମୋ ପରେ ତାଙ୍କର ଯତ୍ନ କିଏ ନେବ?' ଭାବି ୬୩ ବର୍ଷୀୟା ପତ୍ନୀଙ୍କୁ ହତ୍ୟା କଲେ ୭୬ ବର୍ଷୀୟ ଅବସରପ୍ରାପ୍ତ ଇସ୍ରୋ କର୍ମଚାରୀ

ଧମକ ମିଳିବା ପରେ ତୁରନ୍ତ ସ୍କୁଲ ପରିସରକୁ ଖାଲି କରାଯାଇଥିଲା। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ବ୍ୟାପକ ତଲାସି ଅଭିଯାନ ଚଳାଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ତଥାପି ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପରୁ ବିଦା ହେଲା ଅଷ୍ଟ୍ରେଲିଆ, ସୁପର-୮ରେ ପହଞ୍ଚିଲା ଜିମ୍ବାୱେ

ସ୍କୁଲ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସର ସାଇବର ସେଲ୍‌କୁ ମଧ୍ୟ କାର୍ଯ୍ୟରେ ଲଗାଯାଇଛି। କେଉଁଠାରୁ ଏବଂ କିଏ ଏହି ଇମେଲ ପଠାଇଛି, ତାହାର ଯାଞ୍ଚ କରାଯାଉଛି। ପୋଲିସ ଏହା ମଧ୍ୟ ଯାଞ୍ଚ କରୁଛି ଯେ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନକୁ ଏଭଳି ଧମକ ଆସିଛି କି ନାହିଁ।

ଆହୁରି ପଢ଼ନ୍ତୁ: ତିରୁପତି ଲଡୁ ମହାପ୍ରସାଦର ଶୁଦ୍ଧତା ପାଇଁ ଟିଟିଡିର ଐତିହାସିକ ନିଷ୍ପତ୍ତି; ବଦଳିଲା ଘିଅ କିଣା ନିୟମ, ଲାଗିବ ଜିପିଏସ୍ ଲକ୍

ଗତ କିଛି ଦିନ ହେବ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସ୍କୁଲଗୁଡିକୁ ବୋମା ଧମକ ମିଳିବା ଘଟଣା ବୃଦ୍ଧି ପାଇଛି। ଗତ ଗୁରୁବାର ଦିନ ରୋହିଣୀର CRPF Public School, ଦ୍ୱାରକାର St. Thomas School ଏବଂ ପଶ୍ଚିମ ବିହାରର DAV Centenary Public School କୁ ମଧ୍ୟ ସମାନ ଧରଣର ଧମକ ମିଳିଥିଲା, ଯାହା ପରେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଗତ ବର୍ଷ ଏଭଳି ପ୍ରାୟ ୫୦୦ଟି ମାମଲା ସାମ୍ନାକୁ ଆସିଥିଲା। ପୋଲିସ ଅଭିଭାବକମାନଙ୍କୁ ଭୟଭୀତ ନହେବାକୁ ଏବଂ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp