ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା, ତୃଣମୂଳ କଂଗ୍ରେସରେ ଯୋଗଦେଲେ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଲାଗିଲା ପୁଣି ଏକ ବଡ ଝଟକା । ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେଲେ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ନେତାଙ୍କ ବିଜେପି ଛାଡ଼ିବା ଧାରା ଜାରି ରହିଛି। ଟିଏମସିରେ ଯୋଗଦେବା ମାତ୍ରେ ତନ୍ମୟ ଘୋଷ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବିଜେପି ଲୋକଙ୍କ ଅଧିକାର ଛଡ଼ାଇ ନେଉଛି। ସେ କହିଛନ୍ତି ମୁଁ ମମତା […]

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଲାଗିଲା ପୁଣି ଏକ ବଡ ଝଟକା । ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେଲେ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ନେତାଙ୍କ ବିଜେପି ଛାଡ଼ିବା ଧାରା ଜାରି ରହିଛି। ଟିଏମସିରେ ଯୋଗଦେବା ମାତ୍ରେ ତନ୍ମୟ ଘୋଷ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବିଜେପି ଲୋକଙ୍କ ଅଧିକାର ଛଡ଼ାଇ ନେଉଛି। ସେ କହିଛନ୍ତି ମୁଁ ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ସମସ୍ତ ଦଳର ନେତାଙ୍କୁ ନିବେଦନ କରୁଛି। ସୂଚନାଯୋଗ୍ୟ ଯେ ତନ୍ମୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଗତ ମାସରେ ମୁକୁଲ ରୟ ମଧ୍ୟ ଟିଏମସିରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବିଜେପି ପ୍ରତିଶୋଧମୂଳକ ରାଜନୀତି କରୁଥିବାରୁ ବିଧାୟକ ତନ୍ମୟ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିସହ ବେଙ୍ଗଲର କଲ୍ୟାଣ ପାଇଁ ସମସ୍ତେ ଟିଏମସିରେ ମିଶନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ​​ତନ୍ମୟ ଘୋଷ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଅର୍ଚିତା ବିଡଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର