ପତ୍ନୀ ଓ ତିନି ସନ୍ତାନଙ୍କୁ ବିଜେପି ନେତାଙ୍କ ଗୁଳି; ପୁଅ ଏବଂ ଝିଅ ମୃତ, ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ

The Sakala Picture
Published On

ସାହାରନପୁର: ଉତ୍ତରପ୍ରଦେଶର ସାହାରନପୁରରେ ଜଣେ ବିଜେପି ନେତାଙ୍କ ଜଘନ୍ୟ କାଣ୍ଡକୁ ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବିଜେପି ନେତା ୟୋଗେଶ ରୋହିଲା ନିଜ ପତ୍ନୀଙ୍କ ସମେତ ୩ ସ୍ତାନକୁ ଗୁଳି କରିଛନ୍ତି। ଏହି ଘଟଣାରେ ୟୋଗେଶଙ୍କ ୨ ପୁଅ ଓ ଜଣେ ଝିଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି। ମୃତକଙ୍କ ନାମ ଶିବାଂଶ(୪), ଦେବାଂଶ(୭) ଓ ଶ୍ରଦ୍ଧା(୮) ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ […]

ସାହାରନପୁର: ଉତ୍ତରପ୍ରଦେଶର ସାହାରନପୁରରେ ଜଣେ ବିଜେପି ନେତାଙ୍କ ଜଘନ୍ୟ କାଣ୍ଡକୁ ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବିଜେପି ନେତା ୟୋଗେଶ ରୋହିଲା ନିଜ ପତ୍ନୀଙ୍କ ସମେତ ୩ ସ୍ତାନକୁ ଗୁଳି କରିଛନ୍ତି। ଏହି ଘଟଣାରେ ୟୋଗେଶଙ୍କ ୨ ପୁଅ ଓ ଜଣେ ଝିଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି। ମୃତକଙ୍କ ନାମ ଶିବାଂଶ(୪), ଦେବାଂଶ(୭) ଓ ଶ୍ରଦ୍ଧା(୮) ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ସମସ୍ତଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ତିନି ସନ୍ତାନଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିବା ପରେ ପୁଲିସ ସମସ୍ତଙ୍କ ମୃତଦେହ ବ୍ୟବଛେଦ କରାଇଛି। ଅନ୍ୟପକ୍ଷରେ ପୁଲିସ ହେପାଜତରେ ୟୋଗେଶଙ୍କ ପତ୍ନୀଙ୍କ ଚିକିତ୍ସା କରାଯାଉଛି। ୟୋଗେଶ ଏହି କାଣ୍ଡ ଘଟାଇବା ପରେ ପ୍ରଥମେ ସେ ହିଁ ପଡୋଶୀଙ୍କୁ ଖବର ଦେଇଥିଲେ। ଏହା ଶୁଣି ପଡ଼ୋଶୀ ହତବାକ୍ ହୋଇଯାଇଥିଲେ । ତେବେ କେଉଁ କାରଣ ପାଇଁ ୟୋଗେଶ ଏଭଳି କାଣ୍ଡ ଭିଆଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ଯୋଗେଶ ସହାରନପୁର ବିଜେପି ଜିଲ୍ଲା କାର୍ଯ୍ୟକାରିଣୀର ସଦସ୍ୟ ବୋଲି ଜଣାପଡ଼ିଥିଲା ବେଳେ ସେ କିଛି କାରଣ ପାଇଁ ଗତ କିଛି ମାସ ହେଲା ମାନସିକ ଚିନ୍ତାରେ ରହିଥିଲେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ: କୁଏତ ଓ ବାହାରିନ ଉପରେ ଇରାନର ଆକ୍ରମଣ, ଷ୍ଟ୍ରେଟ ଅଫ ହର୍ମୁଜରେ ବଢିଲା ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର