ଭାରତୀୟଙ୍କୁ ପସନ୍ଦ କିନ୍ତୁ ଚାଇନିଜ୍‌ଙ୍କୁ ପସନ୍ଦ ନୁହେଁ ଚାଇନା ଫୋନ୍‌

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ ଚାଇନା ନିର୍ମିତ ସ୍ମାର୍ଟଫୋନ୍ ବେଶ ଲୋକପ୍ରିୟ। ଜିଆଓମି, ଓପୋ, ରିଅଲ୍‌ମି ଏବଂ ଭିଭୋ ହେଉଛି ଭାରତରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଶ୍ରେଷ୍ଠ ସ୍ମାର୍ଟଫୋନ୍‌। କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି ଯେଉଁ ଦେଶରେ ଏହି ସ୍ମାର୍ଟଫୋନ୍‌ ବ୍ରାଣ୍ଡଗୁଡ଼ିକ ପ୍ରସ୍ତୁତ କରାଯାଉଛି ସେଠାକାର ଲୋକେ ଏହି ସବୁ ବ୍ରାଣ୍ଡ୍‌କୁ ପସନ୍ଦ କରୁନାହାନ୍ତିଁ। ଅର୍ଥାତ୍‌ ଚାଇନାର ଲୋକେ ଉପରୋକ୍ତ ବ୍ରାଣ୍ଡ୍‌ଗୁଡିକର ସ୍ମାର୍ଟଫୋନ୍‌ କିଣିବାକୁ ପସନ୍ଦ କରନ୍ତିନାହିଁ। ଏହା ପରିବର୍ତ୍ତେ ସେମାନେ ଆଇଫୋନ୍ ୧୩ ସିରିଜ୍ ବ୍ୟବହାର […]

ନୂଆଦିଲ୍ଲୀ : ଭାରତରେ ଚାଇନା ନିର୍ମିତ ସ୍ମାର୍ଟଫୋନ୍ ବେଶ ଲୋକପ୍ରିୟ। ଜିଆଓମି, ଓପୋ, ରିଅଲ୍‌ମି ଏବଂ ଭିଭୋ ହେଉଛି ଭାରତରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଶ୍ରେଷ୍ଠ ସ୍ମାର୍ଟଫୋନ୍‌। କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି ଯେଉଁ ଦେଶରେ ଏହି ସ୍ମାର୍ଟଫୋନ୍‌ ବ୍ରାଣ୍ଡଗୁଡ଼ିକ ପ୍ରସ୍ତୁତ କରାଯାଉଛି ସେଠାକାର ଲୋକେ ଏହି ସବୁ ବ୍ରାଣ୍ଡ୍‌କୁ ପସନ୍ଦ କରୁନାହାନ୍ତିଁ। ଅର୍ଥାତ୍‌ ଚାଇନାର ଲୋକେ ଉପରୋକ୍ତ ବ୍ରାଣ୍ଡ୍‌ଗୁଡିକର ସ୍ମାର୍ଟଫୋନ୍‌ କିଣିବାକୁ ପସନ୍ଦ କରନ୍ତିନାହିଁ। ଏହା ପରିବର୍ତ୍ତେ ସେମାନେ ଆଇଫୋନ୍ ୧୩ ସିରିଜ୍ ବ୍ୟବହାର କରିବାକୁ ପାଗଳ ପ୍ରାୟ। ତେଣୁ ଚାଇନାରେ ଆପଲ୍ ହେଉଛି ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଅକ୍ଟୋବର ୨୦୨୧ର ରିପୋର୍ଟ ଅନୁଯାୟୀ, ଓପୋକୁ ପଛରେ ଛାଡି ଆପଲ୍ ଚାଇନାରେ ଟପ୍ ସ୍ମାର୍ଟଫୋନ୍ ବ୍ରାଣ୍ଡରେ ପରିଣତ ହୋଇଛି। ଚାଇନାରେ ଆପଲ୍‌ ଆଇଫୋନ୍ ଅଧିକ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା କାଉଣ୍ଟର ପଏଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଆଇଫୋନ୍ ୧୩ ସିରିଜ୍ ସ୍ମାର୍ଟଫୋନରେ ପୂର୍ବ ମାସ ତୁଳନାରେ ୪୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଥିସହିତ ଚାଇନାର ସର୍ବୋଚ୍ଚ ଟେକ୍ନୋଲୋଜି କମ୍ପାନୀ ହ୍ବେଇ, ଭିଭୋ, ଓପୋ ସେଠାକାର ଶ୍ରେଷ୍ଠ ସ୍ମାର୍ଟଫୋନ୍ ବ୍ରାଣ୍ଡ ହେବାରେ ପଛରେ ପଡିଯାଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ଓପୋ ଚାଇନାର ସବୁଠୁ ବଡ ସ୍ମାର୍ଟଫୋନ୍ କମ୍ପାନୀ ଭାବରେ ଉଭା ହୋଇଥିଲା। କିନ୍ତୁ ମାର୍ଚ୍ଚ ୨୦୨୧ରେ ଭିଭୋ ଏଥିରେ ଆଗରେ ରହିବାରେ ସଫଳ ହୋଇଥିଲା। କିନ୍ତୁ ଅକ୍ଟୋବରରେ, ଆପଲ୍ ଏହି ସବୁ କମ୍ପାନୀକୁ ପଛରେ ଛାଡି ଚାଇନାର ଅଗ୍ରଣୀ ସ୍ମାର୍ଟଫୋନ୍ କମ୍ପାନୀ ହୋଇପାରିଛି। ଡିସେମ୍ବର ୨୦୧୫ ପରଠାରୁ ପ୍ରଥମ ଥର ପାଇଁ ଆପଲ୍‌ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଉଭାହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ରିପୋର୍ଟ ଅନୁଯାୟୀ, ହ୍ବେଇ କିଛି ସମୟ ପାଇଁ ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରୁ ବାହାରି ଯାଇଛି। ଗତ ୫ରୁ ୬ ମାସ ମଧ୍ୟରେ ହ୍ବେଇର ବଜାର ବୃହତ୍‌ ହ୍ରାସ ଘଟିଛି, ଯାହାର ସିଧାସଳଖ ଲାଭ ଆପଲ୍ ପାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥାତ୍ ତୃତୀୟ ତ୍ରୈମାସ ମଧ୍ୟରେ, ଜିଓମି ଭାରତରେ ସର୍ବାଧିକ ସଂଖ୍ୟକ ସ୍ମାର୍ଟଫୋନ୍ ବିକ୍ରି କରିଛି। ୧୨ ନିୟୁତ ସ୍ମାର୍ଟଫୋନ୍ ବିକ୍ରୟ ସହିତ ୨୦୨୧ର ତୃତୀୟ ତ୍ରୈମାସରେ ଜିଓମି ଆଗରେ ରହିଛି। ଆଇଡିସିର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ର ତୃତୀୟ ତ୍ରୈମାସରେ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ୧୨ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ଭାରତକୁ ୪୮ ନିୟୁତ ସ୍ମାର୍ଟଫୋନ୍ ଆସିଥିଲା। ଯେତେବେଳେ କି ଗତ ବର୍ଷ ଅର୍ଥାତ୍‌ ୨୦୨୦ରେ ଭାରତରେ ୫.୪୨ କୋଟି ସ୍ମାର୍ଟଫୋନ୍ ବିକ୍ରି ହୋଇଥିଲା। ଏଥିରେ ଭିଭୋ ୯ କୋଟି ବିକ୍ରି ସହିତ ଆଗରେ ରହିଥିଲା। ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏହା ପ୍ରଥମ ଘଟଣା ଥିଲା ଯେତେବେଳେ କି ସ୍ମାର୍ଟଫୋନ୍‌ ବଜାରରେ ୧୨ ପ୍ରତିଶତ ହ୍ରାସ ଘଟିଥିଲା। ଏହା ପୂର୍ବରୁ କ୍ରମାଗତ ୪ଟି ତ୍ରୈମାସରେ ସ୍ମାର୍ଟଫୋନ୍‌ ବିକ୍ରିରେ କେବଳ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା। ତେବେ ଚିପ୍‌ର ଅଭାବ ସ୍ମାର୍ଟଫୋନ୍‌ ବିକ୍ରିରେ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହାର କାରଣ ଲକଡାଉନରେ ଚିପ୍ସର ଅଭାବ ବୋଲି ବିଶ୍ୱାସ କରାଯାଏ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର