ୟୁକ୍ରେନରେ ରୁଷର ବର୍ବରକାଣ୍ଡ: ସହାୟତା କେନ୍ଦ୍ର ଉପରେ ବୋମା ମାଡ଼, ୨୬ ମୃତ

Suryakanta Picture
Published On

ଦକ୍ଷିଣ ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ ଯୋଗୁଁ ଏକ ମାନବିକ ସହାୟତା ବଣ୍ଟନ କେନ୍ଦ୍ର ଏବଂ ନିକଟସ୍ଥ ଆଶ୍ରୟସ୍ଥଳରେ ୨୬ ଜଣ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏହି ସୂଚନା ଦେଇ କହିଛନ୍ତି ଯେ, ଶତ୍ରୁ ପକ୍ଷ ରକ୍ତପାତ ବନ୍ଦ କରିବାକୁ ଚାହୁଁନାହିଁ।

ଆହୁରି ପଢ଼ନ୍ତୁ: ଆମେରିକା ଚାପରେ ୟୁକ୍ରେନର ପଛଘୁଞ୍ଚା: ରୁଷିଆ ତୈଳ ବିଶୋଧନାଗାର ଉପରେ ହେଉଥିବା ଆକ୍ରମଣ ବନ୍ଦ !

ଦକ୍ଷିଣ ଜାପୋରିଝିଆ ଅଞ୍ଚଳର କୋମିଶୁଭାଖାରେ ରୁଷୀୟ ସେନା ପ୍ରଥମେ ଏକ ସ୍କୁଲ କୋଠାକୁ ଟାର୍ଗେଟ କରିଥିଲେ, ଯେଉଁଠାରେ ସହାୟତା ବଣ୍ଟନ କରାଯାଉଥିଲା। ଏହା ପରେ ନିକଟସ୍ଥ ଏକ ଆଶ୍ରୟସ୍ଥଳକୁ ମଧ୍ୟ ବୋମା ମାଡ଼ କରାଯାଇଛି। ଏହି ଘଟଣାରେ ଅନେକ ଲୋକ ଏବେ ବି ଭଗ୍ନସ୍ତୁପ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକା ନିର୍ବାଚନ ରାଲି: ଟ୍ରମ୍ପଙ୍କ ବିବାଦୀୟ 'ଅବଦୁଲ' ଓ 'ଜିହାଦୀ' ବୟାନକୁ ନେଇ ହଟଚମଟ

ରାଷ୍ଟ୍ରପତି ଜେଲେନ୍ସକି ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ, ଏହା ପ୍ରମାଣ କରୁଛି ଯେ ରୁଷ ଉତ୍ତେଜନା ହ୍ରାସ କରିବାକୁ ଚାହୁଁନାହିଁ। ସେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ୟୁକ୍ରେନ ପାଖରେ ଆବଶ୍ୟକ କ୍ଷେପଣାସ୍ତ୍ରର ଅଭାବ ଥିବା ବେଳେ ରୁଷ ଏହାର ସୁଯୋଗ ନେଇ ଆକ୍ରମଣକୁ ଆହୁରି ତୀବ୍ର କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଥମୁନି ଅଗ୍ନିକାଣ୍ଡ! କେବେ ଚେତିବ ପ୍ରଶାସନ?

ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରୁଷୀୟ ଡ୍ରୋନ୍ ପୁଣିଥରେ ସେହି ସମାନ ସ୍ଥାନକୁ ଟାର୍ଗେଟ କରିଥିଲେ, ଯାହା ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ପ୍ରାୟ ୨୦ ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର