୯ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା: ଡାଏରୀରୁ ମିଳିଲା ‘କୋରିଆନ୍ ଗେମ୍’ ଲିଙ୍କ୍, ଲେଖିଥିଲେ- ‘I Am Really Sorry Papa’

Tapas Ranjan Nanda Picture
Published On

ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଭାରତ ସିଟି ସୋସାଇଟିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ନାବାଳିକା ଭଉଣୀ ଏକାସାଙ୍ଗରେ ୯ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ମୃତ୍ୟୁ ପୂର୍ବରୁ ଲେଖାଯାଇଥିବା କିଛି ଚାଞ୍ଚଲ୍ୟକର ତଥ୍ୟ ରହିଛି।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

ଡାଏରୀରେ ଲେଖାଥିଲା ‘True Life Story’

ଘଟଣାସ୍ଥଳରୁ ମିଳିଥିବା ଡାଏରୀରେ ପିଲାମାନେ ଲେଖିଥିଲେ, "True Life Story… Read Now"। ଏଥିରେ କାନ୍ଦୁଥିବା ଆଖିର ଚିତ୍ର ଅଙ୍କାଯାଇଥିଲା ଏବଂ ସେମାନେ ନିଜ ବାପା-ମା’ଙ୍କୁ କ୍ଷମା ମାଗି ଲେଖିଥିଲେ, "I’m Really Sorry Papa… I Love You"। ଡାଏରୀର ପୃଷ୍ଠାରେ 'କୋରିଆନ୍ ଗେମ୍ସ' ବିଷୟରେ ମଧ୍ୟ ଉଲ୍ଲେଖ ରହିଛି, ଯାହା କୌଣସି ଅନଲାଇନ୍ ଟାସ୍କ ବା ଗଭୀର ମାନସିକ ଚାପ ଆଡକୁ ଇଙ୍ଗିତ କରୁଛି।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ମୋବାଇଲ୍ ନିଶା ସାଜିଲା କାଳ?

ଗାଜିଆବାଦ ଡିସିପି ନିମିଶ ପାଟିଲଙ୍କ ସୂଚନା ଅନୁଯାୟୀ, ମୃତ ତିନି ଭଉଣୀ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖୀ (୧୨) ମୋବାଇଲ୍ ଗେମ୍‌ର ଘୋର ନିଶାରେ ଥିଲେ। ନିଜର ଫୋନ୍ ନଥିବାରୁ ସେମାନେ ବାପା-ମା’ଙ୍କ ଫୋନ୍ ବ୍ୟବହାର କରୁଥିଲେ। ପାଠପଢ଼ାରେ ବ୍ୟାଘାତ ହେବାରୁ ପରିବାର ଲୋକେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଯାହା ସେମାନଙ୍କୁ ଗଭୀର ଆଘାତ ଦେଇଥିଲା ବୋଲି ପୋଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ଜୀବନ ଓ ମୃତ୍ୟୁର ସାଥୀ

ପଡ଼ୋଶୀ ଏବଂ ପରିଜନଙ୍କ କହିବା ମୁତାବକ, ତିନି ଭଉଣୀ ପରସ୍ପରର ଖୁବ୍ ନିକଟତର ଥିଲେ। ଖାଇବା, ଶୋଇବା, ସ୍କୁଲ ଯିବା ଭଳି ସବୁ କାମ ସେମାନେ ଏକାଠି କରୁଥିଲେ। ଶେଷରେ ମୃତ୍ୟୁର ରାସ୍ତା ମଧ୍ୟ ସେମାନେ ଏକାଠି ବାଛିଥିଲେ। ରାତି ପ୍ରାୟ ୨ଟା ସମୟରେ ଫ୍ଲାଟ୍ ନମ୍ବର ୯୦୭ର ବାଲକୋନିରୁ ତିନିହେଁ ଏକାସାଙ୍ଗରେ ତଳକୁ ଡେଇଁ ପଡ଼ିଥିଲେ।

ପାରିବାରିକ ସ୍ଥିତି ଓ ତଦନ୍ତ

ମୃତକଙ୍କ ବାପା ଚେତନ କୁମାର ଅନଲାଇନ୍ ଟ୍ରେଡିଂ କାମ କରନ୍ତି। ସେ ଦୁଇଜଣ ସଗା ଭଉଣୀଙ୍କୁ ବିବାହ କରିଥିଲେ ଏବଂ ଗତ ୪ ବର୍ଷ ହେଲା ସମସ୍ତେ ଏକାଠି ରହୁଥିଲେ। ପୋଲିସ ବର୍ତ୍ତମାନ ପରିବାରର ମୋବାଇଲ୍ ଫୋନ୍ ଜବତ କରି ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି। କୌଣସି 'ଟାସ୍କ ବେସ୍‌ଡ କୋରିଆନ୍ ଗେମ୍' ଏହି ଆତ୍ମହତ୍ୟା ପଛର ପ୍ରକୃତ କାରଣ କି ନାହିଁ, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

04 Feb 2026 By Tapas Ranjan Nanda

୯ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା: ଡାଏରୀରୁ ମିଳିଲା ‘କୋରିଆନ୍ ଗେମ୍’ ଲିଙ୍କ୍, ଲେଖିଥିଲେ- ‘I Am Really Sorry Papa’

ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଭାରତ ସିଟି ସୋସାଇଟିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ନାବାଳିକା ଭଉଣୀ ଏକାସାଙ୍ଗରେ ୯ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ମୃତ୍ୟୁ ପୂର୍ବରୁ ଲେଖାଯାଇଥିବା କିଛି ଚାଞ୍ଚଲ୍ୟକର ତଥ୍ୟ ରହିଛି।

ଡାଏରୀରେ ଲେଖାଥିଲା ‘True Life Story’

ଘଟଣାସ୍ଥଳରୁ ମିଳିଥିବା ଡାଏରୀରେ ପିଲାମାନେ ଲେଖିଥିଲେ, "True Life Story… Read Now"। ଏଥିରେ କାନ୍ଦୁଥିବା ଆଖିର ଚିତ୍ର ଅଙ୍କାଯାଇଥିଲା ଏବଂ ସେମାନେ ନିଜ ବାପା-ମା’ଙ୍କୁ କ୍ଷମା ମାଗି ଲେଖିଥିଲେ, "I’m Really Sorry Papa… I Love You"। ଡାଏରୀର ପୃଷ୍ଠାରେ 'କୋରିଆନ୍ ଗେମ୍ସ' ବିଷୟରେ ମଧ୍ୟ ଉଲ୍ଲେଖ ରହିଛି, ଯାହା କୌଣସି ଅନଲାଇନ୍ ଟାସ୍କ ବା ଗଭୀର ମାନସିକ ଚାପ ଆଡକୁ ଇଙ୍ଗିତ କରୁଛି।

ମୋବାଇଲ୍ ନିଶା ସାଜିଲା କାଳ?

ଗାଜିଆବାଦ ଡିସିପି ନିମିଶ ପାଟିଲଙ୍କ ସୂଚନା ଅନୁଯାୟୀ, ମୃତ ତିନି ଭଉଣୀ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖୀ (୧୨) ମୋବାଇଲ୍ ଗେମ୍‌ର ଘୋର ନିଶାରେ ଥିଲେ। ନିଜର ଫୋନ୍ ନଥିବାରୁ ସେମାନେ ବାପା-ମା’ଙ୍କ ଫୋନ୍ ବ୍ୟବହାର କରୁଥିଲେ। ପାଠପଢ଼ାରେ ବ୍ୟାଘାତ ହେବାରୁ ପରିବାର ଲୋକେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଯାହା ସେମାନଙ୍କୁ ଗଭୀର ଆଘାତ ଦେଇଥିଲା ବୋଲି ପୋଲିସ ସନ୍ଦେହ କରୁଛି।

ଜୀବନ ଓ ମୃତ୍ୟୁର ସାଥୀ

ପଡ଼ୋଶୀ ଏବଂ ପରିଜନଙ୍କ କହିବା ମୁତାବକ, ତିନି ଭଉଣୀ ପରସ୍ପରର ଖୁବ୍ ନିକଟତର ଥିଲେ। ଖାଇବା, ଶୋଇବା, ସ୍କୁଲ ଯିବା ଭଳି ସବୁ କାମ ସେମାନେ ଏକାଠି କରୁଥିଲେ। ଶେଷରେ ମୃତ୍ୟୁର ରାସ୍ତା ମଧ୍ୟ ସେମାନେ ଏକାଠି ବାଛିଥିଲେ। ରାତି ପ୍ରାୟ ୨ଟା ସମୟରେ ଫ୍ଲାଟ୍ ନମ୍ବର ୯୦୭ର ବାଲକୋନିରୁ ତିନିହେଁ ଏକାସାଙ୍ଗରେ ତଳକୁ ଡେଇଁ ପଡ଼ିଥିଲେ।

ପାରିବାରିକ ସ୍ଥିତି ଓ ତଦନ୍ତ

ମୃତକଙ୍କ ବାପା ଚେତନ କୁମାର ଅନଲାଇନ୍ ଟ୍ରେଡିଂ କାମ କରନ୍ତି। ସେ ଦୁଇଜଣ ସଗା ଭଉଣୀଙ୍କୁ ବିବାହ କରିଥିଲେ ଏବଂ ଗତ ୪ ବର୍ଷ ହେଲା ସମସ୍ତେ ଏକାଠି ରହୁଥିଲେ। ପୋଲିସ ବର୍ତ୍ତମାନ ପରିବାରର ମୋବାଇଲ୍ ଫୋନ୍ ଜବତ କରି ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି। କୌଣସି 'ଟାସ୍କ ବେସ୍‌ଡ କୋରିଆନ୍ ଗେମ୍' ଏହି ଆତ୍ମହତ୍ୟା ପଛର ପ୍ରକୃତ କାରଣ କି ନାହିଁ, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

https://www.thesakala.in/national-international/ghaziabad-three-sisters-suicide-gaming-addiction-case/article-44398
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର