ୟେମେନରେ କେରଳର ନର୍ସ ନିମିଶା ପ୍ରିୟାଙ୍କୁ ହେବନି ଫଶୀ..

The Sakala Picture
Published On

ନୂଆଦିଲ୍ଲୀ: ୟେମେନରେ ବନ୍ଦୀ ଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କେରଳର ନର୍ସ ନିମିଶା ପ୍ରିୟାଙ୍କୁ ହେବନି ଫଶୀ । ଏନେଇ ଭାରତର ଗ୍ରାଣ୍ଡ ମୁଫତି ଓ ସୁନ୍ନି ନେତା କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ଅନୁଯାୟୀ, ନିମିଶାଙ୍କ ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଛି। ତଥାପି, ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ କିମ୍ବା ୟେମେନ ସରକାରଙ୍କ ପକ୍ଷରୁ ଏପରି କୌଣସି ଘୋଷଣା କରାଯାଇ […]

ନୂଆଦିଲ୍ଲୀ: ୟେମେନରେ ବନ୍ଦୀ ଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କେରଳର ନର୍ସ ନିମିଶା ପ୍ରିୟାଙ୍କୁ ହେବନି ଫଶୀ । ଏନେଇ ଭାରତର ଗ୍ରାଣ୍ଡ ମୁଫତି ଓ ସୁନ୍ନି ନେତା କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ଅନୁଯାୟୀ, ନିମିଶାଙ୍କ ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଛି। ତଥାପି, ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ କିମ୍ବା ୟେମେନ ସରକାରଙ୍କ ପକ୍ଷରୁ ଏପରି କୌଣସି ଘୋଷଣା କରାଯାଇ ନାହିଁ। ଭାରତୀୟ ଗ୍ରାଣ୍ଡ ମୁଫତି ଓ କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ କହିଛି ଯେ ୟେମେନରେ ଏକ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବା ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କ ମାମଲାରେ ମୃତ୍ୟୁଦଣ୍ଡକୁ ରଦ୍ଦ କରାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

ସୂଚନା ଅନୁଯାୟୀ, ସାନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ଜୱାଦ ମୁସ୍ତାଫାଭି ଦାବି କରିଛନ୍ତି ଯେ ଭାରତୀୟ ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରାଣ୍ଡ ମୁଫତି ୟେମେନି ସୁଫି ବିଦ୍ୱାନ ଶେଖ ଉମର ହାଫିଜ୍ ଥାଙ୍ଗଲଙ୍କୁ ୟେମେନି ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ଅପିଲ୍ କରିଥିଲେ। ଉତ୍ତର ୟେମେନର ଶାସକ ଅଧିକାରୀ ଏବଂ ଅନ୍ତର୍ଜାତୀୟ କୂଟନୀତିଜ୍ଞମାନେ ମଧ୍ୟସ୍ଥତା ଆଲୋଚନାରେ ଯୋଗ ଦେବା ପରେ ଏହି ଫଳାଫଳ ହାସଲ ହୋଇଛି। ମୁସ୍ତାଫାୱି କହିଛନ୍ତି ଯେ ଆଲୋଚନା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ମୃତ ତଲାଲ ଅବଦୋ ମହଦିଙ୍କ ପରିବାର ସହିତ ଆଲୋଚନା ଉପରେ ନିର୍ଭର କରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

ଖବର ଅନୁଯାୟୀ, କେରଳର ପାଲକ୍କଡ ନିବାସୀ ନିମିଶା ପ୍ରିୟା ୨୦୦୮ ମସିହାରେ ନର୍ସ ଭାବରେ କାମ କରିବା ପାଇଁ ୟେମେନ ପହଞ୍ଚିଥିଲେ। ଏଠାରେ ଅନେକ ହସ୍ପିଟାଲରେ କାମ କରିବା ପରେ, ନିମିଶା ୨୦୧୧ ମସିହାରେ କେରଳ ଫେରି ଆସିଥିଲେ  । ଏଠାରେ ଟମି ଥମାସଙ୍କୁ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ଝିଅ ଅଛି, ଯିଏ ବର୍ତ୍ତମାନ କେରଳରେ ରହୁଛନ୍ତି।୨୦୧୫ ମସିହାରେ, ନିମିଶା ପ୍ରିୟା ୟେମେନି ନାଗରିକ ତଲାଲ ଆବଦୋ ମହଦିଙ୍କ ସହିତ ମିଶି ଏକ ମେଡିକାଲ କ୍ଲିନିକ୍ ଆରମ୍ଭ କରିଥିଲେ। ୨୦୧୭ ମସିହାରେ ମହଦିଙ୍କ ମୃତଦେହ ଏକ ପାଣି ଟାଙ୍କିରୁ ମିଳିଥିଲା। ନିମିଶାଙ୍କ ଉପରେ ମହଦିଙ୍କ ହତ୍ୟାର ଅଭିଯୋଗ ଥିଲା। ଅଭିଯୋଗ ହେଉଛି ଯେ ନିମିଶା ମହଦିଙ୍କୁ ନିଦ ବଟିକାର ମାତ୍ରାଧିକ ଔଷଧ ଦେଇ ହତ୍ୟା କରିଥିଲେ ଓ ତାଙ୍କ ଶରୀରକୁ ଲୁଚାଇବାକୁ ଚେଷ୍ଟା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

ହତ୍ୟାର ଗୋଟିଏ ମାସ ପରେ, ନିମିଶା ପ୍ରିୟାଙ୍କୁ ୟେମେନ-ସାଉଦି ଆରବ ସୀମାରୁ ଗିରଫ କରାଯାଇଥିଲା। ନିମିଶାଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ମହଦି ନିମିଶାଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଓ ତାଙ୍କ ପାସପୋର୍ଟ ମଧ୍ୟ ଜବତ କରିଥିଲେ। ତଥାପି, ତଲାଲ ଆବଦୋ ମହଦିଙ୍କ ଭାଇ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ। ତା’ପରେ ୨୦୨୦ ମସିହାରେ ସାନାର ଏକ କୋର୍ଟ ନିମିଶାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୨୩ ମସିହାରେ, ୟେମେନର ସୁପ୍ରିମକୋର୍ଟ ମଧ୍ୟ ଏହି ଦଣ୍ଡକୁ ବଜାୟ ରଖିଥିଲେ। ବର୍ତ୍ତମାନ ନିମିଶା ପ୍ରିୟା ସାନା ଜେଲରେ ବନ୍ଦୀ ଅଛନ୍ତି। ନିମିଶାଙ୍କୁ ଚଳିତ ମାସ ୧୬ ଜୁଲାଇରେ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା କିନ୍ତୁ ଭାରତ ସରକାର ଏବଂ କେରଳର ଅନେକ ମୁସଲିମ ସଂଗଠନର ପଦକ୍ଷେପ ପରେ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଥିଲା। ଏବେ ତାଙ୍କ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଥିବା ଖବର ସାମ୍ନାକୁ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର