ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ…

The Sakala Picture
Published On

ଫ୍ରାନ୍ସ: ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ। ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି। ଏହାଦ୍ଵାରା ବୃଦ୍ଧି ପାଇବ ନୌସେନାର କ୍ଷମତା। ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତିକୁ ଅନୁମୋଦନ ମିଳିଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । […]

ଫ୍ରାନ୍ସ: ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ। ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି। ଏହାଦ୍ଵାରା ବୃଦ୍ଧି ପାଇବ ନୌସେନାର କ୍ଷମତା। ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତିକୁ ଅନୁମୋଦନ ମିଳିଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । ଭାରତୀୟ ନୌସେନାର ୨୨ ସିଙ୍ଗଲ-ସିଟର ଏବଂ ଚାରିଟି ଟୁଇନ-ସିଟର ବିମାନ କିଣିବ ଭାରତ। ଏହି ଚୁକ୍ତି ଭାରତୀୟ ନୌସେନାର କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

ରାଫେଲ-ଏମ୍ ଜେଟ୍‌ଗୁଡ଼ିକୁ ଭାରତୀୟ ନୌସେନାରେ ସାମିଲ କରାଯିବ। ରାଫେଲ-ଏମ୍ ଜେଟ୍‌ଗୁଡ଼ିକ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ କମ୍ପାନୀ ଦ୍ୱାରା ନିର୍ମିତ ଭାରତୀୟ ବାୟୁସେନାର ରାଫେଲ୍ ବିମାନ ପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାରେ ସଜ୍ଜିତ। ସାମୁଦ୍ରିକ ଅଂଚଳରେ କାର୍ୟ୍ୟ କରିବାର କ୍ଷମତା ବୃଦ୍ଧି ପାଇବ। ଏହି ଜେଟ୍‌ଗୁଡ଼ିକ ବିମାନବାହକ ଜାହାଜରେ ମଧ୍ୟ ବ୍ୟବହୃତ ହେବ ଯାହା ଭାରତୀୟ ନୌସେନାର ରଣନୈତିକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବ। ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଭାରତ ଆହୁରି ଶକ୍ତିଶାଳୀ ହେବ। ଏହି ଚୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ନୁହେଁ ବରଂ ଏହା ଭାରତୀୟ କୂଟନୈତିକ ସ୍ତରରେ ମଧ୍ୟ ନୂତନ ଦିଗଦର୍ଶନ ଦେବ। ବାୟୁସେନା ଏବଂ ନୌସେନାର କ୍ଷମତା ବୃଦ୍ଧି ସହ ଭାରତକୁ ଚୀନ୍ ଏବଂ ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଭାରତର ରଣନୀତି ଆହୁରି ସୁଦୃଢ ହେବ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ନିର୍ବାଚନ: ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ସମର୍ଥନ, କହିଲେ 'ବିବି'ଙ୍କୁ ଭୋଟ୍ ଦିଅନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର