କତାର ଜେଲରୁ ମୁକ୍ତହେଲେ ଗୁପ୍ତଚର ଅଭିଯୋଗରେ ଗିରଫ ଭାରତୀୟ ନୌସେନାର ୮ ଅଧିକାରୀ

The Sakala Picture
Published On

ନୂଆଦିଲ୍ଲୀ: କତାର ଜେଲରୁ ମୁକ୍ତହେଲେ ଭାରତୀୟ ନୌସେନାର ୮ ଅଧିକାରୀ । ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି । ଭାରତ ପାଇଁ […]

ନୂଆଦିଲ୍ଲୀ: କତାର ଜେଲରୁ ମୁକ୍ତହେଲେ ଭାରତୀୟ ନୌସେନାର ୮ ଅଧିକାରୀ । ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି । ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନ ଅନୁସାରେ, ୮ ନୌସେନା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ସୋମବାର ସକାଳେ ଭାରତ ଫେରିଛନ୍ତି । ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

12 Feb 2024 By The Sakala

କତାର ଜେଲରୁ ମୁକ୍ତହେଲେ ଗୁପ୍ତଚର ଅଭିଯୋଗରେ ଗିରଫ ଭାରତୀୟ ନୌସେନାର ୮ ଅଧିକାରୀ

ନୂଆଦିଲ୍ଲୀ: କତାର ଜେଲରୁ ମୁକ୍ତହେଲେ ଭାରତୀୟ ନୌସେନାର ୮ ଅଧିକାରୀ । ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି । ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନ ଅନୁସାରେ, ୮ ନୌସେନା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ସୋମବାର ସକାଳେ ଭାରତ ଫେରିଛନ୍ତି । ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର