ସୋମାଲିଆ ଉପକୂଳରୁ ପଣ୍ୟବାହୀ ଜାହାଜ ‘ଏମଭି ଲୀଲା ନର୍ଫାଲକ’ ଅପହୃତ, ଜାହାଜରେ ଅଛନ୍ତି ୧୫ ଭାରତୀୟ

The Sakala Picture
Published On

ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନର୍ଫାଲକ’ ନାମକ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରାଯାଇଛି। ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଏନେଇ ଜଣେ ନୌସେନା […]

ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନର୍ଫାଲକ’ ନାମକ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରାଯାଇଛି। ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: JPSC ମହାଘୋଟାଲା: ପାସ୍‌ ପାଇଁ ୧୦୦ କୋଟିର ଡିଲ୍‌, କାଟାଗୋରୀ ଅନୁସାରେ ଧାର୍ଯ୍ୟ ହୋଇଥିଲା ରେଟ୍‌

ଭାରତୀୟ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଜାହାଜର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଏହି ଜାହାଜର ଅପହରଣ ସମ୍ପର୍କରେ ସୂଚନା ମିଳିଥିଲା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଏହି ଜାହାଜରେ ଲାଇବେରିଆର ପତାକା ଲାଗିଛି | ଭାରତୀୟ ନୌସେନା ବିମାନ ଲଗାତାର ଅପହୃତ ଜାହାଜର ଚାଳକ ଦଳ ସହ ଯୋଗାଯୋଗ ସ୍ଥାପନ କରିବାରେ ସକ୍ଷମ ସୋଇଛି | ଚାଳକ ଦଳର ସବୁ ସଦସ୍ୟ ଜାହାଜ ଭିତରେ ସୁରକ୍ଷିତ ଅଛନ୍ତି |

ଆହୁରି ପଢ଼ନ୍ତୁ: ବିହାରର ଅଶୋକଧାମ ମନ୍ଦିରରେ ଦଳାଚକଟା, ଶ୍ରାବଣ ସୋମବାରରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ସୋମାଲିଆ ନିକଟରେ ଜାହାଜ ଅପହରଣ ଘଟଣା ନୂଆ ନୁହେଁ। ନିକଟରେ ସୋମାଲିଆର ଜଳଦସ୍ୟୁ ଆରବ ସାଗରରେ ମାଲ୍ଟାର ଏକ ଜାହାଜ ଏମ.ଭି ରୁଏନକୁ ହାଇଜାକ୍ କରିଥିଲେ। ପରେ ଭାରତୀୟ ନୌସେନା ଉଦ୍ୟମରେ ଜାହାଜକୁ ଉଦ୍ଧାର କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ମଡେଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ସିବିଆଇ

05 Jan 2024 By The Sakala

ସୋମାଲିଆ ଉପକୂଳରୁ ପଣ୍ୟବାହୀ ଜାହାଜ ‘ଏମଭି ଲୀଲା ନର୍ଫାଲକ’ ଅପହୃତ, ଜାହାଜରେ ଅଛନ୍ତି ୧୫ ଭାରତୀୟ

ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରୁ ‘ଏମଭି ଲୀଲା ନର୍ଫାଲକ’ ନାମକ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରାଯାଇଛି। ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।

ଭାରତୀୟ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଜାହାଜର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଏହି ଜାହାଜର ଅପହରଣ ସମ୍ପର୍କରେ ସୂଚନା ମିଳିଥିଲା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଏହି ଜାହାଜରେ ଲାଇବେରିଆର ପତାକା ଲାଗିଛି | ଭାରତୀୟ ନୌସେନା ବିମାନ ଲଗାତାର ଅପହୃତ ଜାହାଜର ଚାଳକ ଦଳ ସହ ଯୋଗାଯୋଗ ସ୍ଥାପନ କରିବାରେ ସକ୍ଷମ ସୋଇଛି | ଚାଳକ ଦଳର ସବୁ ସଦସ୍ୟ ଜାହାଜ ଭିତରେ ସୁରକ୍ଷିତ ଅଛନ୍ତି |

ସୋମାଲିଆ ନିକଟରେ ଜାହାଜ ଅପହରଣ ଘଟଣା ନୂଆ ନୁହେଁ। ନିକଟରେ ସୋମାଲିଆର ଜଳଦସ୍ୟୁ ଆରବ ସାଗରରେ ମାଲ୍ଟାର ଏକ ଜାହାଜ ଏମ.ଭି ରୁଏନକୁ ହାଇଜାକ୍ କରିଥିଲେ। ପରେ ଭାରତୀୟ ନୌସେନା ଉଦ୍ୟମରେ ଜାହାଜକୁ ଉଦ୍ଧାର କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର