ସହି ପାରିଲେନି ପୁଅର ଅସୁସ୍ଥତା; ବିଷ ପିଇ ପରିବାର ସହ ଜୀବନ ହାରିଲେ ମଧ୍ୟ ପ୍ରଦେଶର ବିଜେପି ନେତା

The Sakala Picture
Published On

ମଧ୍ୟପ୍ରଦେଶ: ବିଷ ପିଇ ପୁରା ପରିବାର ସହ ଜୀବନ ହାରିଲେ ବିଜେପି ନେତା । ଏପରି ଦୁଃଖଦ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶାରେ । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ଘର ଭିତରୁ ମିଳିଛି ପରିବାରର ୪ ଜଣଙ୍କ ମୃତଦେହ। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ […]

ମଧ୍ୟପ୍ରଦେଶ: ବିଷ ପିଇ ପୁରା ପରିବାର ସହ ଜୀବନ ହାରିଲେ ବିଜେପି ନେତା । ଏପରି ଦୁଃଖଦ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶାରେ । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ଘର ଭିତରୁ ମିଳିଛି ପରିବାରର ୪ ଜଣଙ୍କ ମୃତଦେହ। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ସେ ଲେଖିଛନ୍ତି ଯେ, ‘ ହେ ଈଶ୍ୱର ! ଏଭଳି ରୋଗ ଶତ୍ରୁକୁ ବି ନମିଳୁ, ମସ୍କୁଲାର ଡିଷ୍ଟ୍ରଫି ଡିଏମଡି’ ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଥିଲେ । କବାଟ ବାଡେଇବା ପରେ ନଖୋଲିବାରୁ କବାଟ ଭାଙ୍ଗି ପଶିଥିଲେ । ରୁମ ଭିତରେ ୪ଜଣ ଯାକ ଅଚେତ ହୋଇ ପଡିଥିବାର ଦେଖିଲେ । ଘଟଣାସ୍ଥଳରେ ହିଁ ୨ ପୁଅଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସା ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୋଲିସ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ନିଜ ପିଲାଙ୍କ ରୋଗ ବିଷୟରେ ଉଲ୍ଲେଖ କରାଯାଇଛି । ଖବର ମୁତାବକ, ସଂଜୀବଙ୍କ ବଡ ପୁଅ ଅନମୋଲ ୮ ବର୍ଷ ହେଲାଣି ମସ୍କୁଲାର ଡିଷ୍ଟ୍ରଫି ରୋଗରେ ପୀଡିତ ଥିଲେ । ଆଉ ଏହି ଦୁଲର୍ଭ ରୋଗ ଯୋଗୁଁ ନିଜ ପରିବାରର ଜୀବନ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ତେବେ ପୁଅ ଦୁହିଁଙ୍କର ଦୁଲର୍ଭ ରୋଗରେ କୌଣସି ଚିକିତ୍ସା ନଥିଲା। ତେଣୁ ରୋଗ ପାଇଁ ନିଜ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବିଜେପି ନେତା ବୋଲି ଜିଲ୍ଲାପାଳ ଉମାଶଙ୍କର ଭାର୍ଗବ କହିଛନ୍ତି । ତେବେ ମୃତଦେ ପାଖରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି । ଯେଉଁଥିରେ ଲେଖାଯାଇଛି, ନିଜ ପିଲାର ରୋଗ ଭଲ କରିପାରୁନାହିଁ। ତାକୁ ବଞ୍ଚାଇପାରୁନାହିଁ। ତେଣୁ ବଞ୍ଚିବାକୁ ଇଚ୍ଛା ନାହିଁ ।

ରୋଗର ଲକ୍ଷଣ :

ଏହି ରୋଗର ଲକ୍ଷଣ ସାମାନ୍ୟ ନୁହେଁ। ଚାଲିବାକୁ କଷ୍ଟ ହୁଏ, ପିଲାମାନେ ଦୌଡି କିମ୍ବା ଡେଇଁ ପାରନ୍ତି ନାହିଁ। ବାରମ୍ବାର ପଡିଯିବା, ଶୋଇବା ଏବଂ ବସିବାରେ କଷ୍ଟ । ପିଲାର ଦୃଷ୍ଟିଶକ୍ତି କମିଯିବା। ଜଲଦି ଓଜନ ବଢିବା । ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

ଉପଚାର : କେବଳ ଫିଜିଓଥେରାପୀ ମାଧ୍ୟମରେ କଣ୍ଟ୍ରୋଲ କରାଯାଏ । ଯନ୍ତ୍ରଣାରୁ ବର୍ତ୍ତିବା ପାଇର୍ ପେନ କିଲର ରୋଗୀକୁ ଦିଆଯାଏ । ହେଲେ ସବୁଦିନ କରିବା ଠିକ୍‌ ନୁହେଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର