ସୁପ୍ରିମକୋର୍ଟରେ ପହଞ୍ଚିଲା ଅଗ୍ନିପଥ ଯୋଜନା, ଆସନ୍ତା ସପ୍ତାହରେ ହେବ ଶୁଣାଣି

The Sakala Picture
Published On

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଯୋଜନାକୁ ନେଇ ବିବାଦ ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଗ୍ନିପଥ ଯୋଜନାକୁ ବିହାର, ୟୁପି, ହରିୟାଣା ସମେତ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀ ମାନଙ୍କ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ହୋଇଥିଲା । ବିକ୍ଷୋଭକାରୀ ଅନେକ ଟ୍ରେନ୍ ପୋଡ଼ି ଦେଇଥିଲେ […]

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଯୋଜନାକୁ ନେଇ ବିବାଦ ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଗ୍ନିପଥ ଯୋଜନାକୁ ବିହାର, ୟୁପି, ହରିୟାଣା ସମେତ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀ ମାନଙ୍କ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ହୋଇଥିଲା । ବିକ୍ଷୋଭକାରୀ ଅନେକ ଟ୍ରେନ୍ ପୋଡ଼ି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଛି । ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ଯୋଜନା ଦ୍ବାରା ଅନେକ ଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି । ବିଶେଷକରି ବାୟୁସେନା ପାଇଁ ପ୍ରସ୍ତୁତ ଯୁବକମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ଆବେଦନକାରୀ କହିଛନ୍ତି, ୨୦୧୭ ପରଠାରୁ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ପରେ ଛାତ୍ରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏବେ ଏହି ଯୋଜନା (ଅଗ୍ନିପଥ) ଅଣାଯାଇଛି।

ଆହୁରି ପଢ଼ନ୍ତୁ: ଲାଦାଖ ପ୍ରସଙ୍ଗରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ସୋନମ ୱାଙ୍ଗଚୁକ୍: ସେପ୍ଟେମ୍ବର ୧୯ରୁ ୨୪ ପର୍ଯ୍ୟନ୍ତ ବିକ୍ଷୋଭ ଚେତାବନୀ

ଅଗ୍ନିପଥ ଯୋଜନା ବିରୋଧରେ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରେ ଶୁଣାଣି ପାଇଁ ଆବେଦନ ତାଲିକାଭୁକ୍ତ କରିବାକୁ ବେଞ୍ଚ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ଏହା ପୂର୍ବରୁ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଏ ସମ୍ବନ୍ଧରେ ଜୁନ୍ ୨୦ରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏଥିରେ ଅଗ୍ନିପଥ ଯୋଜନା ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବାତିଲ କରିବାକୁ ଦାବି ହୋଇଥିଲା। ସଂସଦର ଅନୁମୋଦନ ବିନା ଅଣାଯାଇଥିବା ଅଗ୍ନିପଥ ଯୋଜନା ଅସାମ୍ବିଧାନିକ ଏବଂ ବେଆଇନ। ତେଣୁ ସୁପ୍ରିମକୋର୍ଟ ଏହି ଯୋଜନାକୁ ବାତିଲ କରିବା ଉଚିତ୍ ବୋଲି ଆବେଦନକାରୀ ଓକିଲ ଏମ.ଏଲ୍ ଶର୍ମା ନିଜ ପିଟିସନରେ ଯୁକ୍ତି ବାଢ଼ିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର