ଆନ୍ଥୋନୀ ଅଲବାନିସ ହେବେ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ପ୍ରାୟ ଗୋଟିଏ ଦଶନ୍ଧି ଧରି କ୍ଷମତାରେ ଥିବା ଅଷ୍ଟ୍ରେଲିଆର କଞ୍ଜରଭେଟିଭ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ଦଳ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଉ ନଥିବାରୁ ଭୋଟରମାନେ ମୋରିସନଙ୍କ ବିରୋଧରେ ଆଜି ଭୋଟ ଦେଇଛନ୍ତି। ମୋରିସନ ମଧ୍ୟ ଜନମତକୁ ଗ୍ରହଣ କରି ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି। ଦ ଅଷ୍ଟ୍ରେଲିଆନ ଖବର କାଗଜ ନ୍ୟୁଜପୋଲ୍ ଅନୁଯାୟୀ ୫୩ […]

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ପ୍ରାୟ ଗୋଟିଏ ଦଶନ୍ଧି ଧରି କ୍ଷମତାରେ ଥିବା ଅଷ୍ଟ୍ରେଲିଆର କଞ୍ଜରଭେଟିଭ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ଦଳ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଉ ନଥିବାରୁ ଭୋଟରମାନେ ମୋରିସନଙ୍କ ବିରୋଧରେ ଆଜି ଭୋଟ ଦେଇଛନ୍ତି। ମୋରିସନ ମଧ୍ୟ ଜନମତକୁ ଗ୍ରହଣ କରି ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ଦ ଅଷ୍ଟ୍ରେଲିଆନ ଖବର କାଗଜ ନ୍ୟୁଜପୋଲ୍ ଅନୁଯାୟୀ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ ରହିଥିବା ବେଳେ ସ୍କଟ ମରିସନ ନିର୍ବାଚନ ହାରିଛନ୍ତି। ଏନେଇ ସ୍କଟ ମରିସନ ପରାଜୟ ସ୍ଵୀକାର କରି ବିରୋଧୀ ନେତା ଆନ୍ଥୋନୀ ଅଲବାନିସଙ୍କୁ ଶୁଭକାମନା ଜଣାଇଛନ୍ତି। ଅଲବାନିସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ନିଜର ନିର୍ବାଚନ ସ୍ଵୀକାର କରି ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ କହିଛନ୍ତି, ଜନତା ପ୍ରମୁଖ ଦଳକୁ ସମର୍ଥନ ଦେଇ ନାହାନ୍ତି। ତେଣୁ ଆମେ ପରାଜୟ ସ୍ଵୀକାର କରୁଛୁ। ଗଣମାଧ୍ୟମକୁ ସମ୍ବୋଧିତ କରି ସ୍କଟ ମରିସନ ଭାବୁକ ହୋଇ ପଡିଥିଲେ। ସେ କହିଛନ୍ତି, ଆମେ ନିର୍ବାଚନ ହାରିଥିଲେ ମଧ୍ୟ ପରିବର୍ତ୍ତୀ ନିର୍ବାଚନରେ ପୁଣି ଥରେ ନିଜ ପାର୍ଟିର ନୀତିକୁ ନେଇ ଜନତାଙ୍କ ଗହଣକୁ ଯିବୁ। ତାଙ୍କୁ ପୂରା ଭରସା ଯେ, ଜନତା ପୁନର୍ବାର ତାଙ୍କ ପାର୍ଟିକୁ ବିପୁଳ ଭୋଟ୍ ଦେଇ ଜିତାଇବେ। ଏବେଠୁ ତିନି ବର୍ଷ ପରେ ମୁଁ ମେଣ୍ଟ ସରକାରର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବି। ମୋତେ ଭରସା ଯେ, ଜନତାଙ୍କୁ ଆମକୁ ପୁଣି ଥରେ କ୍ଷମତାସୀନ କରାଇବେ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଅପରପକ୍ଷେ ଲେବର ପାର୍ଟି ଜିତିବା ପରେ ପିଲା ଏବଂ ବରିଷ୍ଠ ନାଗରିକଙ୍କ ଉନ୍ନତି ପାଇଁ ଅଧିକ ଖର୍ଚ୍ଚ କରିବ ଏବଂ କଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ବାଦ୍ ଅଷ୍ଟ୍ରେଲିଆରେ ବଢୁଥିବା ବିତ୍ତୀୟ ଘାଟାକୁ କମ କରିବା ଏବଂ ଅର୍ଥବ୍ୟବସ୍ଥା ସମ୍ଭାଳିବା ବୋଲି ପ୍ରତିଶ୍ରୁତି ଦେଇଛି ଲେବର ପାର୍ଟି।

21 May 2022 By The Sakala

ଆନ୍ଥୋନୀ ଅଲବାନିସ ହେବେ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ପ୍ରାୟ ଗୋଟିଏ ଦଶନ୍ଧି ଧରି କ୍ଷମତାରେ ଥିବା ଅଷ୍ଟ୍ରେଲିଆର କଞ୍ଜରଭେଟିଭ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ଦଳ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଉ ନଥିବାରୁ ଭୋଟରମାନେ ମୋରିସନଙ୍କ ବିରୋଧରେ ଆଜି ଭୋଟ ଦେଇଛନ୍ତି। ମୋରିସନ ମଧ୍ୟ ଜନମତକୁ ଗ୍ରହଣ କରି ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି।

ଦ ଅଷ୍ଟ୍ରେଲିଆନ ଖବର କାଗଜ ନ୍ୟୁଜପୋଲ୍ ଅନୁଯାୟୀ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ ରହିଥିବା ବେଳେ ସ୍କଟ ମରିସନ ନିର୍ବାଚନ ହାରିଛନ୍ତି। ଏନେଇ ସ୍କଟ ମରିସନ ପରାଜୟ ସ୍ଵୀକାର କରି ବିରୋଧୀ ନେତା ଆନ୍ଥୋନୀ ଅଲବାନିସଙ୍କୁ ଶୁଭକାମନା ଜଣାଇଛନ୍ତି। ଅଲବାନିସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ ସମ୍ଭାବନା ରହିଛି।

ନିଜର ନିର୍ବାଚନ ସ୍ଵୀକାର କରି ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ କହିଛନ୍ତି, ଜନତା ପ୍ରମୁଖ ଦଳକୁ ସମର୍ଥନ ଦେଇ ନାହାନ୍ତି। ତେଣୁ ଆମେ ପରାଜୟ ସ୍ଵୀକାର କରୁଛୁ। ଗଣମାଧ୍ୟମକୁ ସମ୍ବୋଧିତ କରି ସ୍କଟ ମରିସନ ଭାବୁକ ହୋଇ ପଡିଥିଲେ। ସେ କହିଛନ୍ତି, ଆମେ ନିର୍ବାଚନ ହାରିଥିଲେ ମଧ୍ୟ ପରିବର୍ତ୍ତୀ ନିର୍ବାଚନରେ ପୁଣି ଥରେ ନିଜ ପାର୍ଟିର ନୀତିକୁ ନେଇ ଜନତାଙ୍କ ଗହଣକୁ ଯିବୁ। ତାଙ୍କୁ ପୂରା ଭରସା ଯେ, ଜନତା ପୁନର୍ବାର ତାଙ୍କ ପାର୍ଟିକୁ ବିପୁଳ ଭୋଟ୍ ଦେଇ ଜିତାଇବେ। ଏବେଠୁ ତିନି ବର୍ଷ ପରେ ମୁଁ ମେଣ୍ଟ ସରକାରର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବି। ମୋତେ ଭରସା ଯେ, ଜନତାଙ୍କୁ ଆମକୁ ପୁଣି ଥରେ କ୍ଷମତାସୀନ କରାଇବେ।

ଅପରପକ୍ଷେ ଲେବର ପାର୍ଟି ଜିତିବା ପରେ ପିଲା ଏବଂ ବରିଷ୍ଠ ନାଗରିକଙ୍କ ଉନ୍ନତି ପାଇଁ ଅଧିକ ଖର୍ଚ୍ଚ କରିବ ଏବଂ କଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ବାଦ୍ ଅଷ୍ଟ୍ରେଲିଆରେ ବଢୁଥିବା ବିତ୍ତୀୟ ଘାଟାକୁ କମ କରିବା ଏବଂ ଅର୍ଥବ୍ୟବସ୍ଥା ସମ୍ଭାଳିବା ବୋଲି ପ୍ରତିଶ୍ରୁତି ଦେଇଛି ଲେବର ପାର୍ଟି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର