ଭାରତର ୮ ପୂର୍ବତନ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲା କତାର ଅଦାଲତ, ଫଇସଲାକୁ ଚ୍ୟାଲେଞ୍ଜ କରିବ ଭାରତ

The Sakala Picture
Published On

ଦୋହା: ଭାରତର ୮ ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛି । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ। କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର । ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି । ଭାରତର ଏହି ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବାକୁ ପୂର୍ବରୁ ବି ଭାରତ ସରକାର କତାରକୁ ଅପିଲ୍‌ କରିଥିଲେ । ହେଲେ […]

ଦୋହା: ଭାରତର ୮ ପୂର୍ବତନ ନୌସୈନିକଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛି । କତାର ସରକାର ଗତ ଏକ ବର୍ଷ ଧରି ଏହି ଭାରତୀୟଙ୍କୁ ବନ୍ଦୀ କରି ରଖିଥିଲେ। କତାର ଅଦାଲତର ଏଭଳି ଫଇସଲାରେ ଦୁଃଖ ପ୍ରକାଶ କରିଛନ୍ତି ଭାରତ ସରକାର । ଏହି ଫଇସଲାକୁ ଭାରତ ଚ୍ୟାଲେଞ୍ଜ କରିବ ବୋଲି କହିଛି । ଭାରତର ଏହି ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବାକୁ ପୂର୍ବରୁ ବି ଭାରତ ସରକାର କତାରକୁ ଅପିଲ୍‌ କରିଥିଲେ । ହେଲେ କତାର ଦାବି କରିଛି ଯେ ଏହି ଭାରତୀୟ ମାନେ ଇସ୍ରାଏଲ ପାଇଁ ଜାସୁସୀ କରୁଥିଲେ। ଭାରତ ସରକାର ଏବେ ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଆଇନର ଆଶ୍ରୟ ନେବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏହି ପୂର୍ବତନ ଅଧିକାରୀ ମାନେ ଭାରତୀୟ ନୌସନାର ଯୁଦ୍ଧ ଜାହାଜରେ ନିୟୋଜିତ ଥିଲେ। ଚାକିରିରୁ ଅବସର ପରେ ସେମାନେ କତାର ଏକ ପ୍ରାଇଭେଟ କମ୍ପାନୀ ଦହରା ଗ୍ଲୋବାଲରେ କାମ କରୁଥିଲେ । ଏହା ଏକ ବେସରକାର କମ୍ପାନୀ ଯାହାକି କତାର ସେନାକୁ ଟ୍ରେନିଂ ଦେଇଥାଏ।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ଅଧିକାରୀଙ୍କ ଦୟା ଯାଚିକାକୁ ଖାରଜ କରିଦେଇଛି କତାର । ଏହି ମାମଲାରେ କତାର ଅଦାଲତର ଏହା ପ୍ରଥମ ଫଇସଲା ନୁହେଁ । ଏହାପୂର୍ବରୁ କତାରରେ ଭାରତର ରାଷ୍ଟ୍ରଦୂତ ଓ ଜଣେ ଡେପୁଟୀ ଅଧିକାରୀ ଜେଲରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଭେଟିଥିଲେ। ପୂର୍ବରୁ ବି ଭାରତୀୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ କତାର ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର