ଆଜମେରର ପୁଷ୍କରରେ ପଶୁ ମେଳା: ଚର୍ଚ୍ଚାରେ ୧୫ କୋଟିର ଘୋଡ଼ା ‘ଶାବାଜ’
ଆଜମେର: ଆଜମେରର ପୁଷ୍କରରେ ପଶୁ ମେଳା ଲାଗିଛି। ଏହି ମେଳା ପଡ଼ିଆରେ ଘୋଡ଼ାଙ୍କ ଗହଳି ଲାଗିଛି। ପଞ୍ଜାବ, ହରିୟାଣାରୁ ଆସିଥିବା ଘୋଡ଼ା ମାଲିକ ବିଳାଶପୂର୍ଣ୍ଣ ଟେଣ୍ଟରେ ନିଜ ଘୋଡ଼ାଙ୍କ ସହ ବିଶ୍ରାମ ନେଉଛନ୍ତି। ଆଉ ଏହି ଟେଣ୍ଟ ବାହାରେ ମହଙ୍ଗା ଗାଡ଼ିର ଧାଡ଼ି ଲାଗିଛି। ତେବେ ଏହି ମେଳାରେ ଧଳାର ରଙ୍ଗ ଘୋଡ଼ା ‘ଶାବାଜ’କୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି। କାରଣ ଏହି ଘୋଡ଼ାର ମୂଲ୍ୟ ୧୫ କୋଟି ଟଙ୍କା। ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଶାବାଜର ବ୍ରିଡିଂ ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ପଡୁଛି। ଯିଏ ଏହା ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି। ଏହି ଘୋଡ଼ା ୬ଟି ଶୋ’ ଜିତିଲାଣି। ସେହିପରି ଏହି ମେଳାକୁ ୫ ବର୍ଷୀୟ ଘୋଡ଼ା ‘ବାଦଲ’ ପହଞ୍ଚିଛି। ସେ ଏ ପର୍ଯ୍ୟନ୍ତ ୨୮୫ ଶାବକଙ୍କ ପିତା ପାଲଟି ଗଲାଣି। ଏହାର ମୂଲ୍ୟ ୧୧ କୋଟି ପର୍ଯ୍ୟନ୍ତ ଗଲାଣି। କିନ୍ତୁ ବାଦଲକୁ ବିକିବାକୁ ଚାହୁଁ ନାହାନ୍ତି ତା’ର ମାଲିକ ରାହୁଲ। ଏହା ବ୍ୟତୀତ ୮୦୦ କେଜିର ମଇଁଷୀ ସାମିଲ ହୋଇଛି। ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା।






